Video: ଦରବୃଦ୍ଧିକୁ ନେଇ ବିଜେପିକୁ ନବୀନ ପଟ୍ଟନାୟକଙ୍କ ଜବରଦସ୍ତ ଆଟାକ

FMNEWS.IN 26-12-2024
Naveen Patnaik slams BJP over price rise

ଭୁବନେଶ୍ୱର ୨୬ଡିସେମ୍ବର(FMNews):-ଆଜି ଡ଼ିସେମ୍ବର ୨୬ ତାରିଖ. ବିଜୁ ଜନତା ଦଳ ର ୨୮ ତମ ପ୍ରତିଷ୍ଠା ଦିବସ ଆଜି ଦଳ ର ମୁଖ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନ ସମେତ ରାଜ୍ୟର ବିଭିନ୍ନ ସ୍ଥାନ ରେ ପାଳନ କରାଯାଉଛି।

ଏହି ଅବସରରେ ଶଙ୍ଖ ଭବନ ରେ ଆୟୋଜିତ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ରେ ଯୋଗ ଦେଇ ବିଜୁ ଜନତା ଦଳ ର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଦଳ ପ୍ରତି ଲୋକଙ୍କ ଭଲ ପାଇବା ଓ ବିଜେଡି ସରକାର ସମୟ ର ସଫଳତା ଉପରେ ଆଲୋକପାତ କରି ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ବିଜୁ ଜନତା ଦଳ ଓଡିଶାବାସୀଙ୍କ ସେବା କରିଚାଲିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ।ସେ କହିଥିଲେ ଯେ ଓଡିଶା ର ସ୍ୱାର୍ଥ ସର୍ବାଗ୍ରେ।ଏକ ଦୃଢ଼ ଆଞ୍ଚଳିକ ଦଳ ଭାବରେ ଓଡିଶା ସ୍ୱାର୍ଥ ର ସୁରକ୍ଷା ତଥା କେନ୍ଦ୍ର ଅବିଚାର ବିରୁଦ୍ଧରେ ବିଜେଡି ର ଲଢେଇ ଜାରି ରହିବ ବୋଲି ଶ୍ରୀ ପଟନାୟକ ଘୋଷଣା କରିଥିଲେ।

ଦଳର ପ୍ରତିଷ୍ଠା ର ସୁବର୍ଣ୍ଣ ମୁହୂର୍ତ୍ତ ସମ୍ପର୍କ ରେ ସ୍ମୃତି ଚାରଣ କରି ଶ୍ରୀ ପଟ୍ଟନାୟକ କହିଥିଲେ ୧୯୯୭ ଡିସେମ୍ବର ୨୬ ଆଜିର ଦିନରେ ବିଜୁ ଜନତା ଦଳ ଜନ୍ମ ନେଇଥିଲା । ବିଜୁ ବାବୁଙ୍କ ଆଦର୍ଶ ଓ ପ୍ରେରଣାକୁ ସାଥିରେ ଧରି ବିଜୁ ପ୍ରେମୀ ମାନେ ଏକାଠି ହୋଇ ବିଜୁ ଜନତା ଦଳ ଗଠନ କରିଥିଲେ । ସେତେବେଳେ ବହୁ ଲୋକ କହୁଥିଲେ ଏ ଦଳ ବଞ୍ଚିବ ନାହିଁ । କିଛି ଲୋକ କହୁଥିଲେ ଏ ଦଳ ଆଗକୁ ବଢି ପାରିବ ନାହିଁ । ଏ ଦଳ କେବେ ସଫଳ ହେବ ନାହିଁ । ଆଉ ମତେ ମଧ୍ୟ କହୁ ଥିଲେ ମୁଁ ରାଜନୀତି ଜାଣେ ନାହିଁ । କିନ୍ତୁ ଆପଣମାନଙ୍କ ପରିଶ୍ରମ ଓ ଓଡିଶା ବାସୀଙ୍କ ଆଶିର୍ବାଦ ଯୋଗୁ ବିଜୁ ଜନତା ଦଳ ପାଞ୍ଚ ପାଞ୍ଚ ଥର ନିର୍ବାଚନ ଜିତି ଓଡିଶା ବାସୀଙ୍କୁ ସେବା ଯୋଗାଇବାର ସୁଯୋଗ ପାଇଛି । ମୁଁ ମଧ୍ୟ ବ୍ୟକ୍ତିଗତ ଭାବରେ ଆପଣମାନଙ୍କ ସେବା କରିବାର ସୌଭାଗ୍ୟ ପାଇଛି ।

