- ବଳଙ୍ଗା ପୋଡ଼ି ଘଟଣାକ୍ରମ: ଦାୟୀ କିଏ?
- ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ ଅପରାଧୀଙ୍କୁ କ୍ଲିନଚିଟ୍ ରାଜ୍ୟ ବିଜେପି ସରକାରଙ୍କୁ ମହାଙ୍ଗା ପଡ଼ିବ :- ଅଳକା ଲାମ୍ବ...
- ସାତଦିନରେ ଦୃର୍ବୁତ୍ତ ଧାରା ନ ପଡ଼ିଲେ ଡିଜିପି ଅଫିସ ଘେରାଉ : ଭକ୍ତ ଚରଣ ଦାସ
- ବିବାଦୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଇସ୍ତଫା ଦାବୀ କଲା କଂଗ୍ରେସ
- ମୁଖ୍ୟମନ୍ତ୍ରୀଙ୍କ ସଭାରେ ସାମ୍ବାଦିକଙ୍କୁ ମାଡ଼ରୁ ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ଅନୁମେୟ: ଭକ୍ତ ଦାସ୍
ବଳଙ୍ଗା ପୋଡ଼ି ଘଟଣାକ୍ରମ: ଦାୟୀ କିଏ?

୧୯ ଜୁଲାଇ, ଶନିବାର : ନିମାପଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବଳଙ୍ଗା ଥାନା ବାୟାବର ଗ୍ରାମର ଝିଅପିଲାଟିକୁ କିରାସିନି ଲଗାଇ ତାଙ୍କୁ ଜାଳିଦେବାକୁ ଉଦ୍ୟମ; ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର ଓ ଭୁବନେଶ୍ବର ଏମ୍ସରେ ଭର୍ତ୍ତି।
୧୯ ଜୁଲାଇ, ଶନିବାର : ସନ୍ଧ୍ୟାରେ ଏମ୍ସରେ ଭୁବନେଶ୍ବର ସବ୍ଡିଭିଜନାଲ ମାଜିଷ୍ଟ୍ରେଟ ମନୋରଂଜନ ସାହୁ ତଥା ପୀଡ଼ିତାଙ୍କ ପରିବାରବର୍ଗ, ଡାକ୍ତର, ବଳଙ୍ଗା ଓ ଖଣ୍ଡଗିରି ପୁଲିସର ଉପସ୍ଥିତିରେ ପୀଡ଼ିତାଙ୍କ ବୟାନ ରେକର୍ଡ଼।
୨୦ ଜୁଲାଇ, ରବିବାର : ପୀଡ଼ିତାଙ୍କୁ ଏୟାରଲିଫ୍ଟ କରି ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର; ପୀଡ଼ିତାଙ୍କ ଗାଁ ଓ ଘଟଣାସ୍ଥଳ ବୁଲିଦେଖିଲେ ଡିଜି ଖୁରାନିଆ।
୨୧ ଜୁଲାଇ, ସୋମବାର: ନ୍ୟାୟମୂର୍ତ୍ତି ସୂର୍ଯ୍ୟକାନ୍ତ ଓ ଜୟମାଲ୍ୟ ବାଗ୍ଚୀଙ୍କୁ ନେଇ ଗଠିତ ସୁପ୍ରିମ କୋର୍ଟଙ୍କ ବେଂଚଙ୍କ ଉଦ୍ବେଗ ପ୍ରକାଶ।
