Breaking News
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
- ଆଉ ଦେଖିବାକୁ ମିଳୁ ନାହିଁ ହଳ, ବଳଦ
- କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା
- ପ୍ରଦୂଷଣ ସାର୍ଟିଫିକେଟ ନାମରେ ଗାଡିଚାଳକଙ୍କୁ ଲୁଟ୍ କରିବା ବନ୍ଦ କର : ସିପିଆଇ
- ଆରଡି ବସଷ୍ଟାଣ୍ଡ ନାମ ପରିବର୍ତନକୁ ନେଇ ରାଜଧାନୀରୁ ଶୈବପୀଠ ସବୁଠି ବିରୋଧ
ଶ୍ରମିକ ସଂଗଠନମାନଙ୍କ ବନ୍ଦ ଡାକରାକୁ କଂଗ୍ରେସର ପୂର୍ଣ୍ଣ ସମର୍ଥନ : ଭକ୍ତ ଚରଣ ଦାସ
FMNEWS.IN
06-07-2025
(FM News):-- ଆସନ୍ତା ୯ ତାରିଖ ଭାରତ ବର୍ଷର ପ୍ରମୁଖ ଶ୍ରମିକ ସଂଗଠନ ମାନଙ୍କର ୧୭ ଦଫା ଦାବିକୁ ନେଇ ଦିଆଯାଇଥୁବା ବନ୍ଦ ଡାକରାକୁ ରାଜ୍ୟ କଂଗ୍ରେସ ପୂର୍ଣ ସମର୍ଥନ ଜଣାଉଛି। ଏହି ଦାବି ଯଥାର୍ଥରେ ଦେଶର ଗରିବ ଖଟିଖିଆ ଶ୍ରମିକଙ୍କ ଠାରୁ ଆରମ୍ଭ କରି କୃଷକ ଓ ଖାଉଟିମାନଙ୍କ ସ୍ୱାର୍ଥକୁ ରକ୍ଷା କରିବା ପାଇଁ। ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଶନିବାର ଏକ ପ୍ରେସ ବିବୃତିରେ ଏହି ବନ୍ଦ ଡାକରାକୁ ରାଜ୍ୟ କଂଗ୍ରେସ ସମର୍ଥନ ଜଣାଇବା ସହିତ ଜିଲ୍ଲା କଂଗ୍ରେସ, ବ୍ଲକ, ମ୍ୟୁନିସପାଲଟି, ଏନ୍ଏ.ସି. ତଥା ପଂଚାୟତରେ କଂଗ୍ରେସ ନେତୃବର୍ଗ ଓ କର୍ମୀମାନେ ଏହି ବନ୍ଦ ଡାକରାକୁ ସଫଳ କରିବା ସହିତ ନିଜ ନିଜ ଅଂଚଳରେ ପୂର୍ଣ୍ଣ ସମର୍ଥନ ପ୍ରଦାନ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।