BIG NEWS
ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି

ସମ୍ବିଧାନର ପ୍ରତ୍ୟେକ ପବିତ୍ର ସିଦ୍ଧାନ୍ତକୁ ଧ୍ୱସ୍ତ କରିଛି ଏକଛତ୍ରବାଦୀ ଶାସକ- ଖଡଗେ

FMNEWS.IN 26-01-2025
Dictatorship has destroyed every sacred principle of the Constitution: Kharge

ନୂଆଦିଲ୍ଲୀ, 26 ଜାନୁଆରି:- କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ କଡଗେ ଗଣତନ୍ତ୍ର ଦିବସ ଅବସରରେ ଅଭିଯୋଗ କରିଛନ୍ତି ଯେ, ଦେଶରେ ସମ୍ବିଧାନର ପ୍ରତି ପବିତ୍ର ସିଦ୍ଧାନ୍ତକୁ ଏକ ଏକଛତ୍ରବାଦୀ ଶାସନ ଦ୍ୱାରା ଧ୍ୱସ୍ତ କରାଯାଉଛି । ସେ କହିଛନ୍ତି ଏହା ହେଉଛି ଉପଯୁକ୍ତ ସମୟ ଯେ, ଆମେ ଆମ ସମ୍ବିଧାନର ବିଚାର ଓ ଆଦର୍ଶ ପରି ନ୍ୟାୟ, ସ୍ୱାଧୀନତା, ସମାନତା ଓ ବନ୍ଧୁତ୍ୱକୁ ସଂରକ୍ଷିତ ଓ ସୁରକ୍ଷିତ ରଖିବା । ସମ୍ବିଧାନର ରକ୍ଷା ପାଇଁ ବଳିଦାନ ଦେବାକୁ ପ୍ରସ୍ତୁତ ରହିବା । ଏହା ଆମ ପୂର୍ବପୁରୁଷଙ୍କୁ ପ୍ରକୃତ ଶ୍ରଦ୍ଧାଂଜଳି ହେବ ।

ଗଣତନ୍ତ୍ର ଦିବସ ଅବସରରେ ନିଜ ଶୁଭକମନା ବାର୍ତ୍ତାରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱ ବିଶିଷ୍ଟ କେନ୍ଦ୍ର ସରକାର ଉପରେ ଅନେକ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ, ଆଜି ଦେଶର ଅନ୍ନଦାତା ପରିଶ୍ରମକୀ କୃଷକ ଋଣ ବୋଝ ତଳେ ଦବିଯାଇଛନ୍ତି । ସେ କହିଛନ୍ତି ଯେ, ଉତ୍ସବର ଅବସରରେ ଏହା ଉପରେ ନଜର ପକାଇବାର ଆବଶ୍ୟକତା ରହିଛି ଯେ, ଦେଶରେ କିଭଳି ଭାବେ ଆମ ସମ୍ବିଧାନ ଉପରେ ଳଗାତର ହମଲା ହେଉଛି । କ୍ଷମତାସୀନ ଦଳ ଦଶନ୍ଧିରୁ ସାବଧାନତାର ସହ ନିର୍ମାଣ ହୋଇଥିବା ସଂସ୍ଥାର ସ୍ୱାୟତ୍ତତାକୁ ଲଗାତର ହନନ କରୁଛି ।