BIG NEWS
କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ କୋଟି ଟଙ୍କା ଆକଳନ
ବଜେଟ୍‌ ଗରିବ ବିରୋଧି : କଂଗ୍ରେସ
କର୍ପୋରେଟ ଜଗତ ପାଇଁ ଏହି ବଜେଟ, ସାଧାରଣ ଜନତା ଉପେକ୍ଷିତ: ଭକ୍ତ

ସୁଭଦ୍ରା ହିତାଧିକାରୀ ଚିହ୍ନଟ ପାଇଁ ଘର ଘର ବୁଲିବେ ଅଧିକାରୀ

FMNEWS.IN 05-03-2025
Officers will go door to door to identify Subhadra beneficiaries

ଭୁବନେଶ୍ୱର, 5 ମାର୍ଚ୍ଚ - ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିଥିବା ହିତାଧିକାରୀମାନଙ୍କୁ ଚିହ୍ନଟ କରାଯିବ। ଏଥିପାଇଁ ସରକାରୀ ଅଧିକାରୀମାନେ ଘର ଘର ବୁଲି ସର୍ଭେ କରିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି।

ସେ କହିଛନ୍ତି ଓଡ଼ିଶା ସରକାର ସୁଭଦ୍ରା ଯୋଜନାର ଲାଭ ପାଇଁ ଆବେଦନ କରିବାର ଶେଷ ତାରିଖ ମାର୍ଚ୍ଚ ୩୧ ତାରିଖ ଘୋଷଣା କରିଥିଲେ। କିନ୍ତୁ କେତେକ ହିତାଧିକାରୀ ଆବେଦନ କରିବାରେ ସମସ୍ୟାରେ ପଡ଼ିଥିବା ଖବର ଦୃଷ୍ଟିକୁ ଆସିଛି। ଏବେ ସରକାରୀ ଅଧିକାରୀମାନେ ଘରକୁ ଘର ବୁଲି ସର୍ଭେ କରି ବାଦ୍ ପଡ଼ିଥିବା ସୁଭଦ୍ରା ହିତାଧିକାରୀଙ୍କୁ ଚିହ୍ନଟ କରି ସେମାନଙ୍କୁ ସାମିଲ କରିବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। କ୍ଷେତ୍ର ଯାଂଚ ପରେ, ଅବଶିଷ୍ଟ ମହିଳା ହିତାଧିକାରୀମାନେ ରକ୍ଷା ବନ୍ଧନରେ ଏକାଥରକେ ତିନୋଟି କିସ୍ତି ପାଇବେ।

ଅନ୍ୟପକ୍ଷରେ ମାର୍ଚ୍ଚ ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ, ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ କିସ୍ତି ଟଙ୍କା ବଂଟନ କରାଯିବ।