- ବଳଙ୍ଗା ପୀଡିତାଙ୍କୁ ନ୍ୟାୟ ଦାବି ଅଗଷ୍ଟ ୭ରେ ପୁରୀ ଜିଲ୍ଲାରେ ବିଜେଡିର ୬ ଘଣ୍ଟିଆ ହରତାଳ
- ସୌମ୍ୟାଶ୍ରୀ ମୃତ୍ୟୁକୁ ନେଇ ଦୁଇ ଏବିଭିପି ସଦସ୍ୟଙ୍କ ଗିରଫ ଘଟଣା -ବିଜେପି ଷଡଯନ୍ତ୍ରକାରୀ, ଏବିଭିପି ହତ୍ୟାକାରୀ: ବିଜେ...
- ଦିବଗଂତା ବଳଙ୍ଗା ପୀଡ଼ିତା, ଏଫଏମ ସ୍ଵୟଂଶାସିତ ମହା ବିଦ୍ୟାଳୟର ପୀଡ଼ିତା ଓ ଧର୍ମଶାଳା ବିଧାୟକଙ୍କ ଦ୍ୱାରା ଅତ୍ୟାଚାରିତ...
- ଆଦିବାସୀ ସମାଜର ଉନ୍ନତି ପାଇଁ ଶିବୁ ସୋରେନଙ୍କ ଅବଦାନ ସର୍ବଦା ସ୍ମରଣୀୟ - ଭକ୍ତ ଦାସ
- କଂଗ୍ରେସର ବଳଙ୍ଗା ଓ ଭୋଗରାଇ ନାରୀ ନ୍ୟାୟ ଯାତ୍ରା ୧୨ ଏବଂ ୧୪ ରେ
ରାଷ୍ଟ୍ରପତି ଭବନର ଅମୃତ ଉଦ୍ୟାନ ଫେବୃଆରୀ ୨ ରୁ ସାଧାରଣ ଜନତାଙ୍କ ନିମନ୍ତେ ଖୋଲିବ

(FMNews):--ରାଷ୍ଟ୍ରପତି ଭବନର ଅମୃତ ଉଦ୍ୟାନ ଫେବୃଆରୀ ୨ ରୁ ମାର୍ଚ୍ଚ ୩୦ ତାରିଖ ପର୍ଯ୍ୟନ୍ତ ସାଧାରଣ ଜନତାଙ୍କ ନିମନ୍ତେ ଖୋଲା ରହିବ । ଲୋକମାନେ ସପ୍ତାହରେ ୬ ଦିନ ସକାଳ ୧୦ଟା ଠାରୁ ସଂନ୍ଧ୍ୟା ୬ଟା ମଧ୍ୟରେ ଉଦ୍ୟାନକୁ ଯାଇପାରିବେ । ସପ୍ତାହରେ ଥରେ ସୋମବାର ଦିନ ଦେଖାରେଖା ପାଇଁ ଉଦ୍ୟାନ ବନ୍ଦ ରହିବ ।
ରାଷ୍ଟ୍ରପତି ଭବନ ପକ୍ଷରୁ ମଙ୍ଗଳବାର ଜାରି ବୟାନ ଅନୁସାରେ, ଫେବୃଆରୀ ୫ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ନିମନ୍ତେ ମତଦାନ, ଫେବୃଆରୀ ୨୦ ଏବଂ ୨୧ ରେ ରାଷ୍ଟ୍ରପତି ଭବନରେ ଆଗନ୍ତୁକଙ୍କ ସମ୍ମିଳନୀ ଏବଂ ମାର୍ଚ୍ଚ ୧୪ ରେ ହୋଲି କାରଣରୁ ଉଦ୍ୟାନ ବନ୍ଦ ରହିବ ।
ସମସ୍ତ ଆଗନ୍ତୁକଙ୍କ ନିମନ୍ତେ ପ୍ରବେଶ ଓ ପ୍ରସ୍ଥାନ ରାଷ୍ଟ୍ରପତି ଭବନର ଗେଟ୍ ନଂ ୩୫ ରେ ହେବ । ଏହି ଗେଟ୍ ନର୍ଥ ଏବେନ୍ୟୁରୁ ରାଷ୍ଟ୍ରପତି ଭବନର ନିକଟବର୍ତୀ ଅଟେ । ଆଗନ୍ତୁକଙ୍କ ସୁବିଧା ନିମନ୍ତେ କେନ୍ଦ୍ରିୟ ସଚ୍ଚିବାଳୟ ମେଟ୍ରୋ ଷ୍ଟେସନରୁ ଗେଟ୍ ନମ୍ବର ୩୫ ପର୍ଯ୍ୟନ୍ତ ଶଟଲ ବସ୍ ସେବା ସକାଳ ୯ଟା ୩୦ରୁ ସଂନ୍ଧ୍ରା ୬ଟା ମଧ୍ୟରେ ପ୍ରତି ୩୦ ମିନିଟ୍ ରେ ଉପଲବ୍ଧ ହେବ । ଅମୃତ ଉଦ୍ୟାନ ୪ ଦିନ ବିଶେଷ ଶ୍ରେଣୀ ନିମନ୍ତେ ଖୋଲା ରହିବ । ତନ୍ମଧ୍ୟରେ ମାର୍ଚ୍ଚ ୨୬ ରେ ଦିବ୍ୟାଙ୍ଗ ବ୍ୟକ୍ତି ମାନଙ୍କ ନିମନ୍ତେ, ମାର୍ଚ୍ଚ ୨୭ ରେ ପ୍ରତିରକ୍ଷା, ଅର୍ଦ୍ଧସୈନିକ ଏବଂ ପୋଲିସ ବଳର କର୍ମଚାରୀଙ୍କ ନିମନ୍ତେ, ମାର୍ଚ୍ଚ ୨୮ ରେ ମହିଳା ଏବଂ ଆଦିବାସୀ ମହିଳା (ଏସଏଚଜି) ନିମନ୍ତେ ଏବଂ ମାର୍ଚ୍ଚ ୨୯ ରେ ବରିଷ୍ଠ ନାଗରିକଙ୍କ ନିମନ୍ତେ ସଂରକ୍ଷିତ ରହିଛି ।