Breaking News
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ଉତର ପ୍ରଦେଶର ବଡୌତରେ ଭୁଶୁଡିଲା ନିର୍ବାଣ ମହୋତ୍ସବ ମଂଚ, 5 ମୃତ
FMNEWS.IN
28-01-2025
ବାଗପତ, 28 ଜାନୁଆରି:- ଉତର ପ୍ରଦେଶର ବାଗପତ ଜିଲ୍ଲାର ବଡୌତରେ ଜୈନ ସମାଜର ନିର୍ବାଣ ମହୋତ୍ସବ ସମୟରେ ଆଜି ସକାଳେ ବଡ ଅଘଟଣ ଘଟିଛି । ମାନ ସ୍ତମ୍ଭ ଉପରେ ଲଡୁ ଚଢାଇବା ସମୟରେ ମଂଚ ଖସିବା କାରଣରୁ 60 ଜଣ ଲୋକ ଆହତ ହୋଇଛନ୍ତି, ସେହିପରି 5ଜଣଙ୍କ ମୃତ୍ୟୁ ହୋଇଛି । ଆହତଙ୍କ ମଧ୍ୟରେ ମହିଳା, ପୁରୁଷ ଓ ପିଲା ସାମିଲ ଅଛନ୍ତି । ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛନ୍ତି । ସେ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଘଟଣାସ୍ଥଳରେ ପହଂଚି ପୀଡିତଙ୍କୁ ସବୁ ପ୍ରକାର ସହଯୋଗ କରିବାକୁ ।ଆହତଙ୍କୁ ଉତମ ଚିକତ୍ସା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।