ଜାଲ ଜାତି ପ୍ରମାଣ ପତ୍ର ଉଦ୍ଦେଶ୍ୟମୂଳକ ଭାବେ ସଂରକ୍ଷଣର ସୁବିଧା ହାସଲ ପାଇଁ ନେବା ଏକ ଗର୍ହିତ ଅପରାଧ

ବଲାଙ୍ଗିର :ଜାଲ ଜାତି ପ୍ରମାଣ ପତ୍ର ଉଦ୍ଦେଶ୍ଯ ମୂଳକ ଭାବେ ସଂରକ୍ଷଣ ର ସୁବିଧା ହାସଲ ପାଇଁ ନେବା ଏକ ଗର୍ହିତ ଅପରାଧ । ମହାରାଷ୍ଟ୍ର ସରକାର ବିରୁଦ୍ଧ ମିଲିନ୍ଦ ଓ ଅନ୍ୟାନ୍ୟ ତା ୨୮ । ୧୧ । ୨୦୦୦ ଓ ଚନ୍ଦ୍ରଭାନ ବିରୁଦ୍ଧ ମହାରାଷ୍ଟ୍ର ସରକାର ୨୦୧୭ ର ନିର୍ଦ୍ଦେଶ ମତେ ଯେ କେହି ଜାଲ ଜାତି ପ୍ରମାଣ ପତ୍ର ନେଇ ସରକାରୀ ଚାକିରୀ ବା ରାଜନୈତିକ ପଦ ପଦବୀ ର ସୁବିଧା ସୁଯୋଗ ହାସଲ କରିଥିବ ତାର ସମସ୍ତ ସରକାରୀ ପାଉଣା, ଟିଏ ଡିଏ ରିକଭରି ହେବା ସହିତ କ୍ରିମିନାଲ୍ ପ୍ରସିଡ୍ୟୁର ଆରମ୍ଭ ହେବ । ସେଥିପାଇଁ ଓଡିଶା ସରକାର , ଅନୂସୁଚୀତ ଜାତି, ଜନଜାତି ଓ ପଛୁଆ ବର୍ଗ ରେଗୁଲେସନ ଅଫ ଇସୁଆନ୍ସ ଏଣ୍ଡ ଭେରିଫିକେସନ ଆକ୍ଟ ୨୦୧୨ ଲାଗୁ କରି, ଆରଡିସି ମାନଂକୁ ସିଭିଲ ଜଜ୍ ର କ୍ଷମତା ପ୍ରଦାନ କରି ଭିଜିଲାନ୍ସ ଏସପି ମାନଂକ ମାଧ୍ୟମରେ ୩ ମାସ ମଧ୍ୟରେ ଏନକ୍ୱାରୀ ସାରି ଅସିଦ୍ଧ ଘୋଷଣା କରିବାକୁ ସ୍ୱତନ୍ତ୍ର କ୍ଷମତା ପ୍ରଦାନ କରିଛନ୍ତି ।
ମାତ୍ର ଆମର କେକେଡି ହଟାଓ କ୍ରିୟାନୁଷ୍ଠାନ କମେଟି ର ଅଭେିଯାଗ ମୁତାବିକ ଆରଡିସି ସମ୍ବଲପୁର କଂ ପାଖକୁ ଡ. ମୁକେଶ ମହାଲିଙ୍ଗ, ଯୋଗେନ୍ଦ୍ର ବେହେରା, ମହେଶ ସାହୁ କଂ ଏନକ୍ୱାରୀ ରିପୋର୍ଟ ସଂପ୍ରୁକ୍ତ ଭିଜିଲାନ୍ସ ଏସପି ମାନଂକ ପାଖରୁ ସେପ୍େଟମ୍ବର ୨୦୨୪ ଶୁଦ୍ଧା ଆସି ସାରିଥିଲେ ସୁଦ୍ଧା କୌଣସି କାର୍ଯ୍ୟନୁଷ୍ଠାନ ବା ଘୋଷଣାନାମା ହୋଇ ପାରି ନାହିଁ । ଏହି ଅଭେିଯାଗ ତା ୨୧ । ୦୫ । ୨୦୧୮ ରୁ ଅନୂସୁଚୀତ ଜାତିୟ କମିଶନ ଭାରତ ସରକାର,,ନୂଆଦିଲ୍ଲୀ ମାଧ୍ୟମରେ ମୂଖ୍ଯ ଶାସନ ସଚିବ ଓଡିଶା ସରକାର କଂ ଠାରୁ ସମ୍ବଲପୁର ଆରଡିସି ପାଖକୁ ଅଧ୍ୟକ୍ଷ ରାଜ୍ଯ ସ୍ତରୀୟ ଜାତି ସାର୍ଟିଫିକେଟ ଜନ୍ମ କମେଇ ହିସାବରେ ଆସି ଆଜି ପର୍ୟ୍ଯନ୍ତ ହାଇକୋର୍ଟ ର ନିର୍ଦ୍ଦେଶ ସତ୍ୱେ ଫଳାଫଳ ଘୋଷଣା କରାଯାଇ ପାରୁ ନାହିଁ ।
