କେନ୍ଦ୍ରୀୟ ବଜେଟରୁ ସଂଚୟ, ନିବେଶ, ଉପଭୋଗ ଓ ଆର୍ଥିକ ବୃଦ୍ଧିକୁ ପ୍ରୋତ୍ସାହନ ମିଳିବ- ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, 1 ଫେବ୍ରୁଆରି - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦ୍ୱାରା ସଂସଦରେ ଉପସ୍ଥାପିତ କରାଯାଇଥିବା କେନ୍ଦ୍ରୀୟ ବଜେଟକୁ ଜନତା ଜନାର୍ଦ୍ଦନଙ୍କ ବଜେଟ ବୋଲି କହିଛନ୍ତି ଏବଂ କହିଛନ୍ତି ଯେ, ଏହା ଲୋକଙ୍କ ହାତରେ ଅଧିକ ପଇସା ଦେବ । ପିଏମ ମୋଦି ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ, କେନ୍ଦ୍ରୀୟ ବଜେଟ 2025-26 ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଏହି ବଜେଟ ସଂଚୟ ବଢାଇବ, ନିବେଶ ବଢାଇବ ଏବଂ ବିକାଶକୁ ବି ଆଗକୁ ବଢାଇବ । ସେ ବଜେଟ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ତାଙ୍କ ପୂରା ଟିମକୁ ଜନତାଙ୍କ ବଜେଟ ଉପସ୍ଥାପନ କରିବା ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଯେ, ଆଜି ଭାରତର ବିକାଶ ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଅଟେ । ଏହା 140 କୋଟି ଭାରତୀୟଙ୍କ ଆକାଂକ୍ଷାର ବଜେଟ ଅଟେ, ଏହା ପ୍ରତି ଭାରତୀୟଙ୍କ ସ୍ୱପ୍ନକୁ ପୂରଣ କରିବା ବିଶିଷ୍ଟ ବଜେଟ ଅଟେ । ଆମେ ଅନେକ ସେକ୍ଟରର ଯୁବକଙ୍କ ପାଇଁ ଖୋଲିଛୁ ।
ଏହା ବିକଶିତ ଭାରତର ମିଶନକୁ ଡ୍ରାଇଭ କରିବା ବାଲା ଅଟେ, ଏହି ବଜେଟ ଫୋର୍ସ ମଲ୍ଟିପ୍ଲାୟର ଅଟେ।ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ବଜେଟ ଦେଶବାସୀଙ୍କ ସ୍ୱପ୍ନକୂ ପୂରଣ କରିବ । ଆମେ ଯୁବକଙ୍କ ପାଇଁ ଅନେକ ସେକ୍ଟର ଖୋଲିଛୁ । ବିକଶିତ ଭାରତର ମିଶନକୁ ସାଧାରଣ ନାଗରିକ ହିଁ ଆଗକୁ ବଢାଇବାକୁ ଯାଉଛନ୍ତି । ଏହି ବଜେଟ ଫୋର୍ସ ମଲ୍ଟିପ୍ଲାୟର ଅଟେ । ଏହି ବଜେଟ ସଂଚୟ, ନିବେଶ,ଅଭିବୃଦ୍ଧିକୁ ବଢାଇବ । ସେ କହିଛନ୍ତି ଯେ, ସାଧାରଣ ଭାବେ ବଜେଟର ଫୋକସ ଏହା ଉପରେ ଥାଏ ଯେ, ସରକାରୀ ଖଜଣା କିଭଳି ଭରାଯିବ, କିନ୍ତୁ ଏହି ବଜେଟ ଏହାର ଠିକ୍ ଓଲଟା ଅଟେ । ଏହା ଏକଥାର ମଜବୁତ ମୂଳଦୁଆ ରଖୁଛି ଯେ, ସାଧାରଣ ଲୋକଙ୍କ ପକେଟ କିଭଳି ଭରାଯିବ, ଲୋକଙ୍କ ସଂଚୟ କିଭଳି ବଢିବ ଓ ଲୋକ ବିକାଶରେ ଭାଗିଦାର କିଭଳି ହେବେ । ଏହି ବଜେଟ ଏହାର ଏକ ମଜବୁତ ମୂଳଦୁଆ ରଖୁଛି ।