Breaking News
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ପୁତୁରା ଆକାଶ ଆନନ୍ଦଙ୍କୁ ପାର୍ଟିର ସମସ୍ତ ପଦରୁ ହଟାଇଲେ ମାୟାବତୀ
FMNEWS.IN
02-03-2025
ଲକ୍ଷ୍ନୌ, 2 ମାର୍ଚ୍ଚ- ବହୁଜନ ସମାଜ ପାର୍ଟିର ରାଜ୍ୟ କାର୍ଯ୍ୟାଳୟରେ ରବିବାର ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ ବୈଠକରେ ବଡ ନିଷ୍ପତି ନେଇଛନ୍ତି । ସେ ତାଙ୍କ ପୁତୁରା ଆକାଶ ଆନନ୍ଦଙ୍କୁ ପାର୍ଟିର ସମସ୍ତ ପଦରୁ ହଟାଇ ଦେଇଛନ୍ତି । ତାଙ୍କ ସ୍ଥାନରେ ଭାଇ ଆନନ୍ଦ କୁମାର ଓ ରାମଜୀ ଗୌତମଙ୍କୁ ପାର୍ଟିର ରାଷ୍ଟ୍ରୀୟ କୋଅର୍ଡିନେଟର କରିଛନ୍ତି । ସେମାନଙ୍କ ଦାୟିତ୍ୱ ସଂପର୍କରେ ବି କୁହାଯାଇଛି ।
ମାୟାବତୀ ତାଙ୍କ ବୟାନରେ କହିଛନ୍ତି ଯେ, ଆକାଶ ଆନନ୍ଦଙ୍କୁ ପାର୍ଟିର ସମସ୍ତ ପଦରୁ ହଟାଇ ଦିଆଯାଇଛି । ଆକାଶ ଆନନ୍ଦଙ୍କୁ ହଟାଇବା ପଛରେ ତାଙ୍କ ଶ୍ୱଶୁର ଅଶୋକ ସିଦ୍ଧାର୍ଥଙ୍କୁ ସେ ଦାୟୀ କରିଛନ୍ତି । ଅଶୋକ ପାର୍ଟିକୁ କ୍ଷତି ପହଂଚାଇବା ସହ ଆକାଶଙ୍କ ରାଜନୈତିକ କ୍ୟାରିୟର ବି ଖରାପ କରିଛନ୍ତି । ଆକାଶଙ୍କ ସ୍ଥାନରେ ତାଙ୍କ ଛୋଟ ଭାଇ ଆନନ୍ଦ କୁମାର ହିଁ ଦଳର ସମସ୍ତ କାର୍ଯ୍ୟ କରିବେ ।