BIG NEWS
କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ କୋଟି ଟଙ୍କା ଆକଳନ
ବଜେଟ୍‌ ଗରିବ ବିରୋଧି : କଂଗ୍ରେସ
କର୍ପୋରେଟ ଜଗତ ପାଇଁ ଏହି ବଜେଟ, ସାଧାରଣ ଜନତା ଉପେକ୍ଷିତ: ଭକ୍ତ

ତୃଣମୂଳ କଂଗ୍ରେସ ଛାଡିଲେ ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ, କଂଗ୍ରେସରେ ହେଲେ ସାମିଲ

FMNEWS.IN 12-02-2025
Pranab Mukherjee's son Abhijit quits Trinamool Congress, joins Congress

କୋଲକାତା, 12 ଫେବ୍ରୁଆରି - ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ମୁଖାର୍ଜୀ 4 ବର୍ଷ ପରେ କଂଗ୍ରେସକୁ ଫେରିଛନ୍ତି । ବୁଧବାର ସେ ପଶ୍ଚିମବଙ୍ଗ ପ୍ରଦେଶ କଂଗ୍ରେସ ମୁଖ୍ୟାଳୟରେ ପ୍ରଦେଶ ଅଧ୍ୟକ୍ଷ ଶୁଭଙ୍କର ସରକାରଙ୍କ ଉପସ୍ଥିତିରେ କଂଗ୍ରେସର ହାତ ଧରିଛନ୍ତି । ଅଭିଜିତ କହିଛନ୍ତି ଯେ, ବିଜେପିର ବିଭାଜନକାରୀ ରାଜନୀତି ବିରୁଦ୍ଧ ସଂଘର୍ଷ ପାଇଁ କଂଗ୍ରେସ ହିଁ ଏକମାତ୍ର ବିକଳ୍ପ ଅଟେ ।

ଅଭିଜିତ ମୁଖାର୍ଜୀ 2021ରେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡି ତୃଣମୂଳ କଂଗ୍ରେସରେ ସାମିଲ ହୋଇଥିଲେ, କିନ୍ତୁ ତୃଣମୂଳରେ ତାଙ୍କୁ କୌଣସି ଖାସ୍ ଦାୟିତ୍ୱ ମିଳିନଥିଲା । ପାର୍ଟି ତାଙ୍କୁ ନା ଲୋକସଭା ଟିକେଟ ଦେଇଥିଲା ନା ବିଧାନସଭା ନିର୍ବାଚନରେ ଓହ୍ଲାଇଥିଲା । ଗତ କିଛି ମାସ ହେବ ସେ ତୃଣମୂଳରେ ନିଜ ଭୂମିକାକୁ ନେଇ ଅସନ୍ତୋଷ ଜାହିର କରିଥିଲେ । ଶେଷରେ ସେ ପୁଣି ଥରେ କଂଗ୍ରେସରେ ସାମିଲ ହୋଇଛନ୍ତି । 2026 ବିଧାନସଭା ନିର୍ବାଚନରେ କଂଗ୍ରେସ ତାଙ୍କୁ ଟିକେଟ ଦେଇପାରେ ବୋଲି ବିଶ୍ୱାସ କରୁଛନ୍ତି ।