ଗଣତନ୍ତ୍ର ଦିବସ ଅବସରରେ ମୁଖ୍ୟ ଅତିଥି ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋୱୋ ସୁବିୟାନ୍ତୋଙ୍କ ରାଷ୍ଟ୍ରପତି ଭବନରେ ଆନୁଷ୍ଠାନିକ ସ୍ୱାଗତ

ନୁଆଦିଲ୍ଲୀ 25 ଜାନୁଆରୀ-ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋୱୋ ସୁବିୟାନ୍ତୋ ଆଜି ରାଷ୍ଟ୍ରପତି ଭବନରେ ଆନୁଷ୍ଠାନିକ ଭାବେ ସ୍ୱାଗତ କରାଯାଇଥିଲା।ପରେ ସେ ରାଜଘାଟକୁ ଯାଇ ମହାତ୍ମା ଗାନ୍ଧୀଙ୍କ ସମାଧୀ ଉପରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଇଣ୍ଡୋନେସିଆର ରାଷ୍ଟ୍ରପତି ସୁବିୟାନ୍ତୋ ଭାରତର ପ୍ରଥମ ସରକାରୀ ଗ୍ରସ୍ତରେ ଆସିଛନ୍ତି।ସେ ଆସନ୍ତାକାଲି ଭାରତର 76ତମ ଗଣତନ୍ତ୍ର ଦିବସ ଅବସରରେ ମୁଖ୍ୟ ଅତିଥି ହେବେ।ବିଦେଶ ମନ୍ତ୍ରାଳୟର ମୁଖପାତ୍ର ଏକ୍ସ ପୋଷ୍ଚରେ କହିଛନ୍ତି ଏକ ବିଶେଷ ବନ୍ଧୁଙ୍କୁ ଏକ ସ୍ୱତନ୍ତ୍ର ସ୍ୱାଗତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋୱୋ ସୁବିୟାନ୍ତୋଙ୍କ ଭାରତରେ ପ୍ରଥମ ସରକାରୀ ଗ୍ରସ୍ତରେ ସ୍ୱାଗତ କରିଛନ୍ତି।ରାଷ୍ଟ୍ରପତି ପ୍ରବୋୱୋଙ୍କୁ ରାଷ୍ଟ୍ରପତି ଭବନ ପ୍ରଙ୍ଗଣରେ ଆନୁଷ୍ଠାନିକ ସ୍ୱାଗତ ଏବଂ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା।ରାଷ୍ଟ୍ରପତି ପ୍ରବୋୱୋ ଗଣମାଧ୍ୟମକୁ ସୁଚନା ଦେଇ କହିଛନ୍ତି ଇଣ୍ଡୋନେସିଆ ଭାରତକୁ ବହୁତ ଭଲ ବନ୍ଧୁ ବୋଲି ବିବେଚନା କରେ।ଭାରତ ଆମର ସ୍ୱାଧୀନତାକୁ ସ୍ୱୀକୃତି ଦେଇଥିବା ପ୍ରଥମ ଦେଶ ଥିଲା ଏବଂ ସ୍ୱାଧୀନତା ପାଇଁ ଆମ ସଂଗ୍ରାମରେ ଆମକୁ ସମର୍ଥନ କରିଥିଲା।ଆମେ ଏହାକୁ କେବେ ଭୁଲି ପାରିବୁ ନାହିଁ।ମୁଁ ଭାରତ ସହ ସହଯୋଗ ସହଭାଗୀତା ବୃଦ୍ଧି ପାଇଁ ପ୍ରତିଶୃତିବଦ୍ଧ,ଏହା ମୋର ଦୃଢ ସଂକଳ୍ପ।