Breaking News
- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଅସୁସ୍ଥ, ଏମ୍ସରେ ଭର୍ତ୍ତି
FMNEWS.IN
09-03-2025
ନୂଆଦିଲ୍ଲୀ, 9 ମାର୍ଚ୍ଚ -ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କୁ ରବିବାର ସକାଳେ ଦିଲ୍ଲୀ ଏମ୍ସର ହାର୍ଟ ବିଭାଗରେ ଭର୍ତ୍ତି କରାଯାଇଛି । ଉପରାଷ୍ଟ୍ରପତିଙ୍କୁ ସକାଳେ ଅସୁସ୍ଥ ଲାଗିବା ସହ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏମ୍ସ ହସ୍ପିଟାଲ ମୁତବକ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ଏବଂ ତାଙ୍କ ଉପରେ ନଜର ରଖାଯାଇଛି ।
73 ବର୍ଷୀୟ ଧନଖଡଙ୍କର ଛାତିରେ ଯନ୍ତ୍ରଣା ଅନୁଭୂତ ହୋଇଥିଲା । ଧନଖଡଙ୍କୁ ଏକ୍ସର କାର୍ଡିଓଲୋଜି ବିଭାଗର ମୁଖ୍ୟ ଡ.ରାଜୀବ ନାରଂଗଙ୍କ ତଦାରଖରେ କ୍ରିଟିକାଲ କେୟାର ୟୁନିଟରେ ଭର୍ତ୍ତି କରାଯାଇଛି । ଡାକ୍ତରଙ୍କ ଏକ ଟିମ୍ ତାଙ୍କ ସ୍ଥିତି ଉପରେ ନଜର ରଖିଛନ୍ତି ।