- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
ଛାତ୍ରୀ ଆତ୍ମହତ୍ୟା ଘଟଣାରେ ଦ୍ଵନ୍ଦ ଦୂର ପାଇଁ କୋର୍ଟ ମନିଟର ତଦନ୍ତ ହେଉ - ବିଜୟ ମହାପାତ୍ର
ଭୁବନେଶ୍ୱର, 18 ଜୁଲାଇ - ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ମାମଲାରେ ବରିଷ୍ଠ ନେତା ବିଜୟ ମହାପାତ୍ର ଦ୍ଵନ୍ଦ ଦୂର ପାଇଁ କୋର୍ଟ ମନିଟର ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି । ସେ କହିଛନ୍ତି ଯେ, ଆରମ୍ଭରୁ ଏ ଘଟଣା ହାଲୁକା ଭାବରେ ନେବା ଉଚିତ ନ ଥିଲା । ଗୁଇନ୍ଦା କେମିତି ଏ ଘଟଣା ଜାଣିପାରିଲା ନାହିଁ । ସରକାର ଯେତେ ଗୁରୁତର ସହ ନେବା କଥା ନେଇନାହାନ୍ତି । ନେଇଥିଲେ ଏଭଳି ଘଟଣା ଘଟି ନଥାନ୍ତା । ଏ ଅପବାଦ ସରକାରଙ୍କ ମୁଣ୍ଡ ଉପରେ ଝୁଲି କି ରହିବ । ନିରପେକ୍ଷ ତଦନ୍ତ ହେଉ ବୋଲି ସମସ୍ତେ ଆଶା କରିଛନ୍ତି । ଜିଲ୍ଲା ପ୍ରଶାସନଠୁ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଛାତ୍ରୀ ଜଣେଇଛି । ହେଲେ କଣ ହେବ କେହି ଆକଳନ କରି ପାରିଲେନି । ବାଲେଶ୍ୱର ଘଟଣା ସୁଶାସନ କୁଶାସନ ନା ଦୁଃଶାସନ କ୍ଷେତ୍ରରେ ଯିବ ? ସରକାର ଚାହିଁଲେ କୋର୍ଟ ମନିଟର ତଦନ୍ତ ହୋଇ ପାରିବ । ରାଜ୍ୟପାଳ ଆଇସିସିନେଇ ତଦନ୍ତ କରିଛନ୍ତି ବୋଲି କାଲି ଭୁବନେଶ୍ୱର ସାଂସଦ କହିଲେ । ରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ଏହି ଘଟଣାକୁ ଟଣାଯିବା ପରେ ରାଜ୍ୟପାଳ ଏ ନେଇ ମତାମତ ରଖିବା କଥା । ସରକାରଙ୍କ ଆକ୍ସନ କଣ ଯଥେଷ୍ଟ କି ବୋଲି ପ୍ରଶ୍ନ ଉଠାଇଛନ୍ତି ବିଜୟ । ଇତିଶ୍ରୀ ଠୁ ବେବିନା ପର୍ଯ୍ୟନ୍ତ ବହୁ ଘଟଣା ହେଇଛି ହେଲେ ଏଭଳି ଘଟଣା କେବେ ଘଟିନଥିଲା । ଅତୀତର ଘଟଣା ଓ ବାଲେଶ୍ୱର ଘଟଣା ଭିତରେ ଥିବା ଫରକକୁ ସରକାର ଯେଉଁ ପର୍ଯ୍ୟନ୍ତ ବୁଝିବେ ନାହିଁ ତଦନ୍ତ ଠିକ ଭାବେ ଚଳିବ ନାହିଁ ବୋଲି ସେ କହିଛନ୍ତି ।