Breaking News
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
- ଆଉ ଦେଖିବାକୁ ମିଳୁ ନାହିଁ ହଳ, ବଳଦ
- କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା
- ପ୍ରଦୂଷଣ ସାର୍ଟିଫିକେଟ ନାମରେ ଗାଡିଚାଳକଙ୍କୁ ଲୁଟ୍ କରିବା ବନ୍ଦ କର : ସିପିଆଇ
- ଆରଡି ବସଷ୍ଟାଣ୍ଡ ନାମ ପରିବର୍ତନକୁ ନେଇ ରାଜଧାନୀରୁ ଶୈବପୀଠ ସବୁଠି ବିରୋଧ
ସରକାରୀ ବିଲ୍ଡିଂ ରଙ୍ଗ ପରିବର୍ତ୍ତନରେ ଦୁର୍ନୀତି ଅଭିଯୋଗ ଆଣିଲା କଂଗ୍ରେସ
FMNEWS.IN
13-08-2025
ଭୁବନେଶ୍ୱର, 13 ଅଗଷ୍ଟ - ସରକାରୀ ବିଲ୍ଡିଂ ରଙ୍ଗ ପରିବର୍ତ୍ତନ ପଛରେ ଦୁର୍ନୀତି ଗନ୍ଧ ବାରିଲା କଂଗ୍ରେସ । ରଙ୍ଗ ପରିବର୍ତନ ପାଇଁ 30 ହଜାର କୋଟି ଖର୍ଚ୍ଚ ହେବ । ଆଗକୁ ରାଜ୍ୟର ମୋଟ ଋଣ ଭାର ୧ ଲକ୍ଷ 34 ହଜାର କୋଟିରେ ପହଂଚିବ । ଏବେ ଜଣେ ବ୍ୟକ୍ତିର ମୁଣ୍ଡ ପିଛା ଋଣ 20 ହଜାର ଟଙ୍କାରୁ ଅଧିକ । ସରକାରଙ୍କ ମୂଳ ଉଦ୍ଦେଶ୍ୟ ରଙ୍ଗ ବଦଳା କାର୍ଯ୍ୟକ୍ରମ କରି ପିସି ଆଦାୟ କରିବା ଭଳି ଲାଗୁଛି ବୋଲି କହିଛନ୍ତି କଂଗ୍ରେସ ମୁଖପାତ୍ର ରଜନୀ ମହାନ୍ତି । ବିଜେପି ନିଜେ ଯେଉଁ କଥାକୁ ବିରୋଧ କରୁଥିଲା ଆଜି ସେ ନିଜେ ସେ କାମ କରୁଛି ବୋଲିସେ କହିଛନ୍ତି ।