BIG NEWS
କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ କୋଟି ଟଙ୍କା ଆକଳନ
ବଜେଟ୍‌ ଗରିବ ବିରୋଧି : କଂଗ୍ରେସ
କର୍ପୋରେଟ ଜଗତ ପାଇଁ ଏହି ବଜେଟ, ସାଧାରଣ ଜନତା ଉପେକ୍ଷିତ: ଭକ୍ତ

ଦିଲ୍ଲୀ-ଏନସିଆରରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ

FMNEWS.IN 17-02-2025
Strong earthquake felt in Delhi-NCR

ନୂଆଦିଲ୍ଲୀ, ୧୭ ଫେବୃଆରୀ । ସୋମବାର ସକାଳ ୦୫.୩୬ ସମୟରେ ଦିଲ୍ଲୀ, ଏନସିଆରରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଭୂକମ୍ପନ ପରେ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ଚାଲି ଆସିଥିଲେ।ତେବେ ଭୂକମ୍ପ ଜନିତ ବର୍ତ୍ତମାନ କୌଣସି କ୍ଷତିର ରିପୋର୍ଟ ହୋଇନାହିଁ।

ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି ଅନୁଯାୟୀ, ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା 4 ମାପ କରାଯାଇଛି। ଏହାର କେନ୍ଦ୍ରସ୍ଥଳ ଭୂମିଠାରୁ ପ୍ରାୟ ପାଞ୍ଚ କିଲୋମିଟର ତଳେ ୨୮.୫୯ ଉତ୍ତର ଅକ୍ଷାଂଶ ଏବଂ ୭୭.୧୬ ପୂର୍ବ ଦ୍ରାଘିମାରେ ରହିଥିବା କୁହାଯାଊଛି।