- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
- ଆଉ ଦେଖିବାକୁ ମିଳୁ ନାହିଁ ହଳ, ବଳଦ
- କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା
- ପ୍ରଦୂଷଣ ସାର୍ଟିଫିକେଟ ନାମରେ ଗାଡିଚାଳକଙ୍କୁ ଲୁଟ୍ କରିବା ବନ୍ଦ କର : ସିପିଆଇ
- ଆରଡି ବସଷ୍ଟାଣ୍ଡ ନାମ ପରିବର୍ତନକୁ ନେଇ ରାଜଧାନୀରୁ ଶୈବପୀଠ ସବୁଠି ବିରୋଧ
ମୁଖ୍ୟମନ୍ତ୍ରୀ ରାହୁଲ ଗାନ୍ଧୀ ଓ କଂଗ୍ରେସ ଦଳକୁ ନିସର୍ତ କ୍ଷମା ମାଗନ୍ତୁ
ଭୁବନେଶ୍ୱର(FM News):--ବିହାରରେ ଦୀର୍ଘ ୧୫ ଦିନ ଧରି ଚାଲିଥିବା ଭୋଟର ଅଧିକାର ଯାତ୍ରାକୁ ଅଦ୍ଭୂତପୂର୍ବ ଜନସମର୍ଥନ ଓ ସଫଳତା ମିଳିଛି । ଭୋଟ ଅଧିକାର ଯାତ୍ରାକୁ ଭଣ୍ଡରୁ କରିବାପାଇଁ ଭାରତୀୟ ଜନତାପାର୍ଟି ଷଡ଼ଯନ୍ତ୍ର କରିଛି। ବିଜେପି ଏହି କାମ ପାଇଁ ନିଜ ଦଳର ସଂଖ୍ୟାଲଘୁ ସେଲର ଜଣେ ପଦାଧିକାରୀଙ୍କୁ ନିୟୋଜିତ କରିଛି। ଯାହାଙ୍କର ନାମ ମହମ୍ମଦ ରିଜିଭି ଯିଏ କି ପାଟ୍ନା ଠାରେ ଗଣମାଧ୍ୟମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ସ୍ୱର୍ଗତା ମାତାଙ୍କ ପ୍ରତି ଅତ୍ୟନ୍ତ ଅଶାଳୀନ, ଅରୁଚିକର ମନ୍ତବ୍ୟ ପ୍ରଦାନ କରିଛନ୍ତି । କଂଗ୍ରେସ ନେତୃବର୍ଗ ଓ ଦଳକୁ ସାଧାରଣ ଜନତାଙ୍କ ଆଗରେ ଅପମାନିତ କରିବା ଉଦ୍ଦେଶ୍ୟରେ ବିଜେପି ଦଳର ତୁଙ୍ଗ ନେତୃବୃନ୍ଦ ଜାଣିଶୁଣି ଏଭଳି ହୀନ ଓ ନିଚ ଉଦ୍ୟମ କରିଛନ୍ତି ବୋଲି ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ରଜନୀ କୁମାର ମହାନ୍ତି କହିଛନ୍ତି । ଏହି ଷଡ଼ଯନ୍ତ୍ରର ମୁଖ୍ୟ ଆସାମୀ ମହମ୍ମଦ ରିଜଭି ଭାରତୀୟ ଜନତାପାର୍ଟିର ସଂଖ୍ୟାଲଘୁ ବିଭାଗର ସଦସ୍ୟ ବୋଲି ସମସ୍ତ ଗଣମାଧ୍ୟମରେ ପ୍ରକାଶିତ ହେଲାପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିନା ତଥ୍ୟ ଆଧାରରେ ରାହୁଲ ଗାନ୍ଧୀ ଓ କଂଗ୍ରେସ ଦଳ ପ୍ରତି ଯେଉଁ ମନ୍ତବ୍ୟ ପ୍ରଦାନ କରିଛନ୍ତି, ମୁଖପାତ୍ର ଶ୍ରୀ ମହାନ୍ତି ଏହାର ପ୍ରତିବାଦ କରିଛନ୍ତି । ମୁଖ୍ୟମନ୍ତ୍ରୀ ସବୁ ସତ ଜାଣିଲା ପରେ ମଧ୍ୟ କାହିଁକି ଏଭଳି ମନ୍ତବ୍ୟ ଦେଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ, ରାହୁଲ ଗାନ୍ଧୀ ଓ କଂଗ୍ରେସ ଦଳର ନେତୃବର୍ଗଙ୍କୁ ନିସର୍ତ କ୍ଷମା ମାଗନ୍ତୁ ବୋଲି ଆଜିର ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି ଦାବି କରିଛନ୍ତି ।
ଅନ୍ୟମାନଙ୍କ ମଧ୍ୟରେ ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି ବିହାର ରେ ରାହୁଲ ଗାନ୍ଧୀଙ୍କ ଭୋଟ ଅଧିକାର ଯାତ୍ରା ବିପୁଳ ସମର୍ଥନ ମିଳିବା ଦେଖି ବିଜେପି ଭୟଭୀତ। ବିଜେପି ତା ନିଜ କର୍ମୀ ଲଗାଇ ଘୃଣ୍ୟ ରାଜନୀତି କରୁଛି। ବିହାର ପ୍ରଦେଶର ପୂର୍ବତନ କଂଗ୍ରେସ ପ୍ରଭାରୀ ତଥା ପିସିସି ସଭାପତି ଭକ୍ତ ଚରଣ ଦାସ ଗତକାଲି ବିହାରରେ ଏଭଳି ଘଟଣାର ଦୃଢ଼ ନିନ୍ଦା କରିଛନ୍ତି ବୋଲି ସୂଚନା ପ୍ରଦାନ କରିଥିଲେ ଅନ୍ୟତମ ମୁଖପାତ୍ର ଜୟଶ୍ରୀ ପାତ୍ର ।