ନୂତନ ମୁଖ୍ୟ ନିର୍ବାଚନ କମିଶନରଙ୍କ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ

FMNEWS.IN 17-02-2025
Meeting chaired by Prime Minister regarding new Chief Election Commissioner

ନୂଆଦିଲ୍ଲୀ, ୧୭ ଫେବୃଆରୀ - ଦେଶର ନୂତନ ମୁଖ୍ୟ ନିର୍ବାଚନ କମିଶନରଙ୍କ ନାମ ବିଚାର କରିବା ପାଇଁ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ନର୍ଥ ବ୍ଲକରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଯୋଗ ଦେଇଥିଲେ। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ କାର୍ଯ୍ୟକାଳ ଆସନ୍ତାକାଲି ଶେଷ ହେଉଛି।

ପୁରୁଣା ବ୍ୟବସ୍ଥା ଅନୁଯାୟୀ, ତିନି ସଦସ୍ୟ ବିଶିଷ୍ଟ ନିର୍ବାଚନ କମିଶନର ସବୁଠାରୁ ବରିଷ୍ଠ ନିର୍ବାଚନ କମିଶନରଙ୍କୁ ମୁଖ୍ୟ ନିର୍ବାଚନ କମିଶନର କରାଯାଉଥିଲା। ତଥାପି, ନିର୍ବାଚନ କମିଶନରଙ୍କ ନିଯୁକ୍ତି ସହିତ ଜଡିତ ଆଇନ ଅନୁଯାୟୀ, ଏବେ ନୂତନ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଏକ କମିଟି ମାଧ୍ୟମରେ ଚୟନ କରାଯିବ। ମୁଖ୍ୟ ନିର୍ବାଚନ କମିଶନର ଏବଂ ଅନ୍ୟାନ୍ୟ ନିର୍ବାଚନ କମିଶନର (ନିଯୁକ୍ତି, ସେବା ସର୍ତାବଳୀ ଏବଂ ପଦ ସର୍ତାବଳୀ) ଆଇନ, ୨୦୨୩ ଅନୁଯାୟୀ, ନୂତନ ମୁଖ୍ୟ ନିର୍ବାଚନ କମିଶନର ବର୍ତର୍ମାନ କମିଶନରେ ଅନ୍ତର୍ଭୁକ୍ତ ନିର୍ବାଚନ କମିଶନରଙ୍କ ମଧ୍ୟରୁ ଜଣେ ହୋଇପାରିବେ କିମ୍ବା ଏକ ନୂତନ ନାମ ସ୍ଥିର କରାଯାଇପାରିବ।

ଏହି ଆଇନ ଅନୁଯାୟୀ, କେନ୍ଦ୍ର ଆଇନ ଏବଂ ନ୍ୟାୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ସର୍ଚ୍ଚ କମିଟି ପାଂଚ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ କରନ୍ତି। ବର୍ତର୍ମାନ ଅର୍ଜୁନ ରାମ ମେଘୱାଲ ଆଇନ ଏବଂ ନ୍ୟାୟ ମନ୍ତ୍ରୀ ଅଛନ୍ତି। ଏହି ତାଲିକାକୁ ପ୍ରଧାନମନ୍ତ୍ରୀ, ଲୋକସଭାରେ ବିରୋଧୀ ଦଳ ନେତା ଏବଂ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମନୋନୀତ ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ନେଇ ଗଠିତ ଏକ ଚୟନ କମିଟି ଦ୍ୱାରା ବିଚାର କରାଯାଏ। ଯଦି ସର୍ବସମ୍ମତି ନହୁଏ, ତେବେ କମିଟି ବହୁମତ ଆଧାରରେ ନାମ ସ୍ଥିର କରିବ।