- ‘ଅପରେସନ ସିନ୍ଦୁର’ ପରେ କୂଟନୈତିକ ପଦକ୍ଷେପର ଆବଶ୍ୟକତା ରହିଛି, କିନ୍ତୁ ଦ୍ୱିମୁଖୀ ମାନଦଣ୍ଡ କାହିଁକି: କଂଗ୍ରେସ
- ଆଗାମୀ ତିନି ଦିନ ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ : ୧୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲ...
- ଗଛରେ ପିଟିଲା କାର : ୩ ମୃତ, ଜଣେ ଗୁରୁତର
- ସିନ୍ଦୂର ଯାତ୍ରାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
- ଆତଙ୍କବାଦର ହାଇବ୍ରିଡ୍ ଏବଂ ଛାୟା ଯୁଦ୍ଧକୁ ମୂଳପୋଛ କରିଦେବୁ : ଭୁଜ ବାୟୁସେନା ଷ୍ଟେସନରେ ପ୍ରତିରକ୍ଷା ମନ୍ତ୍ରୀ
୬ଟି ପ୍ରସ୍ତାବକୁ କ୍ୟାବିନେଟ ମୋହର :ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ନାମଲେଖାରେ ୧୧.୨୫% ଆସନ ସଂରକ୍ଷଣ ଲାଗୁ

ମମତା ଓ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ମିଳିତ ଭାବେ କାର୍ଯ୍ୟକାରୀ ହେବ
ଭୁବନେଶ୍ୱର :- ରାଜ୍ୟ କ୍ୟାବିନେଟ୍ ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ୬ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଶିକ୍ଷାନୁଷ୍ଠାନ ଗୁଡିକରେ ନୂଆ ସଂରକ୍ଷଣ ନିୟମ ଲାଗୁ କରିବା ନେଇ ପ୍ରସ୍ତାବ ଉପରେ କ୍ୟାବିନେଟର ମୋହର ବାଜିଥିବା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆର୍ଥକ ଦୃଷ୍ଟିରୁ ପଛୁଆ ବର୍ଗକୁ ସଂରକ୍ଷଣ ମିଳିବ। ସେହିପରି ଅନୁସୂଚିତ ଜାତି ଓ ଜନଜାତି ପାଇଁ ପୂର୍ବରୁ ଯାହା ସଂରକ୍ଷଣ ବ୍ୟବସ୍ଥା ଥିଲା ତାହା ବଳବତର ରହିବ ବୋଲି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।ସେହିପରି ରାଜ୍ୟରେ ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନାଲାଗୁ ହେବ। ଝିଅ ଜନ୍ମ ହେଲେ ମହିଳା ପୂର୍ବରୁ ୧୦ ହଜାର ଟଙ୍କା ପାଉଥିବା ବେଳେ ବର୍ତମାନ ୧୨ ହଜାର ଟଙ୍କା ପାଇବେ। ଅଙ୍ଗନବାଡି କର୍ମୀଙ୍କୁ ୨୫୦ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ଦିଆଯିବ ଏବଂ ଅଙ୍ଗନବାଡି ସହାୟିକାଙ୍କୁ ୧୫୦ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବାକୁ କ୍ୟାବିନେଟ୍ ରେ ନିଷ୍ପତି ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏକ ପ୍ରସ୍ତାବ ରାଜ୍ୟ କ୍ୟାବିନେଟ୍ ରେପାରିତ ହୋଇଛି। ବିଭିନ୍ନ ପଦବୀରେ ଥିିବା ଶାରୀରିକ ମାପ ଏବଂ ଶାରୀରିକ ଦକ୍ଷତା ପରୀକ୍ଷା ପାଇଁ ସମନ୍ୱିତ ନିଯୁକ୍ତି ପରୀକ୍ଷାର ନିୟମାବଳୀ, ୨୦୨୨ ର ସଂଶୋଧନ କରାଯାଇଛି। ଏହି ସଂଶୋଧନ ଅନୁଯାୟୀ ଟ୍ରାଫିକ୍ ସବ୍-ଇନ୍ସପେକ୍ଟର ପଦବୀ ଏବଂ ଏକ୍ସାଇଜ୍ ସବ୍- ଇନ୍ସପେକ୍ଟର ପଦବୀ ଗୁଡିକ ସମନ୍ୱିତ ନିଯୁକ୍ତି ପରୀକ୍ଷାର ନିୟମାବଳୀ,୨୦୨୨ର ସିଡ୍ୟୁଲ -୧ ରେ ଅନ୍ତର୍ଭୁକ୍ତ କରାଯାଇଛି । ଏଥିରେ ଅଗ୍ନିଶମ ସେବା, ହୋମ ଗାର୍ଡ ଏବଂ ସିଭିଲ୍ ଡିଫେନ୍ସ,ଗୃହ (ସିଭିଲ୍ ଡିଫେନ୍ସ) ବିଭାଗର ମହାନିର୍ଦ୍ଦେଶକଙ୍କ ଅଧୀନରେ ଥିଫବା ନାଗରିକ ପ୍ରତିରକ୍ଷା ପ୍ରଶିକ୍ଷକ/ସିନିୟରଷ୍ଟୋର ଇନ୍ସପେକ୍ଟରପଦବୀ ମଧ୍ୟ ସିଡ୍ୟୁଲ -୧ ରେ ଅନ୍ତର୍ଭୂକ୍ତ କରାଯାଇଛି । ଏହାଦ୍ୱାରା ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ ଉପରୋକ୍ତ ପଦବୀଗୁଡିକୁ ମିଳିତ ନିଯୁକ୍ତି ପରୀକ୍ଷାରେ ପରିଚାଳନା କରିପାରିବେ ।
ରାଜ୍ୟ କ୍ୟାବିନେଟ୍ ନିଷ୍ପତି ଅନୁଯାୟୀ, ସାମାଜିକ ଓ ଅର୍ଥନୈତିକ ଭାବେ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ନାମଲେଖାରେ ୧୧.୨୫% ଆସନ ସଂରକ୍ଷଣ ଲାଗୁ କରାଯିବ। ଏହି ନୀତି ଚଳିତ ଶିକ୍ଷାବର୍ଷ ୨୦୨୫-୨୬ ରୁ ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟ, ସରକାରୀ ଓ ଅନୁଦାନପ୍ରାପ୍ତଉଚ୍ଚଶିକ୍ଷାନୁଷ୍ଠାନମାନଙ୍କରେ ପ୍ରଚଳନ କରାଯିବ।
ଏହି ସଂରକ୍ଷଣ ବ୍ୟବସ୍ଥା ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସ୍ନାତକ, ସ୍ନାତକୋତର, ଶିକ୍ଷକ-ଶିକ୍ଷା ଓ ଆଇନ ପାଠ୍ୟକ୍ରମ ଅନୁଷ୍ଠାନ ଗୁଡିକରେ ଲାଗୁହେବ। ଏହା ସହିତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଉଚ୍ଚମାଧ୍ୟମିକ (+୨), ଶିକ୍ଷକ-ଶିକ୍ଷା ଓ ବୃତିମୂଳକ ପାଠ୍ୟକ୍ରମ ଥିବା ଅନୁଷ୍ଠାନ ଗୁଡିକରେ ମଧ୍ୟ ଲାଗୁହେବ। ଏହା ବ୍ୟତୀତ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ପ୍ରଦର୍ଶନ କଳାରେ ସ୍ନାତକ ପାଠ୍ୟକ୍ରମ ଏବଂ କ୍ରୀଡା ଓ ଯୁବସେବା ବିଭାଗର ବ୍ୟାଚେଲର ଅଫ୍ ଫିଜିକାଲଏଜୁକେସନ୍ ଓ ମାଷ୍ଟର ଅଫ ଫିଜିକାଲଏଜୁକେସନ ପାଠ୍ୟକ୍ରମରେ ମଧ୍ୟ ଲାଗୁ କରାଯିବ।
