Breaking News
- ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗେଇଙ୍କ ପୁଣ୍ୟତିଥିରେ ତାଙ୍କ ଯୋଗଦାନକୁ ସ୍ମରଣ କଲେ କଂଗ୍ରେସ ଅଧ୍ୟକ୍ଷ
- ବିଭୀଷଣ କଥା ମୁଁ କହିନାହିଁ - ଭକ୍ତ ଦାସ
- ନିଶାସକ୍ତ ସ୍ୱାମୀ ମାଡରେ ସ୍ତ୍ରୀ ମୃତ; ସ୍ଵାମୀ ଗିରଫ
- ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ୨୦୨୫ -୨୬ଖରିଫ୍ ମାର୍କେଟିଂ ଋତୁ ନିମନ୍ତେ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ
- ଦୁଇ ସପ୍ତାହ ମଧ୍ୟରେ ଜିଲ୍ଲା କଂଗ୍ରେସ ସଂଗଠନ ସୃଜନ, ଡିସିସି କର୍ମକର୍ତ୍ତା ଓ ବ୍ଲକ୍ ସଭାପତି ବଛା ହେବେ : କଂଗ୍ରେସ
ଓଡିଶାରେ 40 ଲକ୍ଷରୁ ଅଧିକ ଭୂତ ରାସନ୍ କାର୍ଡ ଧାରୀ ଚିହ୍ନଟ: ମନ୍ତ୍ରୀ
FMNEWS.IN
27-12-2024
ଭୁବନେଶ୍ୱର, 27 ଡିସେମ୍ବର: ଓଡିଶାରେ 40 ଲକ୍ଷରୁ ଅଧିକ ଭୂତ ରାସନ୍ କାର୍ଡ ଧାରୀ ଚିହ୍ନଟ ହୋଇଛନ୍ତି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପତ୍ର ଶୁକ୍ରବାର କହିଛନ୍ତି
ସେ କହିଛନ୍ତି ଯେ, ଇ-କେଓସି ପ୍ରକ୍ରିୟା ଦ୍ୱାରା ଚିହ୍ନଟ କରାଯାଇଛି ଯେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ 1 ଲକ୍ଷରୁ 1.5 ଲକ୍ଷ ଭୂତ ରାସନ୍ କାର୍ଡ ଧାରୀ ଅଛନ୍ତି। ଏପର୍ଯ୍ୟନ୍ତ, ମୋଟ 40 ଲକ୍ଷରୁ ଅଧିକ ଭୂତ ରାସନ୍ କାର୍ଡ ଧାରୀ ଚିହ୍ନଟ ହୋଇଛନ୍ତି ।
ସେ କହିଛନ୍ତି ଯେ, ଇ-କେଓସି ପ୍ରକ୍ରିୟା ଚାଲିଛି ଏବଂ ଏହି ପ୍ରକ୍ରିୟା ସମାପ୍ତ ହେବାକୁ କିଛି ଦିନ ଲାଗିବ ।
ଉଲ୍ଲେଖନୀୟ ଯେ. ଓଡିଶାରେ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ ଲାଭଭୋଗୀଙ୍କ ତାଲିକାକୁ ସ୍ୱଚ୍ଛ ଓ ପାରଦର୍ଶୀ କରିବା ପାଇଁ 2024-25 ରେ ଆଧାର ଆଧାରିତ ଇ କେୱାଇସି ଯାଞ୍ଚ କରାଯାଇଛି।