Breaking News
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ଉତରକାଶୀରେ ଭୂକମ୍ପ, ଘଂଟାଏ ମଧ୍ୟରେ ଦୁଇଥର ଝଟ୍କା
FMNEWS.IN
24-01-2025
ଡେରାଡୁନ, 24 ଜାନୁଆରି:-ଉତରାଖଣ୍ଡର ସୀମାନ୍ତ ଜିଲ୍ଲା ଉତରକାଶୀରେ ଆଜି ସକାଳେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ସୀମାନ୍ତ ଜିଲ୍ଲାରେ ଘଂଟାଙ୍କ ମଧ୍ୟରେ ଦୁଇଥର ଝଟ୍କା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା 3.5 ରେକର୍ଡ ହୋଇଛି । ଏହି ସମୟରେ ଘରୁ ବାହାରିଯାଇଥିଲେ ଲୋକେ । ଏବେ ସୁଦ୍ଧା ଧନଜୀବନ ହାନିର କୌଣସି ସୂଚନା ମିଳିନି । ଅନ୍ୟପଟେ ସୁରକ୍ଷିତ ରହିବା ପାଇଁ ସୁରକ୍ଷିତ ସ୍ଥାନରେ ରହିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।
ଉତରକାଶୀ ଜରୁରୀକାଳୀନ ପରିଚାଳନ କେନ୍ଦ୍ର ଅନୁସାରେ ପ୍ରଥମ ଝଟ୍କା ସକାଳ 7.41 ମିନିଟ ସମୟରେ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା2.7 ରେକର୍ଡ ହୋଇଥିଲା । ଏହାର କେନ୍ଦ୍ର ତିଲୋଥ ନିକଟରେ ଥିଲା । ଦ୍ୱିତୀୟ ଝଟ୍କା 8.19 ମିନିଟ ସମୟରେ ଅନୁଭୂତ ହୋଇଥିଲା । ଏହାର ତୀବ୍ରତା 3.5 ରେକର୍ଡ ହୋଇଛି । ଏହାର କେନ୍ଦ୍ର ଭଟୱାଡି ତହସିଲ ଅନ୍ତର୍ଗତ ଦୟାର ବୁଗ୍ୟାଲ ବନାଂଚଳ ବୋଲି ଜଣାପଡିଛି ।