Breaking News
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ବୁନ୍ଦେଲଖଣ୍ଡ ଏକ୍ସପ୍ରେସ-ୱେ ରେ ଟ୍ରକ୍ କୁ ପିଟିଲା ବସ୍ : ୨ ତୀର୍ଥଯାତ୍ରୀଙ୍କ ମୃତ୍ୟୁ
FMNEWS.IN
08-02-2025
ହମୀରପୁର, ୮ ଫେବୃଆରୀ - ହମୀରପୁର ଜିଲ୍ଲାର ବୁନ୍ଦେଲଖଣ୍ଡ ଏକ୍ସପ୍ରେସ-ୱେ ରେ ଶନିବାର ଦୃତ ଗତିରେ ଆସୁଥିବା ଏକ ଟୁରିଷ୍ଟ ବସ୍ ରାସ୍ତା ପାଶ୍ୱର୍ରେ ଛିଡା ହୋଇଥିବା ଏକ ଟ୍ରକ୍ କୁ ଧକ୍କା ଦେବା ଫଳରେ ବସ୍ ରେ ଯାଉଥିବା ୨ ଜଣ ତୀର୍ଥଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଯେତେବେଳେ କି ୯ ଜଣ ଆହତ ହୋଇଛନ୍ତି । ସମସ୍ତ ତୀର୍ଥଯାତ୍ରୀ ପ୍ରୟାଗରାଜ ସଙ୍ଗମରେ ସ୍ନାନ କରି ହିମାଚଳ ପ୍ରଦେଶ ଫେରୁଥିଲେ । ଦୁର୍ଘଟଣା ସମ୍ପର୍କରେ ଖବର ପାଇବା କ୍ଷଣି ପୋଲିସ ଘଟଣାସ୍ଥଳରେ ପହଂଚି ଆହତ ମାନଙ୍କୁ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ସରକାରୀ ହସ୍ପିଟାଲକୁ ପଠାଇଥିଲା । ପରେ ଆହତଙ୍କୁ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି । ପୋଲିସ ମୃତକ ଦ୍ୱୟଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ମୃତକ ଦ୍ୱୟ ହେଲେ ହିମାଚଳ ପ୍ରଦେଶ କାଂଗଡ଼ା ଗ୍ରାମ ନିବାସୀ ନିର୍ମଳା (୬୦) ଓ ସୁରେନ୍ଦ୍ର ରାଣା (୫୧) ।