ଓଡ଼ିଶା ସ୍ୱରାଜ ପୁରସ୍କାର ୨୦୨୫: ଜାତି ଜନଗଣନା ଠିକ୍ ହେଲେ ସରକାରୀ ସୁବିଧା ଓ ନ୍ୟାୟ ମିଳିବ : ବି.କେ. ହରିପ୍ରସାଦ

FMNEWS.IN 01-07-2025
Odisha Swaraj Award 2025: If the caste census is accurate, government facilities and justice will be available: BK Hariprasad
  • ସ୍ୱୟଂ ମହାପ୍ରଭୁ ଜଗନ୍ନାଥଙ୍କର ଓଡ଼ିଶାରେ ସ୍ବରାଜ ନାହିଁ ସାଧାରଣ ଲୋକଙ୍କ କଥା ପଚାରେ କିଏ ? ଓଡ଼ିଆ ଅସ୍ତିତା କହି ସରକାରକୁ ଆସିଥିବା ଦଳ ଆଦାନୀଙ୍କ ପାଇଁ ମହାପ୍ରଭୁଙ୍କ ରଥ ଅଟକାଇ ଦେଲେ : ଭକ୍ତ ଚରଣ ଦାସ
  • ଓଡ଼ିଶାରେ ସମ୍ପଦ ଭରି ରହିଥିବାବେଳେ ଓଡ଼ିଶା ଲୋକ ଗରୀବ କାହିଁକି : ଅଜୟ କୁମାର ଲଲୁ

ଭୁବନେଶ୍ବର :ରୋଟାରୀ ଭବନ ଠାରେ ଓଡ଼ିଶା ସ୍ବରାଜ ଅଭିଯାନ ଆନୁକୁଲ୍ୟରେ ଓଡ଼ିଶା ସ୍ବରାଜ ପୁରସ୍କାର-୨୦୨୫ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଓଡ଼ିଶାର ପୁର୍ବତନ ପ୍ରଭାରୀ ତଥା ଏ.ଆଇ.ସି.ସି. ସାଧାରଣ ସମ୍ପାଦକ ବି.ଜେ ହରିପ୍ରସାଦ ଯୋଗ ଦେଇ କହିଥିଲେ ଯେ ବିଜେପି ଜାତି ଜନଗଣନାକୁ ବିରୋଧ କରୁଥିଲା । ମାତ୍ର ଲୋକସଭାରେ ବିରୋଧ ଦଳର ନେତା ଜନନାୟକ ରାହୁଲ ଗାନ୍ଧୀଙ୍କ ସଂସଦ ଭିତରେ ଓ ବାହାରେ କ୍ରମାଗତ ଭାବେ ଜନଗଣନା କରିବାକୁ ଦାବି କରିଆସୁଥିଲେ । ଦକ୍ଷିଣ ଓଡ଼ିଶାରେ ସରକାରୀ ଚାକିରୀ ଓ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ପ୍ରତିଶତ ଅଧିକା ଥିବାରୁ ସେ ଅଂଚଳରେ ବିକାଶ ଘଟିଛି ଏବଂ ସେ ଅଂଚଳରେ ଜନସାଧାରଣଙ୍କର ଜୀବନ ଧାରଣର ମାନ ଅନ୍ୟ ରାଜ୍ୟ ଅପେକ୍ଷା ବହୁତ ଭଲ । ଏପରିକି ତଥାକଥିତ ଗୁଜୁରାଟ ଜୀବନଧାରଣର ମାନ ତାମିଲନାଡୁ ଜନସାଧାରଣଙ୍କ ଠାରୁ ବହୁତ ଖରାପ। ଓଡ଼ିଶାରେ ଓବିସି ମାନଙ୍କୁ ସଂରକ୍ଷଣରେ ବହୁତ ଅନ୍ୟାୟ କରାଯାଇଛି । ସେଥିପାଇଁ ଏଠାରେ ବହୁତ ସଂପଦ ଥିଲେ ମଧ୍ୟ ଲୋକେ ବହୁତ ଗରୀବ ହୋଇ ରହିଛନ୍ତି । ଏସ୍.