- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
- ଆଉ ଦେଖିବାକୁ ମିଳୁ ନାହିଁ ହଳ, ବଳଦ
- କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା
- ପ୍ରଦୂଷଣ ସାର୍ଟିଫିକେଟ ନାମରେ ଗାଡିଚାଳକଙ୍କୁ ଲୁଟ୍ କରିବା ବନ୍ଦ କର : ସିପିଆଇ
- ଆରଡି ବସଷ୍ଟାଣ୍ଡ ନାମ ପରିବର୍ତନକୁ ନେଇ ରାଜଧାନୀରୁ ଶୈବପୀଠ ସବୁଠି ବିରୋଧ
ଭୋଟ ଚୋରି ମାଧ୍ୟମରେ ଗଣତନ୍ତ୍ରକୁ ହତ୍ୟା କରିଛି ବିଜେପି- ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ
ଜୟପୁର, 13 ଅଗଷ୍ଟ - ଜୟପୁର ସ୍ଥିତ ଜିଲା କଂଗ୍ରେସ ଭବନର ଏକ ସାମ୍ବାଦିକ ସମ୍ମିଳନି ଅନୁଷ୍ଟିତ ହୋଇଛି । କୋରାପୁଟ ଜିଲା ସଭାପତି ଶଶି ଭୁଷଣ ପାତ୍ର ଙ୍କ ଆହ୍ୱାନରେ ଅନୁଷ୍ଟିତ ସାମ୍ବିଦକ ସମ୍ମିଳନିରେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନିପତି ଯୋଗ ଦେଇ ବିଜେପି ଭୋଟ ଚୋରି ମାଧ୍ୟମରେ ଗଣତନ୍ତ୍ରକୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି । ଅଖିଳ ଭାରତୀୟ ଜାତୀୟ କଂଗ୍ରେସ କମିଟି ଓ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାସଙ୍କ ନିଦ୍ଦେଷ କ୍ରମେ ଏହି ସମ୍ବାଦିକ ସମ୍ମିଳନି ଅନୁଷ୍ଟିତ ହୋଇଛି । ବିଗତ କିଛି ବର୍ଷ ଧରି ଭାରତରେ ନିବାଚନ କମିଶନ ଏବଂ ବିଜେପି ସରକାର ମିଳତ ଭାବରେ ଯେପରି ଭୋଟ ଚୋରି କରିବାର ପ୍ରମାଣ କଂଗ୍ରେସ ସାଂସଦ ତଥା ଲୋକ ସଭାର ବିରୋଧି ଦଳର ନେତା ରାହୁଲ ଗାନ୍ଧୀ ଗତ ୭ ତାରିଖରେ ଖୁଲାସା କରିଛନ୍ତି । ଭୋଟ ଚୋରି ମାଧ୍ୟମରେ ଗଣତନ୍ତ୍ରକୁ ହତ୍ୟା କରାଯାଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ଏହି ସମ୍ବାଦିକ ସମ୍ମିଳନିରେ ବରିଷ୍ଟ କଂଗ୍ରେସ ନେତା ବିନୋଦ ମହାପାତ. ମଦନ ମୋହନ ନାୟକ, ନଗର ସଭାପତି ତଥା ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି, ସୁକାନ୍ତ ପଟ୍ଟନାୟକ,ଜିଲା ମହିଳା କଂଗ୍ରେସ ସଭାନେତ୍ରୀ ନଳିନି ରଥ, ହସନ ମଦାନୀ, ରାମ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।