- ମିଥ୍ୟା ଶପଥ ପାଠ ପାଇଁ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ବିଧାୟକ ପଦ ରଦ୍ଦ କରାଯାଉ- କଂଗ୍ରେସ
- ନିଶା ମାଙ୍କଡ଼ିଆ ମୃତ୍ୟୁକୁ ଗଣମାଧ୍ୟମ କାହିଁକି ଏତେ ଗୌଣ ଦେଖୁଛନ୍ତି
- ଆଗରୁ ଭୋଟ ଚୋରି କରୁଥିଲେ ଏବେ ପ୍ରାର୍ଥୀ ଚୋରି କରିଛନ୍ତି : ନବୀନ ପଟ୍ଟନାୟକ
- ବିଜେଡି ନିଜ ପାର୍ଟିର ହୋଇ ପାରିଲାନି କି ମାଟିର ମଧ୍ୟ ହେଲାନି : କଂଗ୍ରେସ
- ବୈଷ୍ଣବ ଓ ପାଣ୍ଡିଆନ ଯୋଡିଙ୍କ ଖେଳ : ନୂଆପଡା ଉପନିର୍ବାଚନ ପାଇଁ ନୂଆଦିଲ୍ଲୀରେ ହୋଇଥିଲା ଡିଲ
ଓଡିଶା ର ଗ୍ରାମ୍ୟ ଉନ୍ନୟନ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ମନ୍ତ୍ରୀ ରବି ନାରାୟଣ ନାୟକ କୋରାପୁଟ ଗସ୍ତ
ଜୟପୁର, ୨୭ ଡିସେମ୍ବର - ଆଜି ସ୍ଥାନୀୟ ସ୍ୱତନ୍ତ୍ର ସର୍କିଟ ହାଉସ ଠାରେ,ଓଡିଶାର ଗ୍ରାମ୍ୟ ଉନ୍ନୟନ, ପଂଚାୟତ ରାଜ୍ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲାର ବିଭିନ୍ନ ବିଭାଗ ର ଅଧିକାରୀଙ୍କୁ ନେଇ ଜିଲ୍ଲାର ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ସମ୍ପୃର୍ଣ୍ଣ ପାଇଁ କୋରପୁଟ ବିଧାୟକ ରଘୁରାମ ମାଛ, କୋଟପାଡ଼ ବିଧାୟକ ରୁପୁ ଭତ୍ରା, ଜିଲ୍ଲାର ପଂଚାୟତିରାଜ ବିଭାଗ, ପାନୀୟ ଜଳ ବିଭାଗ, ଗ୍ରାମ୍ୟ ଉନୟନ ବିଭାଗ ଅଧିକାରୀ ତଥା ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ଅଧିକାରୀଙ୍କ ସହ ପୁଙ୍ଖାନୁ ପୁଙ୍ଖ ଆଲଚନା କରିଥିଲେ।
ଏଥି ପୂର୍ବରୁ ନାରାୟଣ ପାଟଣା ବ୍ଲକ ର ବିଜା ଘାଟି ଅଂଚଳ ଥିବା ମେଗା ପାନୀୟ ଜଳ ପ୍ରକଳ୍ପ କୁ ଅନୁଧ୍ୟାନ କରିଥିଲେ। ପରବର୍ତୀ ପର୍ଯ୍ୟାୟ ରେ ଦାମୋନଯୋଡି ରୁ ଡୁମୁରି ପୁଟ, ଲାଣ୍ଡି ଗୁଡା ଅଂଚଳ ର ମେଗା ପ୍ରକଳ୍ପ କାର୍ଯ୍ୟକୁ ନେଇ ପ୍ରସଂସା କରିଥିଲେ ମନ୍ତ୍ରୀ। ଓର୍ମାସ ବିଭାଗ ର କାର୍ଯ୍ୟ ଜିଲ୍ଲାର ସ୍ୱାବଲମ୍ବୀ ମହିଳା ଙ୍କୁ ଆଗ ଧାଡି ରେ ରଖିବା ର ମୁଖ୍ୟ ଭୂମିକା ରହିଛି ବୋଲି ,ହଳଦୀ, ଲେମନ ଗ୍ରାସ, ମାଣ୍ଡିଆ, ସୁଆଁ, ଷ୍ଟବେରୀ ଭଳି ସଫଳ ରୂପାୟନ ଅନନ୍ୟ। ଜାତୀୟ ସ୍ତରରେ କିଭଳି ଅଧିକ ମାତ୍ରା ରେ ପହଂଚିବ ତାହା କୁ ଗୁରୁତ୍ୱ ଦିଆଯିବ। ଏଭଳି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ମାନ୍ୟବର ମନ୍ତ୍ରୀ ।ଅନ୍ୟ ମାନଙ୍କ ମଧ୍ୟରେ ଜିଲାପାଳ କୋରାପୁଟ ୱି. କୀର୍ତି ୱାସନ , ଭାରପ୍ରାପ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର, ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକାରୀ ପ୍ରଭାକର ବେହେରା, ଓର୍ମାସ ଅଧିକାରୀ ରୋସନ କୁମାର କାର୍ତିକ, ଗ୍ରାମ୍ୟ ଉନ୍ନୟନ ବିଭାଗ ସୁନାବେଡା ର ଅଧିକକ୍ଷଣ ଯନ୍ତ୍ରୀ ଅଭିଜିତ ବାରିକ ,କୋରପୁଟ ଗ୍ରାମ୍ୟ ଉନ୍ନୟନ ବିଭାଗ ର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଡକ୍ଟର ପ୍ରଭାକର ବେହେରା, ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ର ଅଧିକ୍ଷଣ ଯନ୍ତ୍ରୀ ଜଗବନ୍ଧୁ ଚୌଧୁରିଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।