ଏହା ସହିତ ଏହି ଅନୁଷ୍ଠାନ ମାନଙ୍କରେ ଅନୁସୂଚିତ ଜନଜାତି ବର୍ଗର ଛାତ୍ରଛାତ୍ରୀ ମାନଙ୍କ ଲାଗି ୨୨.୫ ପ୍ରତିଶତ, ଅନୁସୂଚିତ ଜାତି ବର୍ଗର ଛାତ୍ରଛାତ୍ରୀ ମାନଙ୍କ ଲାଗି ୧୬.୨୫ ପ୍ରତିଶତ, ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ଲାଗି ୫ ପ୍ରତିଶତ ଓ ପୂର୍ବତନ ସେନାନୀଙ୍କ ପରିବାର ସଦସ୍ୟଙ୍କ ଲାଗି ୧ ପ୍ରତିଶତ ଆସନ ସଂରକ୍ଷଣ ସମାନ ରୂପେ ପ୍ରଚଳନ କରାଯିବ। ଏହି ଐତିହାସିକ ନିଷ୍ପତି ଦ୍ୱାରା ସାମାଜିକ ଓ ଅର୍ଥନୈତିକ ଭାବେ ପଛୁଆ ବର୍ଗର ଛାତ୍ରଛାତ୍ରୀମାନଙ୍କର ଶିକ୍ଷା କ୍ଷେତ୍ରରେ ସାମାଜିକ ନ୍ୟାୟ ପାଇଁ ଯେଉଁ ଦୀର୍ଘଦିନର ଅପେକ୍ଷା ଥିଲା ତାହାର ଅନ୍ତ ହୋଇଛି।
ମୟୂରଭଞ୍ଜ ଜିଲ୍ଲାସ୍ଥିତ ଯଶିପୁର ବ୍ଳକର ଅଁଳାବେଣୀରେ ଆଫ୍ଲକ୍ସ ବନ୍ଧ ସହିତ ଖଇରିବନ୍ଧନ ବ୍ୟାରେଜ ପ୍ରକଳ୍ପ ନିର୍ମାଣ ପାଇଁ ୯୭ କୋଟି୯୮ ଲକ୍ଷ୭୫୫ ଟଙ୍କାର ଟେଣ୍ଡରକୁ ଆଜି ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି ।ଏହି ବ୍ୟାରେଜ୍ ପ୍ରକଳ୍ପ ନିର୍ମାଣ ଦ୍ୱାରା ଏହି ମରୁଡ଼ି ପ୍ରବଣ ଅଞ୍ଚଳରେ ବସବାସ କରୁଥିବା ପଛୁଆ, ଦୁର୍ବଳ ଏବଂ ଆଦିବାସୀ ଗୋଷ୍ଠୀଙ୍କ ପାଇଁ ଦୀର୍ଘକାଳୀନ ଖରିଫ ଜଳସେଚନ ସୁବିଧା ମିଳିବ। ଏହି ପ୍ରକଳ୍ପକୁ ୩୦ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବାର ଲକ୍ଷ୍ୟ ରଖାଯାଇଛି ।ଏହି ପ୍ରକଳ୍ପ ଦ୍ୱାରା ମୟୂରଭଞ୍ଜ ଜିଲ୍ଲାର ଯଶୀପୁର, ରରୁଆଁ ଏବଂ ଶୁକୃଳି ବ୍ଲକର ୪୭ ଟି ଗ୍ରାମର ୬୯୫୦ ହେକ୍ଟର ଚାଷଜମିକୁ ଭୂତଳ ପାଇପଲାଇନ ଜଳବଣ୍ଟନ ବ୍ୟବସ୍ଥା ମାଧ୍ୟମରେ ଖରିଫ ଜଳସେଚନ ସୁବିଧା ଯୋଗାଇ ଦିଆଯିବ । ଏତଦ୍ବ୍ୟତୀତ ଏହି ପ୍ରକଳ୍ପ ୩୫,୦୦୦ ରୁ ଅଧି କ ଜନସଂଖ୍ୟାକୁ ପାନୀୟ ଜଳ ସୁବିଧା ଯୋଗାଇବା ସହିତ ଘରୋଇ ପଶୁପାଳନ ତଥା ମତ୍ସ୍ୟ ଚାଷର ଚାହିଦାକୁ ମଧ୍ୟ ପୂରଣ କରିବ।
