Breaking News
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
- ଆଉ ଦେଖିବାକୁ ମିଳୁ ନାହିଁ ହଳ, ବଳଦ
- କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା
- ପ୍ରଦୂଷଣ ସାର୍ଟିଫିକେଟ ନାମରେ ଗାଡିଚାଳକଙ୍କୁ ଲୁଟ୍ କରିବା ବନ୍ଦ କର : ସିପିଆଇ
- ଆରଡି ବସଷ୍ଟାଣ୍ଡ ନାମ ପରିବର୍ତନକୁ ନେଇ ରାଜଧାନୀରୁ ଶୈବପୀଠ ସବୁଠି ବିରୋଧ
ଗାଡିଆପଡା ଘାଟିରେ ବସ୍ ଦୁର୍ଘଟଣା, କଣ୍ଡକ୍ଟର ମୃତ ୧୫ ଆହତ
FMNEWS.IN
11-10-2025
କନ୍ଧମାଳ , ୧୧ ଅକ୍ଟୋବର - ଲାଞ୍ଜିଗଡରୁ କଟକ ଯାଉଥିବା ଏକ ସରକାରୀ ଯାତ୍ରୀବାହୀ ବସ୍ ଶୁକ୍ରବାର ବିଳମ୍ବିତ ରାତିରେ, କନ୍ଧମାଳ ଜିଲ୍ଲା ଖଜୁରୀପଡା ନିକଟସ୍ଥ ଗାଡିଆପଡା ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ବସ୍ର କଣ୍ଡକ୍ଟରଙ୍କ ମୃତ୍ୟୁ ହେବା ସହିତ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ମୃତକ ଢେଙ୍କାନାଳ ଜିଲ୍ଲା କହ୍ନେଇପାଳର ସୌମ୍ୟ ଦାସ ବୋଲି ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ଶୁକ୍ରବାର ରାତି ପ୍ରାୟ ୧୨ଟା ୩୦ରେ ବସ୍ଟି ଗାଡିଆପଡା ଘାଟିର ଏକ ବୁଲାଣିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।ଫଳରେ ଘଟଣାସ୍ଥଳରେ ବସ୍ କଣ୍ଡକ୍ଟର ସୌମ୍ୟ ଦାସଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣାରେ ୧୫ ଜଣ ଯାତ୍ରୀ ଆହତ ହୋଇଥିଲେ । ଏସମ୍ପର୍କରେ ଖବର ପାଇ ଖଜୁରୀପଡ଼ା ଥାନା ଅଧିକାରୀ ଚାପଧାରୀ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ପୁଲିସ ଗାଡିରେ ନେଇ ଖଜୁରୀପଡା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଅନ୍ୟ ଯାତ୍ରୀମାନଙ୍କୁ ବିଭିନ୍ନ ବସ୍ରେ ଗନ୍ତବ୍ୟ ସ୍ଥଳକୁ ପଠାଇବା ବ୍ୟବସ୍ଥା କରାଯାଇଥିଲା।