Breaking News
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ବଜେଟ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ, ସହଯୋଗ ପାଇଁ ସରକାରଙ୍କ ଅପିଲ
FMNEWS.IN
30-01-2025
ନୂଆଦିଲ୍ଲୀ, 30 ଜାନୁଆରି - ସଂସଦର ବଜେଟ ଅଧିବେଶନର ଦିନକ ପୂର୍ବରୁ ଗୁରୁବାର ସରକାରଙ୍କ ପକ୍ଷରୁ ସର୍ବଦଳୀୟ ବୈଠକ ଡକାଯାଇଛି । ବୈଠକରେ ସରକାର ସମସ୍ତ ଦଳର ସହଯୋଗ ପାଇଁ ଅପିଲ କରିଛନ୍ତି । ବୈଠକରେ 36 ରାଜନୈତିକ ଦଳର 52ଜଣ ନେତା ସାମିଲ ହୋଇଥିଲେ । ବୈଠକ ପରେ କେନ୍ଦ୍ରୀୟ ସଂସଦୀୟ କାର୍ଯ୍ୟମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ଯେ, ବର୍ଷର ପ୍ରଥମ ଅଧିବେଶନ ହେବା କାରଣରୁ ରାଷ୍ଟ୍ରପତି ଦୁଇଟି ଗୃହର ମିଳିତ ଅଧିବେଶନକୁ ସଂବୋଧିତ କରିବ । ଏହାପରେ ଆର୍ଥିକ ସର୍ଭେ ଉପସ୍ଥାପିତ କରାଯିବ । ଫେବୃୟାରୀ 1ରେ କେନ୍ଦ୍ରୀୟ ବଜେଟ ଆଗତ କରାଯିବ । ଏହାପରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଓ ବଜେଟ ଉପରେ ଚର୍ଚ୍ଚା କରାଯିବ । ଆଲୋଚନାର ସମୟକୁ ନେଇ କାଲି ରାଜ୍ୟସଭା ଓ ଲୋକସଭା ଅଧ୍ୟକ୍ଷ କାର୍ଯ୍ୟମନ୍ତ୍ରଣା କମିଟିର ବୈଠକ କରିବେ ଏବଂ ଏ ସଂପର୍କରେ ନିଷ୍ପତି ନିଆଯିବ ।