କେନ୍ଦୁଝର ଜିଲ୍ଲାର କେନ୍ଦୁଝର ତହସିଲ ଅନ୍ତର୍ଗତ ମୌଜା-ସୁଲେଇ ଖମାର, ସାତ ଶିଙ୍ଗା, ଗମ୍ଭାରିଆ ଓ ବ୍ରାହ୍ମଣ ଗାଁରେ ଧରଣୀଧର ବିଶ୍ୱବିଦ୍ୟାଳୟର ଉତର ଏବଂ ଦକ୍ଷିଣ କ୍ୟାମ୍ପସ ପ୍ରତିଷ୍ଠା ନିମନ୍ତେ ୪୦ ଏକର ୧୯୭ ଡି. ସରକାରୀ ଜମି ଦେୟମୁକ୍ତ ସହିତ ଲିଜ୍ ସୂତ୍ରରେ ପ୍ରଦାନ କରିବା ନିମନ୍ତେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଦ୍ୱାରା ଆଗତ କରାଯାଇଥିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି । ଏତଦ୍ୱାରା ରାଜ୍ୟ ସରକାର ଏକକାଳୀନ ରାଜସ୍ୱ ଦେୟ ବାବଦକୁ ୧୪୦କୋଟି୭୧ଲକ୍ଷ ୪୦ ହଜାର ୫୧୮ଟଙ୍କା ଏବଂ ବାର୍ଷିକ ରାଜସ୍ୱ ଦେୟ ବାବଦକୁ ୫୦ ଲକ୍ଷ୨୬ ହଜାର ୩୧୮ଟଙ୍କା ଛାଡ଼ କରିଛନ୍ତି।
ମମତା ଓ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନାର ମିଳିତ ଭାବେ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ କ୍ୟାବିନେଟ୍ ମମତା-ପିଏମଏମଭିୱାଇ ଯୋଜନା ଅଧୀନରେ ସହାୟତା ବୃଦ୍ଧି କରିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ହେଉଛି ଗର୍ଭବତୀ ଓ ପ୍ରସୂତି ମା ମାନଙ୍କ ସହିତ ସେମାନଙ୍କ ଶିଶୁ ମାନଙ୍କର ସ୍ୱାସ୍ଥ୍ୟ ଓ ପୁଷ୍ଟିରେ ସୁଧାର ଆଣିବା ଏବଂ ମାତୃ ଓ ଶିଶୁ ମୃତ୍ୟୁହାରକୁ ହ୍ରାସ କରିବା । ଯୋଜନାର ଆକଳନ ବଜେଟ୍ ୫ ବର୍ଷ ପାଇଁ ୧୬୩୦.୧୦ କୋଟି ଟଙ୍କା ରଖାଯାଇଛି ।ଏଥିରେ ଥିବା ବର୍ଦ୍ଧିତ ସୁବିଧା ଏବଂ ପ୍ରୋତ୍ସାହନ ରାଶି୧ ଏପ୍ରିଲ, ୨୦୨୫ ରୁ ଲାଗୁ ହେବ ।
ଓଡ଼ିଶାଆଇଟିଆଇ ପ୍ରଶିକ୍ଷକ ସେବା (ନିଯୁକ୍ତି ପଦ୍ଧତି ଏବଂ ସେବା ସର୍ତାବଳୀ) ନିୟମାବଳୀ ସଂଶୋଧନ, ୨୦୨୪ର ପ୍ରଣୟନକୁ ଆଜି ରାଜ୍ୟକ୍ୟାବିନେଟ ୍ଅନୁମୋଦନ କରିଛନ୍ତି ।
ଏହା ଦ୍ୱାରା ଆସିଷ୍ଟାଂଟ ଟ୍ରେନିଂ ଅଫିସରମାନଙ୍କୁପଦୋନ୍ନତି ସୁଯୋଗ ପ୍ରଦାନ, ଅଧ୍ୟକ୍ଷ, ଉପାଧ୍ୟକ୍ଷସ୍ତରରେ ଓ.ପି.ଏସ.ସି. ଦ୍ୱାରା ପ୍ରତ୍ୟକ୍ଷ ନିଯୁକ୍ତି ଦେବାଏବଂ ସେମାନଙ୍କୁ ସ୍ତର ୧୨ରୁ ସ୍ତର-୧୩ କୁ ପଦୋନ୍ନତି ପାଇଁ ଯେକୌଣସି ଇଞ୍ଜିନିୟରିଂ ବିଭାଗରେ ଡିଗ୍ରୀ ହାସଲ କୁ ସର୍ବନିମ୍ନ ଯୋଗ୍ୟତା ଭାବରେ ସ୍ଥିର କରାଯାଇଛି ।