୨୪ ଜୁଲାଇ, ଗୁରୁବାର : କ୍ରାଇମବ୍ରାଞ୍ଚର ୪ ଜଣିଆ ଦଳ ଦିଲ୍ଲୀ ଏମ୍ସରେ ପୀଡ଼ିତାଙ୍କ ବୟାନ ରେକର୍ଡ଼ କଲେ। ଉକ୍ତ ଟିମ୍ରେ ଜଣେ ମାଜିଷ୍ଟ୍ରେଟ ଓ ଭିଡିଓଗ୍ରାଫର ସାମିଲ।
୨୫ ଜୁଲାଇ, ଶୁକ୍ରବାର : ନିମାପଡ଼ା ଜେଏମ୍ଏଫ୍ସି କୋର୍ଟରେ ପୀଡ଼ିତାଙ୍କ ସଂପର୍କୀୟ ଓ ସାଙ୍ଗଙ୍କ ବୟାନ ରେକର୍ଡ଼। ଦିଲ୍ଲୀ ଏମ୍ସରେ ପୀଡ଼ିତାଙ୍କ ବୟାନ ପୁଣି ରେକର୍ଡ଼।
୨୭ ଜୁଲାଇ, ରବିବାର : ଦିଲ୍ଲୀ ଏମ୍ସରେ ପୀଡ଼ିତାଙ୍କ ତୃତୀୟ ଅସ୍ତ୍ରୋପଚାର
୩୦ ଜୁଲାଇ, ବୁଧବାର : ପୀଡ଼ିତାଙ୍କ ବୟାନ ତୃତୀୟ ଥର ରେକର୍ଡ଼ (ଭୁବନେଶ୍ବରର ବୟାନକୁ ମିଶାଇଲେ ମୋଟ ୪ ଥର ରେକର୍ଡ଼)
୨ ଅଗଷ୍ଟ, ଶନିବାର : ସନ୍ଧ୍ୟା ୬ଟା ୨୨ରେ ପୀଡ଼ିତା ଆଖି ବୁଜିଲେ
ମୁଖ୍ୟମନ୍ତ୍ରୀ ଏବେ କଣ କହିବେ? ଖାଲି ଦୁଃଖପ୍ରକାଶ କଣ ଯଥେଷ୍ଟ?
ଗତ ଜୁଲାଇ ୧୯ ତାରିଖରେ ବଳଙ୍ଗା ଥାନା ବୟାବର ବା ନୂଆ ଗୋପାଳପୁର ଗାଁର ସେଇ ଝିଅଟିକୁ ପୋଡ଼ି ମାରିବା ଉଦ୍ୟମ ହେବା ଦିନଠାରୁ ମୁଖ୍ୟମନ୍ତ୍ରୀ କହିଆସୁଛନ୍ତି ଯେ, ଅପରାଧୀ ଯେଉଁଠି ଥିଲେ ବି ଖୋଜି ବାହାର କରିବୁ, କଠୋରରୁ କଠୋର ଦଣ୍ଡ ବିଧାନ କରାଯିବ। କଣ ହେଲା? ଝିଅ ପଛେ ଆଖି ବୁଜିଦେଲା, ଜଣେ ହେଲେ ଦୁର୍ବୃତ୍ତ ଧରାପଡ଼ିଲେ ନାହିଁ। ପୁରୀ ଏସ୍ପି ପିନାକ ମିଶ୍ର ବି କହିଥିଲେ, ଗୁରୁତ୍ବପୂର୍ଣ୍ଣ ତଥ୍ୟ ଅଛି, ତଦନ୍ତ ଶେଷ ପର୍ଯ୍ୟାୟରେ। ତଦନ୍ତରୁ କଣ ପାଇଲେ, କହୁନାହାନ୍ତି କାହିଁକି?
କିଏ ପୁଲିସକୁ ଅଟକାଉଛି?
କ୍ରାଇମବ୍ରାଞ୍ଚ କହୁଛି, ଆମ ହାତରେ କିଛି ପ୍ରମାଣ ଲାଗିଛି। ପୁରୀ ଏସ୍ପି ଗତ ୩୦ ତାରିଖରୁ କହିଲେଣି, କିଛି ଗୁରୁତ୍ବପୂଣ୍ଣ ତଥ୍ୟ ଅଛି। ଯଦି ସତ, କେବଳ କିଛି ସଂପର୍କୀୟ, ପରିବାରବର୍ଗ ଓ ସାଙ୍ଗସାଥୀଙ୍କୁ ଅଟକ ରଖି ପଚରାଉଚୁରାରେ ସୀମିତ କାହିଁକି ରହୁଛି ତଦନ୍ତ?
ପୁଲିସ କାହାର ଓକିଲାତି କରୁଛି? ପୁଲିସର ଏ ରାଜନୈତିକୀକରଣ କାହିଁକି?
