BIG NEWS
ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି

ଦ୍ୱିତୀୟଥର ମିନାକ୍ଷୀ ବାହିନିପତି ହେଲେ ଓଡ଼ିଶା ମହିଳା କଂଗ୍ରେସ ସଭାନେତ୍ରୀ

FMNEWS.IN 06-07-2025
Meenakshi becomes Odisha woman Congress leader for the second time

ଭୁବନେଶ୍ୱର : ରାଜ୍ୟ କଂଗ୍ରେସ ତାର ସଂଗଠନକୁ ନବକଳେବର ରୂପ ଦେବା ପାଇଁ ଏବେ ପୁନଃର୍ବାର କଂଗ୍ରେସର ବରିଷ୍ଠ ନେତ୍ରୀ ମୀନାକ୍ଷି ବାହିନିପତିଙ୍କୁ ଦ୍ୱିତୀୟଥର ପାଇଁ ରାଜ୍ୟ ମହିଳା କଂଗ୍ରେସର ସଭାନେତ୍ରୀ ଭାବେ ଏ.ଆଇ.ସି.ସି. ଘୋଷଣା କରିଛି । ମୀନାକ୍ଷି ବାହିନିପତିଙ୍କୁ ମହିଳା ସଭାନେତ୍ରୀ ଭାବେ ଏ.ଆଇ.ସି.ସି. ଘୋଷଣା କରିଥିବାରୁ ରାଜ୍ୟ ପିିସିସି ସଭାପତି ଭକ୍ତ ଚରଣ ଦାସ ଅଭିନନ୍ଦନ ଜଣାଇଛନ୍ତି । ଅନ୍ୟପକ୍ଷରେ ଶ୍ରୀମତୀ ବାହିନିପତି ମହିଳା କଂଗ୍ରେସ ସଭାନେତ୍ରୀ ଭାବେ ଘୋଷିତ ହେବା ପରେ ଖୁସିବ୍ୟକ୍ତ କରିବା ସହିତ ଏ.ଆଇ.ସି.ସି.ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ, ଲୋକସଭା ବିରୋଧିଦଳର ନେତା ତଥା ଜନନାୟକ ରାହୁଲ ଗାନ୍ଧୀ, ସୋନୀଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, କେ.ସି. ଭେନୁଗୋପାଳ, କଂଗ୍ରେସ ଓଡ଼ିଶା ପ୍ରଭାରୀ ଅଜୟ ଲଲ୍ଲୁ ଓ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଶ୍ରୀମତୀ ବାହିନିପତି ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ ଓଡ଼ିଶାରେ ନାରୀ ନିର୍ଯ୍ୟାତନା ସହରରୁ ପଲ୍ଲୀ ପର୍ଯ୍ୟନ୍ତ ବ୍ୟାପିଛି । କେଉଁଠି ବି ନାରୀ ସୁରକ୍ଷିତ ନୁହେଁ । ପ୍ରତ୍ୟେକ ଦିନ ରାଜ୍ୟର କେଉଁଠି ନା କେଉଁଠି ମା-ଝିଅ ଓ ବୋହୁ ମାନେ ସୁରକ୍ଷିତ ନୁହଁନ୍ତି । ସେମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଆମର ନେତା ଜନନାୟକ ରାହୁଲ ଗାନ୍ଧୀ ଯେଉଁ ଅଭିଯାନ ଚଳାଇଛନ୍ତି ତାହାକୁ ଆଗକୁ ନେବି । ରାଜ୍ୟର ମହିଳା ସଂଗଠନକୁ ସଂଗଠିତ କରିବା ସହ ସେମାନେ କିପରି କଂଗ୍ରେସର ଆଭିମୁଖ୍ୟକୁ ଆଗେଇ ନେଇ ନାରୀମାନଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ ସଂଗ୍ରାମ ଜାରି ରଖିବେ ସେ ଉପରେ ଗୁରୁତ୍ୱ ଦେବି ବୋଲି ଶ୍ରୀମତୀ ବାହିନିପତି ତାଙ୍କ ବକ୍ତବ୍ୟରେ କହିଛନ୍ତି ।

ପ୍ରକାଶଥାଉକି, ଶ୍ରୀମତୀ ବାହିନିପତି ଏଥିପୂର୍ବରୁ କୋରାପୁଟ ଏନ୍.ଏ.ସି ଅଧ୍ୟକ୍ଷା, କୋରାପୁଟ ଜିଲ୍ଲା କଂଗ୍ରେସ କମିଟି ସଭାପତି ଭାବେ ୧୦ ବର୍ଷର ସୂଚାରୁ ରୂପେ ଦାୟିତ୍ୱ ସଂପାଦନ କରିବା ସହ ସାଂଗଠନିକ ଦକ୍ଷତା ପ୍ରତିପାଦିତ କରିଛନ୍ତି । ନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସର ସଭାନେତ୍ରୀ ଭାବେ ଦାୟିତ୍ୱ ନେଇ ମହିଳା ସଂଗଠନକୁ ସୁଦୃଢ଼ କରିବାରେ ପ୍ରୟାସ କରିଥିଲେ । ନିର୍ବାଚନ ପରେ ଏ.ଆଇ.ସି.ସି. ଓଡ଼ିଶା କଂଗ୍ରେସର ସଂଗଠନକୁ ଭାଙ୍ଗି ଦେଇଥିଲେ । ପିସିସି ସଭାପତି ଭାବେ ଭକ୍ତ ଚରଣ ଦାସଙ୍କୁ ରାଜ୍ୟ ସଂଗଠନର ଦାୟିତ୍ୱ ଏ.ଆଇ.ସି.ସି. ଦେଇଛି । ଗତ ୪ ମାସ ଭିତରେ ଭକ୍ତ ଚରଣ ଦାସ ରାଜ୍ୟ ସଂଗଠନକୁ ନୂଆ ରୂପ ଦେବା ପାଇଁ ପଦକ୍ଷେପ ନେଇଥିଲେ । ବିଜେଡ଼ି ଓ ବିଜେପି ମହିଳା ଭୋଟରଙ୍କୁ ହାତେଇବା ପାଇଁ ପ୍ରୟାସ କରୁଥିବାବେଳେ କଂଗ୍ରେସ ମଧ୍ୟ ପଛରେ ପଡ଼ିନାହିଁ । ରାଜ୍ୟର ବିଜେପି ଶାସନରେ ସବୁଠାରୁ ମହିଳା ମାନଙ୍କ ସୁରକ୍ଷା ନେଇ ଚିନ୍ତା ବଢ଼ିଛି । ରାଜ୍ୟର ବିଜେପି ସରକାର କ୍ଷମତାକୁ ଆସିବା ଦିନଠାରୁ ୬୦ ରୁ ଉର୍ଦ୍ଧ୍ୱ ମହିଳା ଗଣବଳତ୍କାରର ଶିକାର ହୋଇଛନ୍ତି । ଏହା କେବଳ ଜାତୀୟ ପ୍ରସଙ୍ଗ ହୋଇରହି ନାହିଁ ବରଂ ଅର୍ନ୍ତଜାତୀୟ ପ୍ରସଙ୍ଗ ହୋଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ଦେଶର ନାଗରିକଙ୍କୁ ଓଡ଼ିଶା ନ ଯିବା ପାଇଁ ପରାମର୍ଶ ଦେଇଛନ୍ତି । ଏହି ପରିପ୍ରେକ୍ଷିରେ ଏ.ଆଇ.ସି.ସି. ୫ ଜଣ ବରିଷ୍ଠ କଂଗ୍ରେସ ନେତ୍ରୀ ଓ ସାଂସଦଙ୍କୁ ଓଡ଼ିଶାର ଗୋପାଳପୁର ଓ କେନ୍ଦୁଝର ଆଦି ଅଞ୍ଚଳକୁ ପଠାଇ ସତ୍ୟାସତ ଅନୁସନ୍ଧାନ କରିଛି । ମହିଳାଙ୍କ ସମସ୍ୟା ଓଡ଼ିଶାରେ ଉତ୍କଟ ରୂପ ଧାରଣ କରିଥିବାରୁ ଏ.ଆଇ.ସି.ସି. ଜଣେ ଟାଣୁଆ ମହିଳା ନେତ୍ରୀ ମୀନାକ୍ଷି ବାହିନିପତି ସଭାନେତ୍ରୀ ଭାବେ ଦାୟିତ୍ୱ ଦେଇଛନ୍ତି । ଶ୍ରୀମତୀ ବାହିନିପତିଙ୍କୁ ଦଳ ପକ୍ଷରୁ ବହୁ ତୁଙ୍ଗନେତା, କର୍ମୀ ଓ ମହିଳା ନେତ୍ରୀମାନେ ସ୍ୱାଗତ ଜଣାଇ ସମର୍ଥନ ଜ୍ଞାପନ କରିଛନ୍ତି ।