Breaking News
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
- ଆଉ ଦେଖିବାକୁ ମିଳୁ ନାହିଁ ହଳ, ବଳଦ
- କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା
- ପ୍ରଦୂଷଣ ସାର୍ଟିଫିକେଟ ନାମରେ ଗାଡିଚାଳକଙ୍କୁ ଲୁଟ୍ କରିବା ବନ୍ଦ କର : ସିପିଆଇ
- ଆରଡି ବସଷ୍ଟାଣ୍ଡ ନାମ ପରିବର୍ତନକୁ ନେଇ ରାଜଧାନୀରୁ ଶୈବପୀଠ ସବୁଠି ବିରୋଧ
ନୂଆ ସରକାର ଏହି ଆଠ ମାସରେ ଆଇନ ଶୃଙ୍ଖଳାକୁ ବିପର୍ଯ୍ୟସ୍ତ କରିଦେଇଛି- କଂଗ୍ରେସ
FMNEWS.IN
16-03-2025
ଭୁବନେଶ୍ୱର, 16 ମାର୍ଚ୍ଚ - ନୂଆ ସରକାର ଏହି ଆଠ ମାସରେ ଆଇନ ଶୃଙ୍ଖଳାକୁ ବିପର୍ଯ୍ୟସ୍ତ କରିଦେଇଛି କହି ବର୍ଷିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ । ହୋଲିରେ ହିଁ ହତ୍ୟାକାଣ୍ଡ ହେଉଛି । ଭୁବନେଶ୍ୱର ପରି ସିଟି ଯାହା ହାଏ ସିକ୍ୟୁରିଟିରେ ରହୁଛି ବୋଲି କୁହାଯାଏ, ସେଠି ବି ହତ୍ୟା ହେଲା । ମାଆ ମାନେ ଏଠି ଅସୁରକ୍ଷିତ, ଶିଶୁ ମାଆ ହେଉଛନ୍ତି । ସରକାର ନାରୀ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ ଆଣିବା ସହ ମୁଖ୍ୟମନ୍ତ୍ରୀ ନାରୀ ସୁରକ୍ଷା ପାଇଁ ଗୃହରେ ପ୍ରତିଶୃତି ଦେବା ଦରକାର । ଏହା ନ ହେବା ଯାଏଁ କଂଗ୍ରେସର ପ୍ରତିବାଦ ଜାରି ରହିବ । ଆସନ୍ତାକାଲି ବି କଂଗ୍ରେସ ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ଆନ୍ଦୋଳନ ଜାରି ରଖିବ ବୋଲି ରାମ ଚନ୍ଦ୍ର କାଡାମ କହିଛନ୍ତି ।