ଗତ ୨୪ ବର୍ଷ ଭିତରେ ବିଜୁ ଜନତା ଦଳ ସରକାର ର ସଫଳତା ଉପରେ. ଆଲୋକପାତ କରି ଶ୍ରୀ ପଟନାୟକ କହିଥିଲେ ଯେ ଦୁନିଆରେ ବିଜେଡି ସରକାର ଓଡିଶାକୁ ଏକ ସଶକ୍ତ ଓ ସମୃଦ୍ଧ ରାଜ୍ୟର ପରିଚୟ ଦେଇପାରିଛି । ଅନ୍ୟ ରାଜ୍ୟର ଖାଦ୍ୟ ଶସ୍ୟ ଉପରେ ନିର୍ଭର କରୁଥିବା ଓଡିଶା ଆଜି ବାହାର ରାଜ୍ୟକୁ ଖାଦ୍ୟ ପଠାଉଛି । ଓଡିଶାରେ ଗରିବୀ କମିଛି । ମୁଣ୍ଡ ପିଛା ଆୟ ବଢିଛି । ବିପର୍ଯୟ ପରିଚାଳନା ରେ ଆଦର୍ଶ ରାଜ୍ୟ ହୋଇ ପାରିଛି । ପୁଞ୍ଜି ବିନିଯୋଗ ବଢିଛି । ୨୦୦୦ ମସିହାରେ ଓଭର ଡ୍ରାଫ୍ଟରେରେ ଚଳୁଥିବା ରାଜ୍ୟ ଆଜି ବଜେଟ ସରପ୍ଲସ ଷ୍ଟେଟହୋଇପାରିଛି । ମହିଳା ସଶକ୍ତିକରଣ ଓ ଆର୍ଥିକ ଶୃଙ୍ଖଳା କ୍ଷେତ୍ରରେ ଓଡିଶା ଏକ ଆଗୁଆ ରାଜ୍ୟ । ସାରା ବିଶ୍ୱରେ ଓଡିଶା ,ସ୍ପୋର୍ଟ୍ସ କ୍ୟାପିଟାଲର ପରିଚୟ ପାଇଛି ।

ଓଡିଶାବାସୀଙ୍କ ଭଲ ପାଇବା ଓ କର୍ମୀ ଭାଇ ଭଉଣୀ ମାନଙ୍କ ପରିଶ୍ରମ ଯୋଗୁଁ ବିଜୁ ଜନତା ଦଳ ଆଜି ଏକ ଦୃଢ଼ ଆଞ୍ଚଳିକ ଦଳ ଭାବରେ ପ୍ରତିଷ୍ଠା ପାଇଛି ବୋଲି ପ୍ରକାଶ କରି ଶ୍ରୀ ପଟନାୟକ କର୍ମୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ।

ନିର୍ବାଚନ ପରାଜୟ ସମ୍ପର୍କରେ ଶ୍ରୀ ପଟନାୟକ କହିଥିଲେ ଯେ ମୁଁ ଜାଣିଛି ବହୁତ ଲୋକଙ୍କର ପ୍ରଶ୍ନ ଅଛି ଯେ ଗତ ନିର୍ବାଚନରେ ଆମେ କେମିତି ହାରିଲୁ । ମୁଁ ଆଜି ତାର ଉତ୍ତର ଦେବି । ମୁଁ କହିବି ଆମେ ହାରି ନାହୁଁ । ଲୋକଙ୍କ ବିଶ୍ୱାସ ମଧ୍ୟ ହରାଇ ନାହୁଁ ।

ବିଜେପି ମିଛ କଥା କହି, ମିଛ ପ୍ରତିଶୃତି ଦେଇ, ଲୋକଙ୍କୁ ଭୁଆଁ ବୁଲାଇ ସରକାରକୁ ଆସିଛି । ଏତେ ମିଛ କହି ମଧ୍ୟ୍ୟ ବିଜେପି ଆମ ଠାରୁ କମ୍ ଭୋଟ୍ ପାଇଛି । ଆମର ଭୁଲ୍ ହେଲା

ଆମେ ସେମାନଙ୍କ ମିଛର ଠିକ୍ ଭାବରେ କାଉଁଣ୍ଟରକରିପାରିଲୁ ନାହିଁ । ସେମାନଙ୍କ ନେଗେଟିଭ କ୍ୟାମପେନଓ ସୋସିଆଲ ମିଡିଆରେ ଫଲ୍ସ ନ୍ୟାରେଟିଭସର ଠିକ୍ ଭାବରେ ଆମେ କାଉଣ୍ଟରକରିପାରିଲୁ ନାହିଁ ।

ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଆଜି ଓଡିଶାବାସୀ ଜାଣିଲେଣି ଯେ ବିଜେପି ମିଛ କଥା କହି କ୍ଷମତା ଦଖଲ କରିଛି। ତେଣୁ କର୍ମୀ ଭାଇ ଭଉଣୀ ମାନଙ୍କୁ ସୋସିଆଲ ମିଡିଆରେ ସକ୍ରିୟ ରହି ବିଜେପିର ଫଲ୍ସ ନ୍ୟାରେଟିଭର ଉଚିତ୍ ଜବାବ ଦେବା ପାଇଁ ସେ ପରାମର୍ଶ ଦେଇଥିଲେ ।

ବର୍ତ୍ତମାନ ଓଡିଶାରେ ଚାଲିଥିବା ସରକାର ବିଷୟରେ ଶ୍ରୀ ପଟନାୟକ କହିଥିଲେ ଯେ ଗତ ଛଅ ମାସ ଭିତରେ ବିଜେପି ସରକାରର ଓଡିଶାବାସୀଙ୍କ ପାଇଁ ସବୁଠାରୁ ବଡ ଉପହାର ହେଉଛି ଦରଦାମ ବୃଦ୍ଧି । ଡାଲି ଚାଉଳ ଠାରୁ ଆରମ୍ଭ କରି ତେଲ, ପନିପରିବା ସବୁ ଦର ଆଜି ଆକାଶ ଛୁଆଁ । ଦରବୃଦ୍ଧି ପାଇଁ ଆଜି ପ୍ରତି ପରିବାର କାନ୍ଦୁଛି । ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଚାଷୀ କାନ୍ଦୁଛି। ମିଶନ ଶକ୍ତି ମା ମାନେ ଦୁଃଖ ରେ ଅଛନ୍ତି । ଲୋକଙ୍କ ଏତେ କଷ୍ଟ ପରେ ଏ ସରକାରର କୁମ୍ଭକର୍ଣ୍ଣ ନିଦ କେବେ ଭାଙ୍ଗିବ ? ବୋଲି ଶ୍ରୀ ପଟନାୟକ ପ୍ରଶ୍ନ କରିଥିଲେ.

ନିନ୍ଦୁକ ମାନଙ୍କୁ କଡା ଜବାବ ଦେଇ ଶ୍ରୀ ପଟନାୟକ କହିଥିଲେ ୧୯୯୭ ରେ ଆମ ଦଳ ଗଠନ ବେଳେ ଯେମିତି କିଛି ଲୋକ କହୁଥିଲେ ଏ ଦଳର ଭବିଷ୍ୟତ ନାହିଁ । ଏବେ ବି କିଛି ନିନ୍ଦୁକ କହୁଛନ୍ତି ଯେ ଏ ଦଳର ଭବିଷ୍ୟତ ନାହିଁ । ମୁଁ ଦୃଢତାର ସହ କହିବାକୁ ଚାହେଁ ଯେ ବିଜୁ ଜନତା ଦଳର ଉଜ୍ଜଳ ଭବିଷ୍ୟତ ରହିଛି । ଓଡିଶାବାସୀଙ୍କ ଭାବାବେଗ ସହ ବିଜୁ ଜନତା ଦଳ ଯୋଡି ହୋଇ ରହିଛି । ଶଙ୍ଖ ଚିହ୍ନ ଯୋଡି ହୋଇ ରହିଛି ।

ଓଡିଶାର ପରିଚୟକୁ ଉଜ୍ଜଳ କରିଛି ବିଜୁ ଜନତା ଦଳ ।

ଓଡିଶାର ହକ୍ ପାଇଁ ଲଢୁଥିବା ଦଳ ହେଉଛି ବିଜୁ ଜନତା ଦଳ ।

ଏକ ସଶକ୍ତ ଓ ସମୃଦ୍ଧ ଓଡିଶାର ଭିତ୍ତି ପକାଇଛି ବିଜୁ ଜନତା ଦଳ ।

ଲୋକଙ୍କ ହୃଦୟରେ ସବୁଦିନ ପାଇଁ ରହି ଯାଇଛି ବିଜୁ ଜନତା ଦଳ ଓ ଶଙ୍ଖ ଚିହ୍ନ।

ଏହି କାର୍ଯ୍ୟକ୍ରମ ରେ ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ଶ୍ରୀ ସୁଶାନ୍ତ ରାଉତସ୍ୱାଗତ ଭାଷଣ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଅନନ୍ତ ଜେନା ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର .ଅଶୋକ ପଣ୍ଡା.,ମେୟରସୁଲୋଚନା ଦାସ ମନ୍ମଥ ରାଉତରାୟ ପ୍ରମୁଖ ଭାଷଣ ଦେଇଥିଲେ।