ପୂର୍ବରୁ ସୌମ୍ୟାଶ୍ରୀ ପ୍ରସଙ୍ଗରେ ମଧ୍ୟ ପୁଲିସ ମୁହଁ ଖୋଲି ନ ଥିଲା। ଏପରିକି ବିଜେଡି ସରକାରର ଗୁଲାମ ସାଜି ମଧ୍ୟ ପିପିଲି ପ୍ରସଙ୍ଗରେ ବି ଏପରି ମନ୍ତବ୍ୟ ଦେଇ ନ ଥିଲା। ବଳଙ୍ଗା ଘଟଣାରେ ଏମିତି କଣ ଦରକାର ପଡ଼ିଲା ଯେ ପୁଲିସକୁ ଟୁଇଟ୍ କରିବାକୁ ପଡ଼ିଲା? ପୁଲିସର କାମ ହେଲା ତଦନ୍ତ କରିବା। ପୁଲିସ ବାରମ୍ବାର କହିଲା, ତଦନ୍ତ ଶେଷ ପର୍ଯ୍ୟାୟରେ। ଦୁଇ ସପ୍ତାହ ହେଇଗଲା, ପୀଡ଼ିତା ଆଖି ବୁଜିଦେଲା ପଛେ, ଅଥଚ ଜଣକୁ ବି ପୁଲିସ ଗିରଫ କରିପାରିଲା ନାହିଁ।
ଅତ୍ୟନ୍ତ ପରିତାପର ବିଷୟ, ପୁଲିସ କହୁଛି, ଘଟଣାରେ ଅନ୍ୟ କାହାରି ସଂପୃକ୍ତି ନାହିଁ। ତେବେ କାହାର ସଂପୃକ୍ତି ଅଛି? ଝିଅ କଣ ନିଜେ ନିଜ ଦେହରେ ନିଆଁ ଲଗେଇଲା? ପରିବାର ଓ ସଂପର୍କୀୟଙ୍କୁ ଅଟକ ରଖି ପଚରାଉଚୁରା କରୁଥିଲା। କାହାର ସଂପୃକ୍ତି ଥିଲା, ପୁଲିସ କହୁନାହିଁ କାହିଁକି? ବାରମ୍ବାର ଝିଅର ବୟାନ ରେକର୍ଡ଼ କରିଥିଲା ପୁଲିସ। ଝିଅ ତ ନିଶ୍ଚୟ କହିଥିବ ସବୁ କଥା। ସତକଥା କଣ ତାହା ପୁଲିସ ପ୍ରଘଟ କରୁନାହିଁ କାହିଁକି? ଲୋକଙ୍କୁ ମତମନ୍ତବ୍ୟ ନ ଦେବା ପାଇଁ କହିବାକୁ ପୁଲିସ କିଏ? ସରକାର କାହିଁକି ପୁଲିସକୁ ଏସବୁ କହିବାକୁ ବାଧ୍ୟ କରୁଛନ୍ତି?
ବାପାଙ୍କ ନିବେଦନ ଓ ରାଜ୍ୟବାସୀଙ୍କ ସ୍ବାର୍ଥ
ଝିଅର ବାପା କହିଛନ୍ତି, ଝିଅର ମାନସିକ ଅବସ୍ଥା ଭଲ ନଥିଲା। ଏଣେ ପୁଲିସ ବି କହୁଛି, ଏଥିରେ ଅନ୍ୟ କାହାରି ସଂପୃକ୍ତି ନାହିଁ। ତାମାନେ, କଣ ବୁଝିବାକୁ ହେବ? ନାବାଳିକା କଣ ତେବେ ଆତ୍ମହତ୍ୟା ଉଦ୍ୟମ କରିଥିଲେ? ଅର୍ଦ୍ଧଦଗ୍ଧ ଅବସ୍ଥାରେ ବାୟାବରର ସେଇ ପୀଡ଼ିତା ଝିଅପିଲାଟି ପାଖ ତେରହଳ ଗ୍ରାମର ଦୁଃଖୀଶ୍ୟାମ ସେନାପତିଙ୍କ ପାଖରେ ସାହାଯ୍ୟ ପାଇଁ ପହଞ୍ଚିଥିଲେ। ତାଙ୍କୁ କଣ କହିଥିଲେ ସେ? ବାପା ଏ କଥା ମଧ୍ୟ କହୁଛନ୍ତି, ସରକାର ସବୁମତେ ସାହାଯ୍ୟ କରିଛନ୍ତି, ତେଣୁ ଆଉ ରାଜନୀତିର ଆବଶ୍ୟକତା