BIG NEWS
ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି

ବିହାରର କଟିହାର ଜିଲ୍ଲାରେ ଗଙ୍ଗା ନଦୀରେ ବୁଡିଲା ଡ଼ଙ୍ଗା : ତିନି ମୃତ, ଅନେକ ନିଖୋଜ

FMNEWS.IN 19-01-2025
Boat capsizes in Ganga river in Bihar's Katihar district: Three dead, many missing

ପାଟନା, ୧୯ ଜାନୁଆରୀ - ବିହାରର କଟିହାର ଜିଲ୍ଲାରେ ରବିବାର ସକାଳେ ଗୋଲାଘାଟ ନିକଟ ଗଙ୍ଗା ନଦୀରେ ଏକ ଡ଼ଙ୍ଗା ଭାରସାମ୍ୟ ହରାଇ ଓଲଟି ପଡିବା ଫଳରେ ପାଣିରେ ବୁଡି ୩ ଜଣଙ୍କର ମୃତ୍ୟୁ ଘଟିଛି । ୭ ଜଣ ନିଖୋଜ ଅଛନ୍ତି । ଏସଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି ।

ରବିବାର ସକାଳେ ୭ଟାରେ ପ୍ରାୟ ୧୨ ଜଣ ଚାଷୀଙ୍କୁ ନେଇ ଦିୟାରାରୁ ଏକ ଛୋଟ ଡ଼ଙ୍ଗା ବାହାରିଥିଲା । ଡ଼ଙ୍ଗାରେ ପ୍ରାଣପୁର, ବୁଧନଗର ଏବଂ କିଶନପୁର ଗ୍ରାମର ଲୋକ ଥିଲେ । ଏମାନେ ଝାଡ଼ଖଣ୍ଡର ସହିବଗଞ୍ଜ ବାସକୋଲ ସ୍ଥିତ ନିଜ ସମ୍ପର୍କୀୟଙ୍କ ଘରକୁ ଯାଉଥିଲେ । କୁହାଯାଉଛି ଯେ, କ୍ଷମତା ଠାରୁ ଅଧିକ ଲୋକ ଡ଼ଙ୍ଗାରେ ଯାତ୍ରା କରିଥିବା କାରଣରୁ ଡ଼ଙ୍ଗାଟି ଗଙ୍ଗା ନଦୀରେ ଓଲଟି ପଡିଥିଲା । ସମସ୍ତ ଲୋକ ବୁଡି ଯାଇଥିଲେ । କିଛି ଲୋକ ପହଁରି ପହଁରୁ ବାହାରକୁ ଚାଲି ଆସିଥିଲେ । ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଏସଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଂଚି ନିଖୋଜ ଲୋକଙ୍କୁ ଖୋଜାଖୋଜି କରୁଛି । ଅହମଦାବାଦ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଉଦ୍ଧାର ହୋଇଥିବା ଲୋକଙ୍କ ଚିକିତ୍ସା ଚାଲିଛି । ଗଙ୍ଗାନଦୀରେ ବୁଡିଥିବା ୩ ଜଣଙ୍କ ଶବ ଉଦ୍ଧାର ହୋଇଛି । ବର୍ତମାନ ସୁଦ୍ଧା ୭ ଜଣ ନିଖୋଜ ଅଛନ୍ତିି । ନିଖୋଜଙ୍କ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡିଛନ୍ତି । ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । ଏସଡିଆରଏଫ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।