ପ୍ରଥମେ ଯୋଗେନ୍ଦ୍ର ବେହେରା ଓ ଏବେ ଡ. ମୂକେଶ ମହାଲିଙ୍ଗ କଂ ରାଜନୈତିକ ଚାପ ଯୋଗୁଁ ଘୋଷଣା ହୋଇ ପାରୁ ନାହିଁ, ସେମାନେ ତାଂକର ପଦ ମର୍ଯ୍ୟାଦା ର ଦୂରପଯୋଗ କରିଚାଲିଛନ୍ତି ।
ଯୋଗେନ୍ଦ୍ର ବେହେରା ତା ୧୩ ମାର୍ଚ୍ଚ ୧୯୪୨ ରେ ଜନ୍ମ ଗ୍ରହଣ କରି ଇଣ୍ଟରମିଡିଏଟ ପର୍ୟ୍ଯନ୍ତ ପଢି ୧୯୮୫ ରେ ସଂରକ୍ଷିତ ବିଧାନ ସଭା ଆସନ ଟିଟିଲାଗଡ଼ରୁ ନିର୍ବାଚନ ଲଢିଲେ , ୧୯୯୦,୧୯୯୫ଓ ୨୦୦୦ ରେ ସେହି ଆସନରୁ ଜିତିଲେ ପରେ ଟିଟିଲାଗଡ଼ ସଂରକ୍ଷିତ ଆସନ ଲୋଉସିଂହା କୁ ଯିବାରୁ ସେଠି ଯାଇ ବିଧାୟକ ହେଲେ ମନ୍ତ୍ରୀ ହେଲେ, ଠିକ ସେପରି ଡ. ମହାଲିଂଗ ୧୯୭୮ ରୁ ଶିକ୍ଷା ଲାଭ କରିବାରେ ଜାତି ପ୍ରମାଣ ପତ୍ର ବ୍ୟବହାର କରି ଉଚ୍ଚ ଶିକ୍ଷା ପାଇ ତା ୦୯ । ୦୯ । ୧୯୮୯ ରୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରେ ଚାକିରୀ ଆରମ୍ଭ କରି ତା ୩୧ । ୦୧ । ୧୯୧୯ ରେ ଭିଆରଏସ ନେଇ ଲୋଇସିଂହା ସଂରକ୍ଷିତ ନିର୍ବାଚନ ମଣ୍ଡଳୀ ରୁ ନିର୍ବାଚିତ ହେଲେ ଓ ଏବେ ୨୦୨୪ ରେ ସେହି ଆସନରୁ ଜିତି କେବିନେଟ ମନ୍ତ୍ରୀ ।
ଭାରତ ସରକାର ଚିଠି ନଂ ୩୫/୧/୭୨/ଜଟ(ଝଉଞ-ଠ) ତା ୦୨ । ୦୫ । ୧୯୭୫ ରେ ଓଡିଶା ସରକାର ସହିତ ସମସ୍ତ ରାଜ୍ଯ ଓ କେନ୍ଦ୍ର ଶାସିତ ପ୍ରଦେଶ କୁ ଚିଠି କରି ଜାତି ପ୍ରମାଣ ପତ୍ର କରିବାର ନିୟମ କଲେ ଓ ସେହି ଆଧାରରେ ଓଡିଶା ସରକାର କାଷ୍ଠ ସାର୍ଟିଫିକେଟ ରୁଲସ ଫର ଅନୂସୁଚୀତ ଜାତି ଜନଜାତି ୧୯୮୦ ଆକ୍ଟ ତିଆରି କରି ସମସ୍ତ ଜିଲ୍ଲାପାଳ ମାନଂକୁ ଅବଗତ କରାଇଲେ । ଉଦ୍ଦେଶ୍ଯ କୌଣସି ବ୍ୟକ୍ତି ସଂରକ୍ଷଣ ସୁବିଧା ସୁଯୋଗ ହାସଲ କରିବାକୁ ଜାଲ ଜାତି ପ୍ରମାଣ ପତ୍ର ନ ପାଉ । ଏହି ରୁଲସ ର ସେକ୍ସନ ୪ (୨) ଅନୁସାରେ କୌଣସି ବ୍ୟକ୍ତି ଜାତି ପ୍ରମାଣ ପତ୍ର ପାଇବାକୁ ହେଲେ ତାର ଜାତି ରାଷ୍ଟ୍ରପତି କଂ ଅନୁମୋଦିତ ୧୯୫୦ ର ଅନୂସୁଚୀତ ଜାତି ତାଲିକାରେ ଚିହ୍ନିତ ଥିବା ବିଧେୟ । ମାତ୍ର କେଉଟ ଜାତି ୧୯୫୦ ରେ ନଥିଲା କି ୧୯୫୬ କି ୧୯୭୬ ର ଆମେଣ୍ଡମେଣ୍ଟ ଜାତି ତାଲିକା ରେ ନଥାଇ ସୁଦ୍ଧା ସଂରକ୍ଷଣ ସୁବିଧା ସୁଯୋଗ ହାତେଇବା ପାଇଁ ଏମାନେ ଜାଲ ଜାତି ପ୍ରମାଣ ପତ୍ର ଯୋଗାଡ କରି ସରକାରୀ ନିଯୁକ୍ତି ତଥା ରାଜନୈତିକ ସଂରକ୍ଷଣ ର ଭରପୁର ଫାଇଦା ନେଇଛନ୍ତି ଗର୍ହିତ ଅପରାଧ ଓ ଆଜି ବି ସେହି ସମ୍ବନ୍ଧୀୟ ଏନକ୍ୱାରୀ କୁ ପଦ ମର୍ଯ୍ୟାଦା ର ଅପବ୍ଯବହାର କରି ଫଳାଫଳ ଘୋଷଣା କରିବାକୁ ବ୍ୟଘାତ ସ୍ରୁଷ୍ଟି କରୁଛନ୍ତି ।
ତା ୩୧ । ୦୮ । ୨୦୦୧ ରେ ସାମାଜିକ ନ୍ଯାୟ ଓ ଶସକ୍ତି କରଣ ବିଭାଗ କୁ ହାତ କରି କେଉଟ କୈବର୍ତ୍ତ କୁ ସାମ୍ବିଧାନିକ ଉପାୟ ରେ ଅନୂସୁଚୀତ ଜାତି ତାଲିକା ରେ ପୁରେଇହାକୁ ଚେଷ୍ଟା କରି ତା ୩୦ ଅଗଷ୍ଟ ୧୯୯୯ ଓ ୩୦ ଜୁନ ୨୦୦୨ ର ମୋଡାଲିଟିଜ ଯାହା ସମ୍ବିଧାନ ର ଧାରା ୩୪୧ ଉପରେ ଆଧାରିତ ଥିଲା, ଅଣଦେଖା କରି ସଂସଦରେ ବିଲ ଆଗତ କରେଇଲେ ମାତ୍ର ଓଡିଶା ସରକାର ର ଅନୂସୁଚୀତ ଜାତି ଜନଜାତି ବିଭାଗ ଏହି ବିଲକୁ ଚିଠିଟି ୪୭୫ ।ତା ୦୪ । ଜାନୂଆରୀ ୨୦୦୨ ରେ ବିରୋଧ କରିବା ସତ୍ୱେ ଆଗତ କଲେ ଯାହା ତା ୧୭ । ୧୨ । ୨୦୦୨ ରେ ମହାମହିମ ରାଷ୍ଟ୍ରପତି କଂର ଅନୁମୋଦନ ଲାଭ କଲା ।
ତାହାହେଲେ ୧୭ ଡିସେମ୍ବର ପୂର୍ବରୁ ନେଇଥିବା ଜାଲ ଜାତି ସାର୍ଟିଫିକେଟ ପାଇଁ ସେମାନେ ଦଣ୍ଡିତ ହେବାର ଭୟରେ ଏହି ଏନକ୍ୱାରୀ କୁ ରାଜନୈତିକ ପ୍ରୁଷ୍ଟପୋଷକତା ବଳରେ ପ୍ରଭାବିତ କରି ରଖି ଚାଲିଛନ୍ତି ।
ତାଂକର ୨୦୦୨ ରେ ଅନୂସୁଚୀତ ଜାତି ତାଲିକାଭୁକ୍ତ ହେବ ସଂପୂର୍ଣ୍ଣ ଅବୈଧ , ଅ ଗଣତାନ୍ତ୍ରିକ, ଅ ସାମ୍ବିଧାନିକ ହୋଇଥିବା ନିତ୍ୟାନନ୍ଦ ଶର୍ମା ବିରୁଦ୍ଧ ବିହାର ସରକାର, ସୁପ୍ରିମକୋର୍ଟ, ଓ କ୍ରୁପାସିନ୍ଧୁ ସାହୁ ବିରୁଦ୍ଧ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ, ଓଡିଶା ଉଚ୍ଚ ନ୍ଯାୟ ଲୟ କଟକ ରୁ ସ୍ପଷ୍ଟ ଓ ଚନ୍ଦ୍ରଭାନ ବିରୁଦ୍ଧ ମହାରାଷ୍ଟ୍ର ସରକାର, ସୁପ୍ରିମକୋର୍ଟ କେଶ ଅନୂଯାୟୀ ଯୋଗେନ୍ଦ୍ର