- ଉପରାଷ୍ଟ୍ରପତି ନିର୍ବାଚନ: ଏନଡିଏର ସଂଖ୍ୟା, ଅସନ୍ତୋଷ ଓ ବିବେକର ପରୀକ୍ଷା
- ସରକାର ଆଉ କେତେଦିନ ନେତୃତ୍ବର ଭ୍ରୂଣହତ୍ୟା କରୁଥିବେ: ଭକ୍ତ
- ଉପରାଷ୍ଟ୍ରପତି ନିର୍ବାଚନ: ରାଜ୍ୟବାସୀଙ୍କୁ ବିଜେଡି ଲଜ୍ଜିତ କରିଛି, ବହୁମୂଲ୍ୟ ଦେବାକୁ ପଡ଼ିବ : ଭକ୍ତ
- କଂଗ୍ରେସ ସଂଗଠନ ସୃଜନ ଅଭିଯାନ : ତୃତୀୟ ଦିନରେ ଓଡିଶା ପହଁଞ୍ଚିଲେ ୭ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ
- 2025 ମସିହା ଶେଷକୁ ଜନଗଣନା ଆରମ୍ଭ ହେବ- ରାଜସ୍ୱ ମନ୍ତ୍ରୀ
ବଳଙ୍ଗା ନାବାଳିକାଙ୍କୁ ପୋଡି ମାରିବା ଉଦ୍ୟମ ଘଟଣା : ରୂପା ମୁଦିକୁ ନେଇ ଖୋଳତାଡ଼, ମୁଦିକୁ ଚିହ୍ନିଲେ ଗହଣା ଦୋକାନୀ

ପୁରୀ, ୨୫ ଜୁଲାଇ - ପୁରୀ ଜିଲ୍ଲାର ବଳଙ୍ଗା ଥାନା ଅଂଚଳରେ ୧୬ ବର୍ଷିୟା ନାବାଳିକାଙ୍କୁ ୩ ଜଣ ଦୁର୍ବୃତ ରାସ୍ତାରୁ ଉଠାଇନେଇ ନଦୀପଠାରେ ଜୀବନ୍ତ ଜାଳି ମାରିଦେବାକୁ ଉଦ୍ୟମ ଘଟଣାକୁ ଇତିମଧ୍ୟରେ ସପ୍ତାହେ ପୁରିଛି ହେଲେ ଅଦ୍ୟାବଧି ଅଭିଯୁକ୍ତମାନଙ୍କ ନିକଟରେ ପହଂଚି ପାରିନି ପୋଲିସ । ଏହି ରହସ୍ୟ ଉପରୁ ଏଯାଏଁ ହଟିନି ପରଦା । କ୍ରାଇମବ୍ରାଂଚ ଓ ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି ।
ଘଟଣାସ୍ଥଳରୁ ମିଳିଥିବା ରୂପା ମୁଦିକୁ ନେଇ ଖୋଳତାଡ଼ ଜାରି ରହିଛି । ଏହି ରୂପା ମୁଦିକୁ ନେଇ ସମ୍ପୃକ୍ତ ଜୁଏଲାରୀ ମାଲିକ କୁନୁ ସାହୁଙ୍କୁ ପଚରା ଉଚରା କରିଛି ପୋଲିସ । ଜେରା ପରେ କୁନୁଙ୍କୁ ଛାଡିଦିଆଯାଇଛି । ଏହି ରୂପା ମୁଦିକୁ ମଧ୍ୟ ଚିହ୍ନିପାରିଛନ୍ତି ଗହଣା ଦୋକାନୀ ଜଣକ । ପ୍ରାୟ ଅଢ଼େଇ ମାସ ପୂର୍ବରୁ ପୀଡ଼ିତାଙ୍କ ସାଙ୍ଗ ଏହି ରୂପା ମୁଦିଟିକୁ ତାଙ୍କ ଦୋକାନରୁ କିଣିଥିବା କହିଛନ୍ତି କୁନୁ । ତେବେ ଏହି ମୁଦି ପୀଡ଼ିତାଙ୍କ ପାଖକୁ କିପରି ଗଲା ତାକୁ ନେଇ ଉଠିଛି ପ୍ରଶ୍ନ ।
ଅନ୍ୟପକ୍ଷରେ ଅଭିଯୁକ୍ତ କିଏ, ସେ ଏବେ କେଉଁଠି, ଘଟଣା ପଛର ପୃଷ୍ଠଭୂମି କଣ ରହିଛି, ପୀଡ଼ିତା ବୟାନରେ କହିଥିବା ୩ ଜଣ ଯୁବକଙ୍କ ବ୍ୟତୀତ ମାମଲାରେ ଅନ୍ୟ କାହାରି ସମ୍ପୃକ୍ତି ରହିଛି କି, ଏସବୁ ଅସମାହିତ ପ୍ରଶ୍ନ ଉତର ଖୋଜୁଛି ପୋଲିସ । କ୍ରାଇମବ୍ରାଂଚ ଓ ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରି ରହିଛି । କ୍ରାଇମବ୍ରାଂଚର ସ୍ୱତନ୍ତ୍ର ୫ ଜଣିଆ ଟିମ୍ ଓ ପୋଲିସ ପକ୍ଷରୁ ଗଠିତ ତିନୋଟି ଟିମ୍ ତଦନ୍ତରେ ଲାଗିପଡିଛନ୍ତି ।
ପ୍ରକାଶ ଥାଉକି, ଗତ ୧୯ ତାରିଖ ସକାଳେ ଏଭଳି ବର୍ବରୋଚିତ କାଣ୍ଡ ଘଟାଇଥିଲେ ତିନି ଦୁର୍ବୃତ । ରାସ୍ତାରୁ ଉଠାଇ ନେଇ ନଦୀପଠାରେ କିରୋସିନି ଢାଳି ଜୀବନ୍ତ ଜାଳିଦେବାକୁ ଉଦ୍ୟମ କରିଥିଲେ । ଝିଅଟିକୁ ଜଳନ୍ତା ଅବସ୍ଥାରେ ଉଦ୍ଧାର କରିଥିଲେ କିଛି ସ୍ଥାନୀୟ ଲୋକ । ସମ୍ପ୍ରତି ସେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧିନ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ପରିଲକ୍ଷିତ ହୋଇଛି ।