BIG NEWS
ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି

ବଳଙ୍ଗା ପୀଡିତାଙ୍କୁ ନ୍ୟାୟ ଦାବି ଅଗଷ୍ଟ ୭ରେ ପୁରୀ ଜିଲ୍ଲାରେ ବିଜେଡିର ୬ ଘଣ୍ଟିଆ ହରତାଳ

FMNEWS.IN 04-08-2025
6-hour hartal of BJ in Puri district on August 7, demanding justice for Balanga victims

-ପୀଡିତା ପରିବାରର ବୟାନ ବଦଳାଇବା ପାଇଁ ଷଡଯନ୍ତ୍ର

-ସନେ୍ଦହ ଘେରରେ ପୋଲିସର ତଦନ୍ତ ପ୍ରକି୍ରୟା

-ସତ୍ୟର ଉନ୍ମୋଚନ ନହେବା ପର୍ଯ୍ୟନ୍ତ ଲଢେଇ ଜାରି ରଖିବ ବିଜେଡି

(FM News):-- ବଳଙ୍ଗା ପୀଡିତାର ମୃତୁ୍ୟ, ପରବର୍ତ୍ତୀ ଅବସ୍ଥାରେ ପୋଲିସର ବିବୃତ୍ତି ଓ ପୀଡିତା ପରିବାରର ବୟାନ ବଦଳାଇବାକୁ ଚାପ ଘଟଣାକୁ ନେଇ ଆଜି ପୁରୀ ଜିଲ୍ଲା ବିଜୁ ଜନତା ଦଳ, ସରକାର ଓ ଶାସକଦଳର ଉଦେ୍ଦଶ୍ୟକୁ ନେଇ ପ୍ରଶ୍ନ କରିଛି ।

ଆଜି ପୁରୀରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟ, ବିଧାୟକ ତୁଷାରକାନ୍ତି ବେହେରା, ସୁନିଲ ମହାନ୍ତି, ପୂର୍ବତନ ବିଧାୟକ ରୁଦ୍ର ମହାରଥୀ, ବରିଷ୍ଠ ନେତା ସୁବ୍ରତ ଛାଟୋଇ, ବିଦ୍ୟାଧର ସ୍ୱାଇଁ ଓ ବୈରାଗୀ ଜେନା ପ୍ରମୁଖ ବଳଙ୍ଗା ପୀଡିତାର ମୃତୁ୍ୟ ପରବର୍ତ୍ତୀ ସ୍ଥିତି ବିଷୟରେ ସରକାରଙ୍କୁ କାଠଗଡାକୁ ଟାଣିବା ସହ ଆଗାମୀ ଅଗଷ୍ଟ ୭ ତାରିଖ ଦିନ ପୁରୀ ଜିଲ୍ଲାରେ ୬ଘଣ୍ଟିଆ ହରତାଳ ପାଇଁ ଆହ୍ୱାନ ଦେଇଛନ୍ତି । ଶ୍ରୀ ସାମନ୍ତରାୟ କହିଥିଲେ ଯେ, ପୀଡିତାର ବାରମ୍ବାର ବୟାନ ରେକର୍ଡ କରିବା ବାହାନାରେ ପୋଲିସ ବିଜେପି ଦଳର ହାତବାରିସି ସାଜି ତାଙ୍କ ଗୁପ୍ତ ଏଜେଣ୍ଡାକୁ କାର୍ଯ୍ୟ କରିଛି । ବାଲେଶ୍ୱରର ଏଫ୍ଏମ୍ କଲେଜ ଘଟଣା ଭଳି, ପରିବାର ଉପରେ ଚାପ ପ୍ରୟୋଗ କରି ବୟାନ ବଦଳାଇବା ପାଇଁ ବାଧ୍ୟ କରିଛନ୍ତି । ପ୍ରଥମ ଦିନରୁ ପୀଡିତା ଓ ତାଙ୍କ ମାଆ ନିଜେ ଘଟଣା ସଂପର୍କରେ ସଂପୂର୍ଣ୍ଣ ବିବରଣୀ ପ୍ରଦାନ କରି ଏତଲା ଦାୟର କରିଥିଲେ । ପରବର୍ତ୍ତୀ ପରିସ୍ଥିତିରେ ଦୁବୃର୍ତ୍ତମାନଙ୍କୁ ବଞ୍ଚାଇବା ପାଇଁ ଶାସକ ବିଜେପି ଦଳର ଚାପରେ ପୋଲିସ ତଦନ୍ତର ମୋଡ ବଦଳାଇଦେଲେ । ଦୁଃଖର ବିଷୟ ପୀଡିତାର ମୃତୁ୍ୟର କିଛି ସମୟ ପରେ ପୋଲିସ ମୁଖ୍ୟାଳୟ ଜରିଆରେ ସରକାର ଯେଉଁଭଳି ବିବୃତ୍ତି ପ୍ରଦାନ କଲେ ତାହା ସ୍ପଷ୍ଟ କରିଛି ଯେ, ସରକାର ସତ୍ୟ ଲୁଚାଇବା ପାଇଁ ଚାହୁଛନ୍ତି । ଜଗନ୍ନାଥଙ୍କ ମାଟିରେ ନିଶ୍ଚିତ ଭାବେ ସତ୍ୟର ଉନ୍ମୋଚନ ହେବ ଏବଂ ବଳଙ୍ଗା ପୀଡିତାଙ୍କୁ ନ୍ୟାୟ ମିଳିବା ଯାଏଁ ବିଜୁ ଜନତା ଦଳ ତାର ଲଢେଇ ଜାରି ରଖିବ । ଯେଉଁଭଳି ଭାବେ ଉପମୁଖ୍ୟମନ୍ତ୍ରୀ ନିଜ ନିର୍ବାଚନମଣ୍ଡଳୀ ଜଣେ ନାବାଳିକାକୁ ନ୍ୟାୟ ଦେବା ପରିବର୍ତ୍ତେ ପୋଲିସକୁ ବ୍ୟବହାର କରି ତଦନ୍ତକୁ ବାଟବଣା କରି ସତ୍ୟକୁ ଲୁଚାଇବା ପାଇଁ ଚେଷ୍ଟା କରୁଛନ୍ତି, ତାର ଆମେ ଦୃଢ ନିନ୍ଦା କରୁଛୁ । ଏହି ଘଟଣା ଲାଗି ଓଡିଶା ଆଜି ସାରା ଦେଶରେ ନିନ୍ଦିତ ହୋଇଥିବା ବେଳେ ସରକାରଙ୍କ ଆଚରଣ ଓଡିଶାବାସୀଙ୍କୁ କ୍ଷୁବ୍ଧ କରିଛି । ଏହାର ପ୍ରତିବାଦରେ ପୁରୀ ଜିଲ୍ଲାବାସୀ ଆଗାମୀ ଅଗଷ୍ଟ ୭ ତାରିଖ ଦିନ ସକାଳ ୬ରୁ ଦିନ ୧୨ଟା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବେ ହରତାଳ ପାଳନ କରିବା ପାଇଁ ଜିଲ୍ଲା ବିଜୁ ଜନତା ଦଳ ନିବେଦନ କରୁଛି ।