BIG NEWS
କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ କୋଟି ଟଙ୍କା ଆକଳନ
ବଜେଟ୍‌ ଗରିବ ବିରୋଧି : କଂଗ୍ରେସ
କର୍ପୋରେଟ ଜଗତ ପାଇଁ ଏହି ବଜେଟ, ସାଧାରଣ ଜନତା ଉପେକ୍ଷିତ: ଭକ୍ତ

ଖପ୍ରାଖୋଲ ପୋଲିସ : ନାବାଳକ ଓ ନାବାଳିକା ସହ ୧୧ ଜଣ ଦାଦନ ଶ୍ରମିକ ଉଦ୍ଧାର

FMNEWS.IN 23-10-2025
Khaprakhol Police: 11 labourers including a minor boy and a minor girl rescued

ବଲାଙ୍ଗିର - ଖପ୍ରାଖୋଲ ପୋଲିସ ତାଙ୍କ ସଚେତନତା ଓ ଦୃଢ଼ ତଦନ୍ତ ଯୋଗୁଁ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି । ବୁଧବାର ହରିଶଙ୍କର ଛକ ନିକଟରେ ଅଭିଯାନ ଚଲାଇ ପିଙ୍କି ବସରୁ ୧୧ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି । ଉଦ୍ଧାର ହୋଇଥିବା ମଧ୍ୟରୁ କିଛି ନାବାଳକ ଓ ନାବାଳିକା ମଧ୍ୟ ଥିବା ସୂଚନା ମିଳିଛି । ଏହି ଦାଦନ ଶ୍ରମିକମାନେ ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଲରମ୍ଭା ଥାନା ଅଧୀନ ଦମେଇପାଲି ଗ୍ରାମର ହୋଇଥିବା ଜଣାପଡିଛି । ବେଆଇନ ଭାବେ ଏହାଙ୍କୁ ବାହାର ରାଜ୍ୟକୁ ଚାଲାଣ କରାଯାଉଥିବା ସମୟରେ ପୋଲିସ ରୋକିଥିଲା । କେଛୋବାହାଲ ଗ୍ରାମର ଦାଦନ ସର୍ଦ୍ଦାର କୁଶ ବରିହା ଏମାନଙ୍କୁ ବେଆଇନ ଚାଲାଣ କରୁଥିବା ବେଳେ ଏପର୍ଯ୍ୟନ୍ତ ସେ ଫେରାର ଥିବା ଜଣାପଡିଛି । ଏନେଇ ଖପ୍ରାଖୋଲ ଥାନାରେ କେସ ନଂ ୨୫୨/୨୦୨୫ ଅନୁଯାୟୀ ଏକ ମାମଲା ଋଜୁ କରାଯାଇଛି । ଘଟଣା ଉପରେ ଅଧିକ ତଦନ୍ତ ଜାରି ରହିଛି ବୋଲି ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତର ସୂଚନା ଦେଇଛନ୍ତି । ସମାଜରେ ଦାଦନ ଶ୍ରମ ଓ ମାନବ ବାଣିଜ୍ୟ ରୋକଥାମ ଦିଗରେ ଖପ୍ରାଖୋଲ ପୋଲିସର ଏହି ଅଭିଯାନ ଏକ ଉଲ୍ଲେଖନୀୟ ପଦକ୍ଷେପ ଭାବେ ଗଣାଯାଉଛି । ସଚେତନ ତଦନ୍ତ ଓ ଦୃଢ଼ କାର୍ଯ୍ୟ ପାଇଁ ପୋଲିସ ମହଲ ଓ ସାଧାରଣ ଲୋକଙ୍କ ମଧ୍ୟରେ ତାରିଫ ଶୁଣିବାକୁ ମିଳୁଛି ।