BIG NEWS
ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି

ପଞ୍ଚାୟତିରାଜ ବ୍ୟବସ୍ଥାକୁ ବିଜେପି ସବୁବେଳେ ନଷ୍ଟ କରି ଆସୁଛି : ଭକ୍ତ ଚରଣ ଦାସ୍

FMNEWS.IN 13-08-2025
BJP has always worked towards destroying the Panchayati Raj system: Bhakta

(FM News):--ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରିତ୍ୱ କାଳରେ ଗ୍ରାମାଞ୍ଚଳରେ ଗଣତନ୍ତ୍ରକୁ ସୁଦୃଢ କରିବା ପାଇଁ ସମ୍ବିଧାନର ତେସ୍ତରି ତମ ସମ୍ବିଧାନ ସଂଶୋଧନ ଆଇନ ପ୍ରଣୟନ କରି ପଞ୍ଚାୟତ ବ୍ୟବସ୍ଥା ପ୍ରତିଷ୍ଠା କରା ଯାଇଥିଲା l ଏହି ଆଇନ ଅନୁସାରେ ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥା କାର୍ଯ୍ୟକାରୀ ହେଲା ଏବଂ ପଞ୍ଚାୟତ ସ୍ତରରୁ ଆରମ୍ଭ କରି ଜିଲ୍ଲାସ୍ତର ପର୍ଯ୍ୟନ୍ତ କ୍ଷମତା ମଧ୍ୟ ହସ୍ତାନ୍ତର କରାଗଲା l କିନ୍ତୁ ଓଡିଶା ସରକାର ପଞ୍ଚାୟତ ବ୍ୟବସ୍ଥାର ଖୋଲା ଉଲଂଘନ କରି ନିର୍ବାଚିତ ପ୍ରତିନିଧି ମାନଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରିବା ପାଇଁ ପ୍ରୟାସ କରିଛନ୍ତି ।ଏହା ଏକ ହୀନ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଚକ୍ରାନ୍ତ l ପ୍ରଦେଶ କଂଗ୍ରେସ ସରକାରଙ୍କ ଏହି ନିଷ୍ପତ୍ତିକୁ ଦୃଢ ଭାବରେ ବିରୋଧ କରୁଛି l ଏଥିପାଇଁ କଂଗ୍ରେସ ରାଜନୈତିକ ଲଢେଇ ସହ ଆଇନଗତ ଲଢେଇ କରିବ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି l

ସାମ୍ବିଧାନିକ ଅନୁଷ୍ଠାନ ଗୁଡିକୁ ନଷ୍ଟ କରିବା ଦିଗରେ ବିଜେପି ସବୁବେଳେ କାର୍ଯ୍ୟ କରି ଆସୁଛି l ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କୁ ଉପେକ୍ଷା କରି ବିଡ଼ିଓଙ୍କ ହାତରେ ନିରଙ୍କୁଶ କ୍ଷମତା ପଞ୍ଚାୟତିରାଜ ପରି ପବିତ୍ର ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାର ହତ୍ୟା ଆଉ କିଛି ନୁହେଁ ବୋଲି ଶ୍ରୀ ଦାସ କ୍ଷୋଭ ପ୍ରକାଶ କରିଛନ୍ତି l