Breaking News
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
- ଆଉ ଦେଖିବାକୁ ମିଳୁ ନାହିଁ ହଳ, ବଳଦ
- କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା
- ପ୍ରଦୂଷଣ ସାର୍ଟିଫିକେଟ ନାମରେ ଗାଡିଚାଳକଙ୍କୁ ଲୁଟ୍ କରିବା ବନ୍ଦ କର : ସିପିଆଇ
- ଆରଡି ବସଷ୍ଟାଣ୍ଡ ନାମ ପରିବର୍ତନକୁ ନେଇ ରାଜଧାନୀରୁ ଶୈବପୀଠ ସବୁଠି ବିରୋଧ
2025 ମସିହା ଶେଷକୁ ଜନଗଣନା ଆରମ୍ଭ ହେବ- ରାଜସ୍ୱ ମନ୍ତ୍ରୀ
FMNEWS.IN
02-09-2025
ଭୁବନେଶ୍ୱର, 2 ସେପ୍ଟେମ୍ବର :2025 ମସିହା ଶେଷକୁ ଜନଗଣନା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ ।ବିଜେଡି କଣ କହିଲା ମତାମତ ଦେବା ଦୂରର କଥା, ବିଜେଡି କଣ କହୁଛି ଖବର କାଗଜ ଦେଖେ ନାହିଁ ବୋଲି ସେ କହିଛନ୍ତି ।ଜନ ଗଣନା ଆରମ୍ଭ ହେବ ।ରାଜସ୍ବ ଗାଁ ଶୀଘ୍ର ଘୋଷଣା ହେବ । ବିଜେଡି ଆଉ ତାଙ୍କ ପୂର୍ବରୁ ଯେଉଁମାନେ ଶାସନ କରିଥିଲେ କଣ କରିଥିଲେ । ଏବେ ଏନଏସିକଲୁ ଆଗକୁ ପଞ୍ଚାୟତ, ଜିଲ୍ଲା ଓ ସବଡ଼ିଭିଜନକୁ ବିଭାଜନ ହେବ । ଜିଲ୍ଲା ଦାବି ବହୁତ ଅଛି, ମୟୁରଭଞ୍ଜ, ସୁନ୍ଦରଗଡ଼ ବଡ଼ ଜିଲ୍ଲା ଅଛି । କେଉଁଟା ଆଗ କରିବୁ ପଛେ କରିବୁ ବିଜେଡିର ପରାମର୍ଶ ଦରକାର ନାହିଁ, ପରାମର୍ଶ ନେଲେ ବିଜେଡି ଭଳି ଅବସ୍ଥା ହେବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।