BIG NEWS
ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି

ଦିଲ୍ଲୀରୁ ମହାକୁମ୍ଭ ଯାଉଥିବା ଶ୍ରଦ୍ଧାଳୁଙ୍କ ବସ ଦୁର୍ଘଟଣାଗ୍ରସ୍ତ, 4 ମୃତ

FMNEWS.IN 13-02-2025
Bus carrying pilgrims from Delhi to Mahakumbh falls into a ditch, 4 dead

(FMNews):-- ଫତେହପୁର ଥାନା ଅନ୍ତର୍ଗତ କାନପୁର- ପ୍ରୟାଗରାଜ ଜାତୀୟ ରାଜପଥରେ ବୁଧବାର ଏକ ଟ୍ରାଭେଲର ବସ ସହ ଡମ୍ପରର ଧକ୍କା ହୋଇଛି । ଦୁର୍ଘଟଣାରେ 4ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ବେଳେ 17ଜଣ ଆହତ ହୋଇଛନ୍ତି । ଏମାନେ ସମସ୍ତେ ଟ୍ରାଭେଲରରେ ଦିଲ୍ଲୀରୁ ପ୍ରୟାଗରାଜ ଯାଉଥିଲେ । ଆହତଙ୍କ ମଧ୍ୟରୁ ତିନିଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ କାନପୁରରେ ହେଲଟ ହସ୍ପିଟାଲ ରେଫର କରାଯାଇଛି । ମୃତକଙ୍କ ଚିହ୍ନଟ କରାଯାଇଛି । ସେମାନେ ମହାକୁମ୍ଭ ମେଳାରେ ସାମିଲ ହେବା ପାଇଁ ପ୍ରୟାଗରାଜ ଯାଉଥିଲେ । ଫତେହପୁରରେ କଲ୍ୟାଣପୁର ଥାନା ଅନ୍ତର୍ଗତ କାନପୁର ପ୍ରୟାଗରାଜ ନ୍ୟାସନାଲ ହାଇୱେ ସ୍ଥିତ ଦୁଧି କଗାର ମୋଡ ନିକଟରେ ଦ୍ରୁତ ଗତିରେ ଆସୁଥିବା ଏକ ଡମ୍ପର ଟ୍ରାଭେଲରକୁ ଧକ୍କା ଦେଇଥିଲା । ଏଥିରେ ଡ୍ରାଇଭର ସମେତ 4ଜଣଙ୍କର ମୃତ୍ୟୁ ହୋଇଛି ।