ସି. ଓ ଏସ୍. ଟି ଓ ଓବିସି ମାନଙ୍କ ସଂଖ୍ୟା ଅନୁସାରେ ସଂରକ୍ଷଣ ମିଳିଲେ ଓଡ଼ିଶାର ଜନସାଧାରଣ ବିକାଶ ହୋଇପାରିବ ବୋଲି ଶ୍ରୀ ହରିପ୍ରସାଦ ମତପ୍ରକାଶ କରିଥିଲେ । ତେଣୁ ଜାତି ଜନଗଣନା ସାରା ଦେଶରେ ନିତ୍ୟାନ୍ତ ଜରୁରୀ ଓ ଜାତିଜନଗଣନା ହେବା ଫଳରେ ଠିକ୍ ଲୋକଙ୍କ ପାଖରେ ସରକାରୀ ସୁବିଧା ସୁଯୋଗ ମିଳିବ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲୁ ଯୋଗ ଦେଇ କହିଥିଲେ ଯେ, ଏଠି ମହିଳା ଏସ୍.ସି.,ଏସ.ଟି ଓ ଓବିସିଙ୍କ ପ୍ରତି ବହୁତ ଅନ୍ୟାୟ ହୋଇଛି । ଯେଉଁଟି ଶିଳ୍ପ କଳକାରଖାନା ହେଉଛି ଆଂଚଳିକ ଲୋକ କୌଣସି ସୁବିଧା, ସୁଯୋଗ ନ ପାଉଥିବାବେଳେ ବାହାର ଲୋକ ତାର ଆସି ସେଠି ଆଧୂପତ୍ୟ ଜମାଇ ଧନୀ ହେଉଛନ୍ତି । ତେଣୁ ଓଡ଼ିଶାର ଜନସାଧାରଣ ରାଜରାସ୍ତାରେ ଆନ୍ଦୋଳନ କରିବାର ସମୟ ଆସିଛି ବୋଲି ଶ୍ରୀ ଲଲୁ କହିଥିଲେ ।

ଅନୁରୂପ ଭାବେ ଭକ୍ତ କାର୍ଯ୍ୟକ୍ରମରେ ପିସିସି ସଭାପତି ଭକ୍ତ ଚରଣ ଦାସ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ କହିଥିଲେ ଓଡ଼ିଶାରେ ସ୍ବରାଳ ଅଭିଯାନ ପୁରସ୍କାର-୨୦୨୫ ଉତ୍ସବ ପାଳନ କରୁଥିବାବେଳେ ସ୍ବୟଂ ମହାପ୍ରଭୁ ଜଗନ୍ନାଥଙ୍କ ସ୍ବରାଜ ନାହିଁ । ସରକାର ଆଦାନୀଙ୍କ ପାଇଁ ମହାପ୍ରଭୁଙ୍କ ରଥଟଣା ବନ୍ଦ କରିବାକୁ ମଧ୍ୟ ପଛାଇ ନାହାନ୍ତି । ମହିଳାଙ୍କ ପାଇଁ ଏ ସରକାର ସମ୍ବେଦନଶୀଳ ନୁହେଁ । ବିଧାନସଭାରେ କଂଗ୍ରେସ ବିଧାୟକମାନେ ରାଜ୍ୟରେ ନିଖୋଳ ହୋଇଥିବା ୬୪୦୦୦ ମହିଳାଙ୍କ ନ୍ୟାୟ ପାଇଁ ବିଧାନସଭା ଗୃହ କମିଟି ଗଠନ କଲେ ନାହିଁ । କିନ୍ତୁ କଂଗ୍ରେସର ସମସ୍ତ ବିଧାୟକଙ୍କୁ ଏପର୍ଯ୍ୟନ୍ତ ନିଳମ୍ବିତ କରିଛନ୍ତି ଏବଂ ପୁଲିସ ଲଗାଇ ମାଡ ମାରିବା ସହ ତାଙ୍କ ନାମରେ ଏବଂ କଂଗ୍ରେସ କର୍ମୀଙ୍କ ନାମରେ କେସ୍ ଦାୟର କରିଛନ୍ତି । ଆଦିବାସୀ ଏବଂ ପାରମ୍ପାରିକ ଅଧୁବାସୀମାନେ ଜମି ଓ ଜଙ୍ଗଲର ମାଲିକ ହୋଇଥିବାବେଳେ ସେମାନଙ୍କୁ ତାଙ୍କ ହକ୍ ଏପର୍ଯ୍ୟନ୍ତ ମିଳିନି । ସ୍ବୟଂ ମହାମହିମ ରାଷ୍ଟ୍ରପତିଙ୍କ ଅଂଚଳ ରାଇରଙ୍ଗପୁରରେ ଏୟାରଷ୍ଟ୍ରିପ୍ ପାଇଁ ରାସ୍ତା କରିବା ନେଇ ନିରୀହ ଆଦିବାସୀମାନଙ୍କୁ ବେଆଇନ୍ ଭାବେ ବିନା ଗ୍ରାମସଭାରେ ବିସ୍ତାପିତ କରାଯାଇଛି । ସମଗ୍ର ଓଡ଼ିଶାରେ ପାଖାପାଖୂ ୨୦ ଲକ୍ଷ ପରିବାର ପାଖରେ ଜମି ପଟ୍ଟା ନଥିବାରୁ ସେମାନେ ସରକାରୀ ଆବାସ ଯୋଜନା ଏବଂ ଅନ୍ୟାନ୍ୟ ସରକାରୀ ସୁବିଧା ସୁଯୋଗ ପାଇବାରୁ ବଂଚିତ ରହୁଛନ୍ତି। ପ୍ରକୃତ ସ୍ବରାଳ ପାଇଁ ଆଜିର ଦିନରେ ଓଡ଼ିଶାବାସୀ ଲଢ଼ିବା ପାଇଁ ପ୍ରକୃଷ୍ଟ ସମୟ ଆସିଯାଇଛି ବୋଲି ଶ୍ରୀଯୁକ୍ତ ବାସ କହିଥିଲେ । ସ୍ବରାଜ ଆସିଲେ ଓଡ଼ିଶାବାସୀଙ୍କ ସମୃଦ୍ଧି ହେବ ଓ ଗରୀବି ଦୂର ହେବ।

ଏହି ଅବସରରେ ଏକ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଓଡ଼ିଶାର ୨୫ ଜଣ ସୁ-ନାଗରିକ ପ୍ରଦୀପ କୁମାର ସାହୁ, ଅଞ୍ଜନ କୁମାର ଜେନା, ଡଃ ବିଶ୍ଵପ୍ରକାଶ ଭଟ୍ଟାଚାର୍ଯ୍ୟ, ଶ୍ରୀମନ୍ତ କୁମାର ପାତ୍ର, ଆଇନଜୀବି ଶଙ୍କର ପାଣି, ଆଇନଜୀବି ପ୍ରଦୀପ୍ତ କୁମାର ପଟ୍ଟନାୟକ, ସମାଜସେବୀ ଗୀତାଞ୍ଜଳୀ ମହନ୍ତ, ଜଣ୍ଠଶିଳ୍ପୀ ଏମ୍. ନିଗମ, ଖୁସୀ କିଗଣ, ଯୁବନେତ୍ରୀ ସଂଘମିତ୍ରା ଜେନା, ଯୁବନେତା ରାକେଶ କୁମାର ସାହୁ, ଢ଼ିଙ୍କିଆ ବିସ୍ତାପନ ଆନ୍ଦୋଳନର ମୁଖ୍ୟ ଦେବବ୍ରତ ସ୍ବାଇଁ ପ୍ରମୋଦ କୁମାର ପଣ୍ଡା, ସୁସ୍ମିତା ବିଶ୍ବାଳ, ଅଭିନେତ୍ରୀ ସ୍ବତଲୀନା ଭଟ୍ଟାଚାର୍ଯ୍ୟ ପ୍ରମୁଖଙ୍କୁ ପୁଷ୍ପଚାରା, ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବନ୍ଧିତ କରାଯାଇଥିଲା । ସଭା ପ୍ରାରମ୍ଭରେ ଅତିଥିମାନେ ପ୍ରଦୀପ ପ୍ରଜୋଳନ କରି ଉତ୍ସବକୁ ଉଦ୍ଘାଟନ କରିଥିବାବେଳେ ଓଡ଼ିଶା ସ୍ବରାଜ ଅଭିଯାନ ରାଜ୍ୟ ଆବାହକ ସୁଧାଂଶୁ ଶେଖର ଦେଓ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଏବଂ ପିସିସି କୋଷାଧ୍ୟକ୍ଷ ଯୁବନେତା ଇଂ ସିଦ୍ଧାର୍ଥ ସ୍ବରୂପ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।