Breaking News
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
- ଆଉ ଦେଖିବାକୁ ମିଳୁ ନାହିଁ ହଳ, ବଳଦ
- କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା
- ପ୍ରଦୂଷଣ ସାର୍ଟିଫିକେଟ ନାମରେ ଗାଡିଚାଳକଙ୍କୁ ଲୁଟ୍ କରିବା ବନ୍ଦ କର : ସିପିଆଇ
- ଆରଡି ବସଷ୍ଟାଣ୍ଡ ନାମ ପରିବର୍ତନକୁ ନେଇ ରାଜଧାନୀରୁ ଶୈବପୀଠ ସବୁଠି ବିରୋଧ
ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ଯିବାକୁ ମତ୍ସ୍ୟଜିବୀଙ୍କୁ ବାରଣ
FMNEWS.IN
27-10-2025
ଭୁବନେଶ୍ୱର, ୨୭ ଅକ୍ଟୋବର- ସମ୍ଭାବ୍ୟ ବାତ୍ୟା ମୋନ୍ଥା ପ୍ରଭାବରେ ସମୁଦ୍ର ଅଶାନ୍ତ ରହିପାରେ । ଏଣୁ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଦକ୍ଷିଣପଶ୍ଚିମ ତତ୍ସଂଲଗ୍ନ କେନ୍ଦ୍ରିୟ ବଙ୍ଗୋପସାଗର, ଓଡ଼ିଶା ଉପକୂଳ ଓ ବାହାରକୁ ମାଛ ଧରିବାକୁ ଯିବାକୁ ମତ୍ସ୍ୟଜିବୀଙ୍କୁ ବାରଣ କରାଯାଇଛି । ସେହିପରି ୨୮ରୁ ୨୯ ତାରିଖ ପଶ୍ଚିମବଙ୍ଗ ଉପକୂଳ ଓ ବାହାରକୁ ମାଛ ଧରିବାକୁ ଯିବାକୁ ମତ୍ସ୍ୟଜିବୀଙ୍କୁ ବାରଣ କରାଯାଇଛି । ଏପରିକି ଯେଉଁମାନେ ମାଛ ଧରିବାକୁ ସମୁଦ୍ରକୁ ଯାଇଛନ୍ତି ସେମାନେ ତୁରନ୍ତ ଫେରି ଆସିବାକୁ କୁହାଯାଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୋମବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।