- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
ମହାକୁମ୍ଭ:ସଙ୍ଗମ ବାଲିରେ ଏକ ମାସ କଳ୍ପବାସର ସମାପନ
ପ୍ରୟାଗରାଜ, 12 ଫେବୃଆରୀ-ମହାକୁମ୍ଭ ,ମାଘ ପୁର୍ଣ୍ଣିମା ଅବସରରେ ଗଙ୍ଗା ,ଯମୁନା ଏବଂ ଅଦୃଶ୍ୟ ସରସ୍ୱତୀର ପବିତ୍ର ତ୍ରିବେଣୀ ସଙ୍ଗମରେ ବୁଧବାର ସକାଳେ ଲକ୍ଷ ଲକ୍ଷ ଭକ୍ତ ବୁଧବାର ବିଶ୍ୱାସର ବୁଡ ପକାଇଛନ୍ତି।ମାଘ ପୁର୍ଣ୍ଣିମା ସ୍ନାନ ପର୍ବ ସହିତ ତୀର୍ଥରାଜ ପ୍ରୟାଗରେ ସଙ୍ଗମ ବାଲିରେ ଚାଲିଥିବା ମହାକୁମ୍ଭ ମେଳାର ଅନୌପଚାରିକ ସମାପନ ଆଜି ହୋଇଛି ଏବଂ ଏହା ସହ କଳ୍ପବାସ ସମାପ୍ତ ହୋଇଛି। ତେବେ ମେଳା 26 ଫେବୃଆରୀରେ ପଡୁଥିବା ମହାଶିବରାତ୍ରିର ପର୍ବ ପର୍ଯ୍ୟନ୍ତ ଜାରି ରହିବ।
ମହାକୁମ୍ଭ ମେଳାର ପଞ୍ଚମ ଅମୃତସ୍ନାନ ପର୍ବ ମାଘ ପୁର୍ଣ୍ଣିମା ଆଜି ବୁଧବାର । ମାଘ ମାସ ଶୁକ୍ଳ ପକ୍ଷ ପୁର୍ଣ୍ଣିମା ତିଥିରେ ମାଘ ପୁର୍ଣ୍ଣିମାରେ ପାଳନ କରାଯାଏ।ଏହା ସହ ପୌଷ ପୁର୍ଣ୍ଣିମାରେ ସଙ୍ଗମ ବାଲିରେ ଆରମ୍ଭ ହୋଇଥିଲା ଭଜନ,ପୁଜା,ଏବଂ ରିତିନୀତି ମଧ୍ୟ ଶେଷ ହୁଏ। ମାଘ ପୁର୍ଣ୍ଣିମାସ୍ନାନ ପରେସାଧୁ ସନ୍ଥ ମଧ୍ୟ ନିଜ ନିଜ ମଠ ମନ୍ଦିରକୁ ଫେରିବେ। ସଙ୍ଗମର ବାଲିରେ ରହୁଥିବା ଲକ୍ଷ ଲକ୍ଷ କଳ୍ପବାସୀ ପୁଣି ଆସନ୍ତା ବର୍ଷ ଆସିବାକୁ ସଂକଳ୍ପ ନେଇ ନିଜ ଘରକୁ ଫେରିବେ।