Breaking News
ଜାମ୍ମୁକାଶ୍ମୀରର ବିଳାୱରରେ ଆତଙ୍କବାଦୀ ଏବଂ ସୁରକ୍ଷାବାହିନୀ ମଧ୍ୟରେ ଗୁଳି ବିନିମୟ,ସର୍ଚ୍ଚ ଅପରେସନ ଜାରି
FMNEWS.IN
25-01-2025
କଠୁଆ 25 ଜାନୁଆରୀ-ଜାମ୍ମୁକାଶ୍ମୀରର କଠୁଆ ଜିଲ୍ଲାର ବିଲାୱର ଅଞ୍ଚଳରେ ଗଣତନ୍ତ୍ର ଦିବସ ପୁର୍ବରୁ ଶନିବାର ଆତଙ୍କବାଦୀ ଏବଂ ସୁରକ୍ଷାବାହିନୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।ଏହାପରେ ସମଗ୍ର ଅଞ୍ଚଳ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଚାଲିଛି।ଅଧିକାରୀ କହିଛନ୍ତି ଯେ ସକାଳ ସମୟରେ ସତର୍କ ସୈନିକମାନେ ଟୀଓବୀ ମୋର,ପଞ୍ଚାୟତ ବଟୋଡୀ ପୋଲିସ ଥାନା ବିଳାୱର କଠୁଆରେ ସନ୍ଦେହଜନକ କାର୍ଯ୍ୟକଳାପ ଦେଖିଥିଲେ।ସତର୍କ ସୈନିକମାନେ ଯେତେବେଳେ ଚ୍ୟାଲେଞ୍ଜ କରିଥିଲେ ସେତେବେଳେ ସନ୍ଦିଗ୍ଧ ଆତଙ୍କବାଦୀ ଗୁଳି ଚଳାଇବା ଆରମ୍ଭ କରିଥିଲେ ଏହାପରେ ସୈନିକମାନେ ପ୍ରତିଶୋଧ ନେଇଥିଲେ।ଅଧିକାରୀମାନେ କହିଛନ୍ତି ଯେ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି।