- ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗେଇଙ୍କ ପୁଣ୍ୟତିଥିରେ ତାଙ୍କ ଯୋଗଦାନକୁ ସ୍ମରଣ କଲେ କଂଗ୍ରେସ ଅଧ୍ୟକ୍ଷ
- ବିଭୀଷଣ କଥା ମୁଁ କହିନାହିଁ - ଭକ୍ତ ଦାସ
- ନିଶାସକ୍ତ ସ୍ୱାମୀ ମାଡରେ ସ୍ତ୍ରୀ ମୃତ; ସ୍ଵାମୀ ଗିରଫ
- ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ୨୦୨୫ -୨୬ଖରିଫ୍ ମାର୍କେଟିଂ ଋତୁ ନିମନ୍ତେ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ
- ଦୁଇ ସପ୍ତାହ ମଧ୍ୟରେ ଜିଲ୍ଲା କଂଗ୍ରେସ ସଂଗଠନ ସୃଜନ, ଡିସିସି କର୍ମକର୍ତ୍ତା ଓ ବ୍ଲକ୍ ସଭାପତି ବଛା ହେବେ : କଂଗ୍ରେସ
ଆୟ ବର୍ହିଃଭୁତ ସମ୍ପତି ଠୁଳ ଅଭିଯୋଗ ମାମଲା ଜେଲ ଗଲେ ଏଆରଆଇ
ଜୟପୁର, ୨୭ ଡିସେମ୍ବର - ବୋରିଗୁମ୍ମା ତହସିଲର କୁମୁଲି ସର୍କଲର ଏଆରଆଇ ଇନଚାର୍ଜ ଆରଆଇ ସୁରେନ୍ଦ୍ର ତନ୍ତିଙ୍କ ଘରେ ଜୟପୁର ଭିଜିଲାନ୍ସର ଗତ କାଲି ଚଢାଉ କରାଯାଇଛି । ଏନେଇ ଆଜି ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏନେଇ ଏସପି ପ୍ରଦ୍ୟୁମ୍ନ କୁମାର ଦ୍ୱବେଦି ଆଜି ସାମ୍ବାଦିକ ସମ୍ମିଳନି କରି ସୁଚନା ଦେଇଛନ୍ତି । କୋରାପୁଟ ଜିଲାର ୮ଟି ସ୍ଥାନ ରେ ଚଡାଉ କରାଯାଇଛି । ଆୟ ବର୍ହିଃଭୁତ ସମ୍ପତି ଠୁଳ ଅଭିଯୋଗରେ ଚଢାଉ କରାଯାଇଛି । ଚଢାଉରେ ୩ ଜଣ ଡିଏସପି,୭ ଜଣ ନିରିକ୍ଷକ, ୫ ଜଣ ଏଏସଆଇ ଅନ୍ୟ ସହ କର୍ମି ମାନେ ଚଢାଉରେ ସାମିଲ ହୋଇଥିଲେ । ୩ଟି ବହୁଥଳ ବିଶିଷ୍ଟ କୋଠା, ବୋରିଗୁମ୍ମାରେ ରହୁଥିବା ତନ୍ତି ଙ୍କ ଝିଅଙ୍କର ଭଡା ଘରେ, ପୈତୃକ ଘର ରଣସପୁର, କାମଚା ଗ୍ରାମରେ ଥିବା ସମ୍ପର୍କିୟ, ବୋରିଗୁମ୍ମା ରେ ଥିବା ସମ୍ପର୍କୀୟ ଙ୍କ ୨ ମହଲା ଘର, ବୋରିଗୁମ୍ମା ମାର୍କେଟ କମ୍ପେକ୍ସର ୨ ମହଲା ଘର , ବୋରିଗୁମ୍ମାରେ ନିଜ ଘର କୁମୁଲି ର ଅଫିସ ଚାମ୍ବର ରେ ଚଢାଉ କରାଯାଇଛି। ୩ଟି ବହୁତଳ କୋଠା, ୧୭ଟି ପ୍ଲଟ, ୮୪ ଲକ୍ଷରୁ ଅଧିକ ଡିପୋଜିଟ, ୧୫୨ ଗ୍ରାମ ସୁନା, ୧ଲକ୍ଷ ୫୫ ହଜାର ନଗଧ ଟଙ୍କା, ୩ଟି ଚାରିଚକିଆ ଯାନ ସହ ବ୍ୟାଙ୍କ ଇନସ୍ୱରାନ୍ସ, ପୋଷ୍ଟାଲ ଡିପୋଜିଟ ଆଦି ଠାବ କରାଯାଇଛି। ମୋଟ ୧ କୋଟି ୪୮ ଲକ୍ଷ ଉଦ୍ଦ ଟଙ୍କା ଠାବ କରାଯାଇଥିବା ବିଷୟ ଏସପି ପ୍ରଦ୍ୟୁମ୍ନ କୁମାର ଦ୍ୱବେଦି ସୁଚନା ଦେଇଛନ୍ତି ।