Breaking News
- ମିଥ୍ୟା ଶପଥ ପାଠ ପାଇଁ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ବିଧାୟକ ପଦ ରଦ୍ଦ କରାଯାଉ- କଂଗ୍ରେସ
- ନିଶା ମାଙ୍କଡ଼ିଆ ମୃତ୍ୟୁକୁ ଗଣମାଧ୍ୟମ କାହିଁକି ଏତେ ଗୌଣ ଦେଖୁଛନ୍ତି
- ଆଗରୁ ଭୋଟ ଚୋରି କରୁଥିଲେ ଏବେ ପ୍ରାର୍ଥୀ ଚୋରି କରିଛନ୍ତି : ନବୀନ ପଟ୍ଟନାୟକ
- ବିଜେଡି ନିଜ ପାର୍ଟିର ହୋଇ ପାରିଲାନି କି ମାଟିର ମଧ୍ୟ ହେଲାନି : କଂଗ୍ରେସ
- ବୈଷ୍ଣବ ଓ ପାଣ୍ଡିଆନ ଯୋଡିଙ୍କ ଖେଳ : ନୂଆପଡା ଉପନିର୍ବାଚନ ପାଇଁ ନୂଆଦିଲ୍ଲୀରେ ହୋଇଥିଲା ଡିଲ
ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳ କେଜରିୱାଲ ଓ ଆଆପର ଜନମତ ସଂଗ୍ରହରୁ ଅଧିକ କିଛି ନୁହେଁ- କଂଗ୍ରେସ
FMNEWS.IN
08-02-2025
ନୂଆଦିଲ୍ଲୀ, 8 ଫେବ୍ରୁଆରି - ଦିଲ୍ଲୀ ବିଧାନସଭା ନିର୍ବାଚନ-2025ର ଭୋଟଗଣତି ଫଳ ଆସିବାକୁ ନେଇ କଂଗ୍ରେସର ପ୍ରଥମ ପ୍ରତିକ୍ରିୟା ଆସିଛି ।
ପାର୍ଟି ମହାସଚିବ ଏବଂ ରାଜ୍ୟସଭା ସଦସ୍ୟ ଜୟରାମ ରମେଶ କହିଛନ୍ତି ଯେ, ଏହି ଫଳ ଅରବିନ୍ଦ କେଜରିୱାଲ ଓ ଆମ୍ ଆଦମୀ ପାର୍ଟି ଉପରେ ଜନମତ ସଂଗ୍ରହରୁ ଅଧିକ କିଛି ନୁହେଁ । ଏହି ନିର୍ବାଚନରେ ବିଫଳ ଥିବା କଂଗ୍ରେସ ସଂପର୍କରେ ସେ କହିଛନ୍ତି ଯେ, 2030ରେ ତାଙ୍କ ପାର୍ଟି ସରକାର ଗଠନ କରିବ ।
ଜୟରାମ ରମେଶ ଆଜି ଏଠାରେ ଏକ ବକ୍ତବ୍ୟରେ କହିଛନ୍ତି ଯେ, ଯେତେବେଳେ 2015 ଓ 2020ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଚରମରେ ଥିଲା, ସେତେବେଳେ ବି ଆମ୍ ଆଦମୀ ପାର୍ଟି ଦିଲ୍ଲୀରେ ନିର୍ଣ୍ଣାୟକ ବିଜୟ ହାସଲ କରିଥିଲା । ସେ କହିଛନ୍ତି ଯେ, ଦିଲ୍ଲୀର ନିର୍ବାଚନ ଫଳ ପ୍ରଧାନମନ୍ତ୍ରୀ ମୋଦିଙ୍କ ନୀତି ଉପରେ ମୋହର ନୁହେଁ ବରଂ ଏହି ଜନାଦେଶ କେଜରିୱାଲଙ୍କ ଛଳ,କପଟ ଓ ଉପଲବ୍ଧିର ଅତିଶୟୋକ୍ତପୂର୍ଣ୍ଣ ପ୍ରତିଶ୍ରୁତିର ରାଜନୀତିକୁ ଖାରଜ କରିଛି ।