ନାହିଁ। କିନ୍ତୁ ରାଜ୍ୟବାସୀଙ୍କ ଭାବାବେଗ ସହ ସରକାର ଯେଭଳି ଭାବେ ଖେଳିଛନ୍ତି, ପୁଲିସକୁ ଆୟୁଧ କରି ଯେପରି ରାଜନୈତିକ ଖେଳ ଖେଳୁଛନ୍ତି, ତାକୁ ନିରବରେ ସହିଯିବା ଆଦୌ ସମୀଚୀନ ହେବନାହିଁ। ଝିଅକୁ ନ୍ୟାୟ ମିଳିବା ଦରକାର। ଦୁର୍ବୃତ୍ତମାନଙ୍କୁ ୭ ଦିନ ମଧ୍ୟରେ ଗିରଫ ନ କଲେ ପୁଲିସ ଡିଜିଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ।
ଚିକତ୍ସା ମଧ୍ୟ ସନ୍ଦେହଜନକ
ଝିଅଟିକୁ ଭୁବନେଶ୍ବର ଏମ୍ସକୁ ଅଣାଯିବା ଯାଏ ସେପରି ସଙ୍କଟାପନ୍ନ ଲାଗୁ ନ ଥିଲା। ଏପରିକି ନାବାଳିକା ଜଣକ ଚୌକିରେ ମଧ୍ୟ ବସିଥିଲା। ଅବସ୍ଥା ବିଗିଡ଼ିବାରୁ ହେଉ ବା ଲୋକଙ୍କ ଧ୍ୟାନ ହଟାଇବାକୁ ହେଉ, ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ ହେଲା, ଦୁଇ ସପ୍ତାହ ଧରି ଚିକିତ୍ସା ଠିକ୍ ଚାଲିଥିଲା ତ? ଆଲୋଚନା ହେଉଛି, ଝିଅ ବାରମ୍ବାର ବୟାନ ବଦଳାଉଥିବାରୁ ନାର୍କୋ ଟେଷ୍ଟ କଥା ମଧ୍ୟ ଚିନ୍ତା କରାଯାଉଥିଲା। ବୟାନ ଦେଇପାରୁଥିବା ଝିଅଟି ଏତେ ଶିଘ୍ର ଆଖି ବୁଜିଲା କେମିତି?
ମାନ୍ୟବର ଉପମୁଖ୍ୟମନ୍ତ୍ରୀଙ୍କୁ କେତୋଟି ପ୍ରଶ୍ନ
ନିଜ ନିର୍ବାଚନମଣ୍ଡଳୀରେ ନାରୀ ନିର୍ଯାତନାର ଏତେବଡ଼ କାଣ୍ଡଟିଏ ଘଟିଗଲା। ଅଥଚ ନିଜେ ଜଣେ ମହିଳା ହୋଇ ସେ କେତେଦିନ ପରେ ପହଞ୍ଚିଲେ? ଯୋଉମାନେ ଏହି ହତ୍ୟାକାଣ୍ଡରେ ସଂପୃକ୍ତ, ସତରେ କଣ ମ୍ୟାଡାମ ସେମାନଙ୍କୁ ଜାଣନ୍ତି ନାହିଁ? ତେବେ ତାଙ୍କ ସାଙ୍ଗରେ ଏମ୍ସ ଯାଇଥିବା ସେଇ ବାୟାବରର ଯୁବକ ଜଣକ କିଏ? ପୀଡ଼ିତାଙ୍କ ସାଙ୍ଗଙ୍କୁ ବାଇଟ୍ ଦେବାକୁ ସେ କାହିଁକି ଗଣମାଧ୍ୟମର ବାଟ ଓଗାଳୁଥିଲେ। ଉପମୁଖ୍ୟମନ୍ତ୍ରୀଙ୍କ ଏଇ ସହଯୋଗୀ ଜଣକ କଣ ଲୁଚାଇବାକୁ ଚାହୁଥିଲେ?
ସରକାର ତୁରନ୍ତ ଘଟଣା ଉପରୁ ପର୍ଦ୍ଦା ଉଠାନ୍ତୁ। ୭ ଦିନ ମଧ୍ୟରେ ଦୁର୍ବୃତ୍ତ ଗିରଫ ନ ହେଲେ, ପୁଲିସ ଡିଜିଙ୍କ କାର୍ଯ୍ୟାଳୟ ଘେରିବ କଂଗ୍ରେସ।