ସେ କହିଛନ୍ତି ଯେ, ଏହି ବଜେଟରେ ସୁଧାର ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ପରମାଣୁ ଶକ୍ତିରେ ଘରୋଇ କ୍ଷେତ୍ରକୁ ପ୍ରୋତ୍ସାହନ ଦେବାର ନିଷ୍ପତି ଐତିହାସିକ ଅଟେ । ଆଗାମୀ ସମୟରେ ଏହା ଦେଶର ବିକାଶରେ ଅସୈନ୍ୟ ପରମାଣୁ ଉର୍ଜାର ବଡ ଯୋଗଦାନକୁ ସୁନିଶ୍ଚିତ କରିବ ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବଜେଟରେ ପ୍ରତି କ୍ଷେତ୍ରରୁ ରୋଜଗାରର ସମସ୍ତ କ୍ଷେତ୍ରକୁ ପ୍ରାଥମିକତା ଦିଆଯାଇଛି । ଭିତ୍ତିଭୂମିକୁ ମାନ୍ୟତା ଦିଆଯାଇଥିବାରୁ ଭାରତରେ ବଡ ଜାହାଜର ନିର୍ମାଣକୁ ପ୍ରୋତ୍ସାହନ ମିଳିବ, ଆତ୍ମନିର୍ଭର ଭାରତ ଅଭିଯାନକୁ ଗତି ମିଳିବ । ଜାହାଜ ନିର୍ମାଣ ସବୁଠୁ ଅଧିକ ରୋଜଗାର ଦେଉଥିବା ସେକ୍ଟର ଅଟେ । ସେହିପରି ଦେଶରେ ପର୍ଯ୍ୟଟନର ବି ବହୁତ ସମ୍ଭାବନା ରହିଛି । 50ଟି ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନ ଷ୍ଟେସନରେ ହୋଟେଲ ନିର୍ମାଣ କରାଯିବ, ପ୍ରଥମ ଥର ହୋଟେଲକୁ ଭିତ୍ତିଭୂମି ପରିସରକୁ ଅଣାଯିବା ଦ୍ୱାରା ପର୍ଯ୍ୟଟନକୁ ବହୁତ ପ୍ରୋତ୍ସାହନ ମିଳିବ । ଏହାଦ୍ୱାରା ହସ୍ପିଟାଲିଟି ସେକ୍ଟରକୁ ଶକ୍ତି ମିଳିବ, ଯାହା ରୋଜଗାରର ବହୁତ ବଡ ସେକ୍ଟର ଅଟେ ।
ସେ କହିଛନ୍ତି ଯେ, ଏହି ବଜେଟରେ ସୁଧାର ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ପରମାଣୁ ଶକ୍ତିରେ ଘରୋଇ କ୍ଷେତ୍ରକୁ ପ୍ରୋତ୍ସାହନ ଦେବାର ନିଷ୍ପତି ଐତିହାସିକ ଅଟେ । ଆଗାମୀ ସମୟରେ ଏହା ଦେଶର ବିକାଶରେ ଅସୈନ୍ୟ ପରମାଣୁ ଉର୍ଜାର ବଡ ଯୋଗଦାନ ସୁନିଶ୍ଚିତ କରିବ ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜି ଦେଶ ବିକାଶ ବି ବିରାସତ ବି ମନ୍ତ୍ର ନେଇ ଚାଲୁଛି । ଏହି ବଜେଟରେ ଏଥିପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଓ ଠୋସ୍ ପଦକ୍ଷେପ ନିଆଯାଇଛି । ଏହି ବଜେଟରେ ଏକ କୋଟି ପାଣ୍ଡୁଲିପିର ସଂରକ୍ଷଣ ପାଇଁ ଜ୍ଞାନ ଭାରତ ମିଶନ ଆରମ୍ଭ କରାଯାଇଛି ।ସେ କହିଛନ୍ତି ଯେ, ଦେଶର ଅନୁସୂଚିତ ଜାତି, ଜନଜାତି ଓ ମହିଳା ଯେଉଁମାନେ ନୂଆ ଉଦ୍ୟମ ହେବାକୁ ଚାହୁଛନ୍ତି, ସେମାନଙ୍କୁ ବିନା ଗ୍ୟାରେଂଟିରେ 2କୋଟି ଟଙ୍କା ଯାଏ ଲୋନ୍ ଦେବାକୁ ବି ଯୋଜନା କରାଯାଇଛି । ଏହି ବଜେଟରେ ନ୍ୟୁ ଏଜ ଇକୋନୋମୀକୁ ଧ୍ୟାନରେ ରଖି ଗିଗ ୱର୍କର୍ସଙ୍କ ପାଇଁ ବହୁତ ବଡ ଘୋଷଣା କରାଯାଇଛି ।
ପ୍ରଥମ ଥର ଗିଗ ୱାର୍କର୍ସର ଇ-ଶ୍ରମ ପୋର୍ଟାଲରେ ରେଜିଷ୍ଟ୍ରେସନ କରାଯିବ ଏବଂ ପୁଣି ସେମାନଙ୍କୁ ସ୍ୱାସ୍ଥସେବାର ଲାଭ ମିଳିବ ।