ବେହେରା, ଡ. ମୂ କେଶ ମହାଲିଙ୍ଗ ବିରୁଦ୍ଧ ରେ କ୍ରିମିନାଲ୍ ପ୍ରୋସିଡ୍ୟୁର ଆରମ୍ଭ ହେବା କଥା, ସମସ୍ତ ସରକାରୀ ପାଉଣା ରିକଭରୀ ହେବାକଥା ଯାହା ଏମାନଙ୍କ ରାଜନୈତିକ ପ୍ରୁଷ୍ଟପୋଷକତା ଯୋଗୁଁ ହୋଇପାରୁ ନାହିଁ । ସଦ୍ୟତମ ଓଡିଶା ସରକାର ର ଚିଠି ନଂ ୬୯୫୧ ତା ୧୧ । ୦୪ । ୨୦୧୬ ୁକୁ ଯଦିଓ ଚନ୍ଚକତା କରି ତା ୦୧ । ୦୬ । ୨୦୧୬ ର ଏକ ଚିଠି ବଳରେ ଅଟକେଇ ରଖିଛନ୍ତି, ଏକଥା ସ୍ପଷ୍ଟ ଯେ ଦେୱାର ବୋଲି କୌଣସି ଜାତି ଓଡିଶା ରେ ନାହାଁନ୍ତି ଓ କେଉଟ କୈବର୍ତ୍ତ ଯେହି ଜାତି ର ସିନୋନିମସ ନୁହଁ କି, କେଉଟ କୈବର୍ତ୍ତ କୌଣସି ସମୟରେ ଅଛୁଆଁ ଜନିତ ସାମାଜିକ ବା ଛନ୍ଦ ହୋଇ ନାହାନ୍ତି କି ଶିକ୍ଷା ରେ ଅବହେଳିତ ହୋଇ ନାହାଁନ୍ତି ଯୀହା ଏସିଏସଟି ଆରଟିଆଇ ର ୧୯୬୫ ରୁ ଆଜି ପର୍ୟ୍ଯନ୍ତ ସର୍ଭେ ରିପୋର୍ଟ ରୁ ସ୍ପଷ୍ଟ ।
ଆମେ ତେଣୁ ଡ. ମୂ କେଶ ମହାଲିଙ୍ଗ କୁଂ ପ୍ରଥମେ ଅନୁରୋଧ କରୁ ନୈତିକତା ତଥା ରାଜନୈତିକ ପରମ୍ପରା ଦ୍ରୁଷ୍ଟି ରୁ ସରକାରୀ ସ୍ତରରେ ଚାଲିଥିବା ଜାଲିଆତି ଅଭେିଯାଗ କୁ ଘଣ୍ଟ ନ ଘୋଡାଇ ବାକୁ ଚେଷ୍ଟା କରି ଇସ୍ତଫା ଦିଅନ୍ତୁ ଓ ନଦେଲେ,ଓଡିଶା ର ମୋହନ ସରକାର ପାଖରେ ଦ୍ରୁତଗାମୀ ଦାବୀ କରୁଁ ଯେ ଓଡିଶା ର ୯୦ ଲକ୍ଷ ପ୍ରାୟ ପ୍ରକ୍ରୁତ ଅଛୁଆଁ ଦଲିତ ଅନୂସୁଚୀତ ଜାତି ବର୍ଗ ର ଲୋକକଂ ଆସ୍ଥା ଓ ଭରୋଷାକୁ ଯଥାର୍ଥ କରି, ସବକା ସାଥ ସବକା ବିଶ୍ୱାସ ଉପରେ କାଏମ ରହି ଡ. ମୂ କେଶ ମହାଲିଙ୍ଗ କୁଂ ତାଂକ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ନିଶ୍ଚିତ କରନ୍ତୁ । ଅନ୍ୟଥା ଆମେ ରାଜ ରାସ୍ତା ରେ ସରକାର ବିରୋଧ ରେ ଦୁର୍ବାର ଆନ୍ଦୋଳନ କରିବାକୁ ବାଧ୍ଯ ହେବୁ । ସରକାର ମନେ ରଖିବା ଉଚିତ୍ ଯେ ୨୦୧୪ ରୁ ଦଲିତ ଜନମତ ବର୍ତ୍ତମାନ ର ସରକାର ଗଠନରେ ମୂଖ୍ଯ ଭୂମିକା ନେଇ ଆସୁଛି ଓ ବିଗତ ଓଡିଶା ସରକାର (ବିଜେଡି)ଆମରି ଆନ୍ଦୋଳନ କୁ ଅଣଦେଖା କରିବାର ଫଲାଫଳ ପଶ୍ଚିମ ଓଡିଶା ରେ ସ୍ପଷ୍ଟ ହେଲ ।