Breaking News
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ଇମ୍ଫାଲ ଇଷ୍ଟରେ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ଉଦ୍ଧାର
FMNEWS.IN
25-01-2025
ଇମ୍ଫାଲ 25 ଜାନୁଆରୀ -ସୁରକ୍ଷାବାହିନୀ ଦ୍ୱାରା ଇମ୍ଫାଲ ଇଷ୍ଟ ଜିଲ୍ଲାର ହିଙ୍ଗାଙ୍ଗ ଥାନା ଅଞ୍ଚଳର ଅୱାଙ୍ଗ ପୋଟସାଙ୍ଗବମ ପାହାଡୀ ଅଞ୍ଚଳରେ ସର୍ଚ୍ଚ ଅପରେସନ ଏବଂ କ୍ଷେତ୍ର ପ୍ରାଧାନ୍ୟ ଅପରେସନ ସମୟରେ ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରାଯାଇଥିଲା।
ଉଦ୍ଧାର ସାମଗ୍ରୀରେ ଗୋଟିଏ ଏସଏଲଆର ରାଇଫଲ ବିନା ମ୍ୟାଗାଜିନ,ଗୋଟିଏ ଏସଏମଜୀ କାର୍ବାଇନ ବିନା ମ୍ୟାଗାଜିନ,ଗୋଟିଏ .32 ପିସ୍ତଲ(ଆମେରିକା ନିର୍ମିତ)ମ୍ୟାଗାଜିନସହ ,ଦୁଇଟି ଦେଶୀ ନିର୍ମିତ 51ମିମୀ ମୋର୍ଟାର,ଦୁଇଟି .32 ଜୀବନ୍ତ କ୍ୟାଟ୍ରିଜ,ଗୋଟିଏ ନମ୍ବର 36 ହ୍ୟାଣ୍ଡ ଗ୍ରେନେଡ (ଡିଟୋନେଟର ବିନା),ଗୋଟିଏ ଗ୍ରେନେଡ ନମ୍ବର 80 ମାର୍କ-1,ଗୋଟିଏ ସ୍ମୋକ ଶେଲ 50 ମିଟର ଏବଂ ୱାୟରଲେସ ରେଡିଓ ସେଟ (ବାଓଫେଙ୍ଗ) ଅନ୍ତର୍ଭୁକ୍ତ।