- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
- ଆଉ ଦେଖିବାକୁ ମିଳୁ ନାହିଁ ହଳ, ବଳଦ
- କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା
- ପ୍ରଦୂଷଣ ସାର୍ଟିଫିକେଟ ନାମରେ ଗାଡିଚାଳକଙ୍କୁ ଲୁଟ୍ କରିବା ବନ୍ଦ କର : ସିପିଆଇ
- ଆରଡି ବସଷ୍ଟାଣ୍ଡ ନାମ ପରିବର୍ତନକୁ ନେଇ ରାଜଧାନୀରୁ ଶୈବପୀଠ ସବୁଠି ବିରୋଧ
ପରଲୋକରେ ପଦ୍ମଭୂଷଣ ରମାକାନ୍ତ ରଥ
ଭୁବନେଶ୍ଵର, 16 ମାର୍ଚ୍ଚ : ପରଲୋକରେ ବିଶିଷ୍ଟ କବି ପଦ୍ମଭୂଷଣ ରମାକାନ୍ତ ରଥ। ଭୁବନେଶ୍ଵର ଖାରବେଳନଗରସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ଆସନ୍ତାକାଲି ପୁରୀ ସ୍ଵର୍ଗଦ୍ଵାରରେ ତାଙ୍କର ଶେଷକୃତ୍ୟ ହେବା ନେଇ ସୂଚନା ମିଳିଛି।ରମାକାନ୍ତ ରଥଙ୍କ ଏକମାତ୍ର ପୁତ୍ର ସିଙ୍ଗାପୁରରୁ ଆସିବା ପରେ ପୁରୀ ସ୍ବର୍ଗଦ୍ବାରରେ ଶେଷକୃତ୍ୟ କରାଯିବ। ବରେଣ୍ୟ କବି ରମାକାନ୍ତ ରଥ ୧୩ ଡିସେମ୍ବର ୧୯୩୪ରେ କଟକରେ ଜନ୍ମଗ୍ରହଣ କରିଥିଲେ। ସେ ଇଂରାଜୀରେ ଭାଷା ସାହିତ୍ୟରେ ରେଭେନ୍ସା କଲେଜରୁ ସ୍ନାତକୋତ୍ତର କରିବା ପରେ ୧୯୫୭ରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେଇଥିଲେ। ଏବଂ ୧୯୯୨ ମସିହାରେ ସେ ଅବସର ନେଇଥିଲେ। ଅବସର ପୂର୍ବରୁ ସେ ଓଡିଶାର ମୁଖ୍ୟ ସଚିବ ଭାବରେ ଦାୟିତ୍ଵ ତୁଲାଇଥିଲେ।
ସନ୍ଦିଗ୍ଧ ମୃଗୟା, ସପ୍ତମ ଋତୁ , ସଚିତ୍ର ଅନ୍ଧାର ଏବଂ ଶ୍ରୀରାଧା ପାଇଁ ସେ ଥିଲେ ପରିଚିତ। ସପ୍ତମ ଋତୁ ପାଇଁ ତାଙ୍କୁ କେନ୍ଦ୍ର ସାହିତ୍ୟ ପୁରସ୍କାର ମିଳିଥିଲା। ସଚିତ୍ର ଅନ୍ଧାର ପାଇଁ ତାଙ୍କୁ ଶାରଳା ପୁରସ୍କାରରେ ସମ୍ମାନୀତ କରାଯାଇଥିଲା। ଶ୍ରୀରାଧା ପାଇଁ ସେ ୧୯୯୨ ମସିହାରେ ସରସ୍ପତୀ ସମ୍ମାନ ପାଇଥିଲେ। ୨୦୦୬ ମସିହାରେ ପଦ୍ମଭୂଷଣ ସମ୍ମାନ, ୨୦୦୯ରେ ଫେଲୋସିପ୍ ସମ୍ମାନ ରେ ସମ୍ମାନୀତ ହୋଇଥିଲେ।