- ଭକ୍ତ ଦାସ୍ : ଲଢି ପାରୁନାହାନ୍ତି; ତେଣୁ ଅପରାଧୀଙ୍କୁ ଲଗାଇ କୁତ୍ସାରଟନା କରୁଛନ୍ତି
- ନୂଆପଡ଼ା ଉପ ନିର୍ବାଚନର ପ୍ରଚାର ଓ ପ୍ରସାର ପାଇଁ ଉପମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ସରକାରୀ କଳର ଅପବ୍ୟବହାର
- ବିଜେପି ଦଳ ରାଜ୍ୟର ଆଦିବାସୀ, ଅନୁସୂଚିତ ଜାତି ବିରୋଧୀ – କଂଗ୍ରେସ
- ହତ୍ୟାକାଣ୍ଡର ରାଜନୀତିକରଣ ହେବା ଅନୁଚିତ - ବିଜେପି
- ପୀତବାସ ପଣ୍ଡା ହତ୍ୟା ମାମଲା: ବିଜେଡି କହିଲା ରାଜନୈତିକ ଉଦ୍ଦେଶ୍ୟରେ ବିକ୍ରମଙ୍କୁ ଫସାଯାଇଛି
ନୂଆପଡ଼ା ଉପ ନିର୍ବାଚନର ପ୍ରଚାର ଓ ପ୍ରସାର ପାଇଁ ଉପମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ସରକାରୀ କଳର ଅପବ୍ୟବହାର
ମୁଖ୍ୟନିର୍ବାଚନ ଅଧିକାରୀଙ୍କ ଠାରେ ଫେରାଦ ହେଲା କଂଗ୍ରେସ
ଭୁବନେଶ୍ୱର:-ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ଦ୍ୱାରା ଆଦର୍ଶ ଆଚରଣ ସଂହିତା ଉଲ୍ଲଂଘନ ଏବଂ ନୂଆପଡା ବିଧାନସଭା ଉପନିର୍ବାଚନ ସମୟରେ ସରକାରୀ କଳର ଅପବ୍ୟବହାର ସମ୍ପର୍କରେ ଆଜି ପିସିସି ପକ୍ଷରୁ ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ତଥ୍ୟ ପ୍ରମାଣ ସହିତ ଏକ ଦାବିପତ୍ର ଦେଇ ତାଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି।
ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ନିର୍ବାଚନ ସମୟରେ ନୂଆପଡାକୁ ଏକ ରାଜନୈତିକ ପ୍ରଚାର ଗସ୍ତ କରୁଛନ୍ତି ଏବଂ ସାର୍ବଜନୀନ ଭାବରେ ସାମାଜିକ ଗଣମାଧ୍ୟମରେ ପ୍ରଚାର କରୁଛନ୍ତି। ଆହୁରି ଚିନ୍ତାର ବିଷୟ ହେଉଛି ଯେ ଏହି ରାଜନୈତିକ ପ୍ରଚାର ଓଡ଼ିଶା ସରକାରଙ୍କ ସୂଚନା ଏବଂ ଲୋକସମ୍ପର୍କ (ଆଇ ଆଣ୍ଡ ପିଆର) ବିଭାଗର ସରକାରୀ ମିଡିଆ ସେଲ୍ ହ୍ୱାଟସପ୍ ମାଧ୍ୟମରେ ସରକାରୀ ଲୋକସମ୍ପର୍କ ଅଧିକାରିଣୀ ତନୂଜା ମହାନ୍ତି ପୋଷ୍ଟ କରୁଛନ୍ତି। ଯାହା ନିର୍ବାଚନ ପ୍ରଚାର ପାଇଁ ସରକାରୀ କଳର ସିଧାସଳଖ ଅପବ୍ୟବହାର ସହିତ ସମାନ ହେଉଛି ବୋଲି କଂଗ୍ରେସ ଦର୍ଶାଇଛି। ଏପରିକି ଉକ୍ତ ଲୋକସମ୍ପର୍କ ଅଧିକାରିଣୀ ଯିଏ କି ଜଣେ ସରକାରୀ କର୍ମଚାରୀ ଏବଂ ଉକ୍ତ ହ୍ୱାଟ୍ସଆପ୍ ଗ୍ରୁପ୍ ର ଆଡମିନ ଅଟନ୍ତି ସେ ଉପମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଏବଂ ପ୍ରଚାର ବାର୍ତ୍ତାକୁ ପ୍ରୋତ୍ସାହିତ କରୁଥିବା ଫଟୋଗ୍ରାଫ୍, ଫେସବୁକ୍ ଲିଙ୍କ୍ ଏବଂ ପ୍ରଚାର ବିଷୟବସ୍ତୁକୁ ହ୍ୱାଟ୍ସଆପ୍ ଗ୍ରୁପରେ ପୋଷ୍ଟ କରିବା ସହ ଟିଭି ସ୍କ୍ରୋଲିଂ ପାଇଁ ଅନୁରୋଧ ମଧ୍ୟ କରିଥିବା ଉଲ୍ଲେଖ କରାଯାଇଛି। ଉକ୍ତ ପ୍ରଚାର ବାର୍ତ୍ତାଟି ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ସରକାରୀ ସୋସିଆଲ ମିଡିଆ ପୃଷ୍ଠାରେ ମଧ୍ୟ ପୋଷ୍ଟ କରାଯାଇଛି ଏବଂ ପରବର୍ତ୍ତୀ ସମୟରେ ସରକାରଙ୍କ ନିୟନ୍ତ୍ରିତ ଗଣମାଧ୍ୟମ ନେଟୱାର୍କ ମାଧ୍ୟମରେ ପ୍ରସାରିତ ହୋଇଛି। ଏହି କାର୍ଯ୍ୟଗୁଡ଼ିକ ସ୍ପଷ୍ଟ ଭାବରେ ଆଦର୍ଶ ଆଚରଣ ସଂହିତା, ବିଶେଷକରି ଧାରା ୮ (କ୍ଷମତାରେ ଥିବା ଦଳ)କୁ ଉଲ୍ଲଂଘନ କରୁଛି। ଯାହା ସ୍ପଷ୍ଟ ଭାବରେ ପ୍ରତିପାଦିତ କରେ କି ନିର୍ବାଚନ ସମୟରେ ଶାସକ ଦଳ କିମ୍ବା ଏହାର ପ୍ରାର୍ଥୀଙ୍କ ସ୍ୱାର୍ଥକୁ ବୃଦ୍ଧି କରିବା ପାଇଁ ସରକାରୀ କଳ, ସରକାରୀ ଚ୍ୟାନେଲ, ସାଧାରଣ ପାଣ୍ଠି କିମ୍ବା ସରକାରୀ ଅଧିକାରୀଙ୍କ ଅପବ୍ୟବହାର କରାଯାଇ ପାରିବ ନାହିଁ।
ସୂଚନାଯୋଗ୍ୟ ପୂର୍ବରୁ ମଧ୍ୟ ବିଜେପି ଦଳ ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲଙ୍ଘନ କରିଛି। କିଛି ଦିନ ତଳେ ନୂଆପଡ଼ାର ଏକ ସରକାରୀ ସ୍କୁଲ ରେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ପାଇଁ କର୍ମୀ ସମ୍ମିଳନୀ ଆୟୋଜନ କରିଥିଲା।
ତେଣୁ କଂଗ୍ରେସ ଦଳ ଦାବି କରୁଛି କି ସରକାରୀ ଦଳ (ରାଜନୈତିକ) ପ୍ରଚାର ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଅନ୍ୟ କୌଣସି ସରକାରୀ ଯୋଗାଯୋଗ ବ୍ୟବସ୍ଥାର ବ୍ୟବହାରକୁ ତୁରନ୍ତ ବନ୍ଦ ଏବଂ ନିଷେଧ କରିବା। ନୂଆପଡାରେ ଆଦର୍ଶ ଆଚରଣ ସଂହିତାର କଡ଼ାକଡ଼ି ପାଳନ ସୁନିଶ୍ଚିତ କରିବା ପାଇଁ ଉପଯୁକ୍ତ ନିର୍ଦ୍ଦେଶନାମା ଜାରି କରିବା, ସରକାରୀ କଳ ବ୍ୟବହାର କରି ରାଜନୈତିକ ବାର୍ତ୍ତା ପ୍ରସାରଣ ପାଇଁ ଦାୟୀ ଅଧିକାରୀ ଏବଂ ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସରକାରଙ୍କ ସହିତ ଜଡିତ ଯୋଗାଯୋଗ ଗୋଷ୍ଠୀ ଏବଂ ଗଣମାଧ୍ୟମ ଚ୍ୟାନେଲଗୁଡ଼ିକରୁ ପ୍ରସାରିତ ପ୍ରଚାର ପୋଷ୍ଟଗୁଡ଼ିକୁ ସିଧାସଳଖ ଅପସାରଣ / ପ୍ରତ୍ୟାହାର କରିବାକୁ କଂଗ୍ରେସ ଦାବି କରୁଛି। ଉକ୍ତ ପ୍ରତିନିଧି ଦଳରେ ପିସିସି ମୁଖପାତ୍ର ସୋନାଲି ସାହୁ, ଡ ମନିଷା ଦାସ ପଟ୍ଟନାୟକ, ଜୟଶ୍ରୀ ପାତ୍ର ଓ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ।