Breaking News
- ମୁଖ୍ୟ ନ୍ୟାୟାଧୀଶ ଗୱଇଙ୍କ ମା ହେବେ ସଂଘ ସମାରୋହର ମୁଖ୍ୟ ଅତିଥି
- ମୋଦୀଙ୍କ ବକ୍ତବ୍ୟକୁ କ଼଼ଡା ସମାଲୋଚନା କଲେ ପିସିସି ସଭାପତି ଭକ୍ତ ଦାସ,କହିଲେ ଓଡିଶାର ଖଣିଖାଦାନ ଲୁଟିବାରେ ମାତିଛି...
- 'ଭୋଟ୍ ଚୋର ଗାଦି ଛାଡ' ଦସ୍ତଖତ ଅଭିଯାନ ତ୍ବରାନ୍ବିତ
- କଂଗ୍ରେସର କ୍ରମବର୍ଦ୍ଧିଷ୍ଣୁ ଗ୍ରହଣୀୟତାରେ ମୋଦୀ ଭୟଭୀତ: ଭକ୍ତ ଦାସ୍
- ସଂଗଠନ ସୃଜନ ଅଭିଯାନ ସମାପ୍ତ ; ଡିସିସି ସଭାପତି ନିଯୁକ୍ତ
ମୁଖ୍ୟ ନ୍ୟାୟାଧୀଶ ଗୱଇଙ୍କ ମା ହେବେ ସଂଘ ସମାରୋହର ମୁଖ୍ୟ ଅତିଥି
FMNEWS.IN
29-09-2025

ଅମରାବତୀ ଉଚ୍ଚତମ ନ୍ୟାୟାଳୟର ମୁଖ୍ୟ ନ୍ୟାୟାଧୀଶ ବିଆର୍ ଗୱଇଙ୍କ ମାଆ ଡା. କମଲତାଇ ରା. ଗୱଇ ଅମରାବତୀରେ ରାଷ୍ଟ୍ରୀୟ ସ୍ୱୟସେବକ ସଂଘର ବିଜୟାଦଶମୀ ସମାରୋହର ମୁଖ୍ୟ ଅତିଥି ହେବେ। ସଂଘର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀର ସଦସ୍ୟ ଜେ. ନନ୍ଦକୁମାର କାର୍ଯ୍ୟକ୍ରମର ମୁଖ୍ୟବକ୍ତା ହେବେ। ଡା. କମଲତାଇ ଗୱଇ ଅମରାବତୀର ପ୍ରତିଷ୍ଠିତ ଶ୍ରୀ ଦାଦାସାହେବ ଗୱଇ ଟ୍ରଷ୍ଟର ଅଧ୍ୟକ୍ଷ ମଧ୍ୟ ଅଛନ୍ତି।
ଏହି ବିଷୟରେ ସୂଚନା ଦେଇ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବିଦର୍ଭ ପ୍ରାନ୍ତର ପ୍ରଚାର ପ୍ରମୁଖ କହିଛନ୍ତି ଯେ ସଂଘ ଏହି ବର୍ଷ ଶତାବ୍ଦୀ ସମାରୋହ ବର୍ଷର ଶୁଭାରମ୍ଭ କରୁଛି। ୦୨ ଅକ୍ଟୋବର ଦିନ ମହାରାଷ୍ଟ୍ରର ନାଗପୁର ରେଶିମବାଗରେ ଆୟୋଜିତ ସମାରାହରେ ଦେଶର ପୂର୍ବ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୁଖ୍ୟ ଅତିଥି ରୂପେ ସାମିଲ ହେବେ। ଗୱଇ ପରିବାରର ସଦସ୍ୟଙ୍କ ଅନୁଯାୟୀ ଡା. କମଳତାଇ ଗୱଇଙ୍କୁ ସଂଘ ପକ୍ଷରୁ ଅଧିକାରୀକ ନିମନ୍ତ୍ରଣ ପ୍ରାପ୍ତ ହୋଇଛି। ସେ ବିଜୟାଦଶମୀ ଉତ୍ସବରେ ସାମିଲ ହେବାର ମୌଖିକ ସ୍ୱୀକୃତି ପ୍ରଦାନ କରିଛନ୍ତି।