- ଉପରାଷ୍ଟ୍ରପତି ନିର୍ବାଚନ: ଏନଡିଏର ସଂଖ୍ୟା, ଅସନ୍ତୋଷ ଓ ବିବେକର ପରୀକ୍ଷା
- ସରକାର ଆଉ କେତେଦିନ ନେତୃତ୍ବର ଭ୍ରୂଣହତ୍ୟା କରୁଥିବେ: ଭକ୍ତ
- ଉପରାଷ୍ଟ୍ରପତି ନିର୍ବାଚନ: ରାଜ୍ୟବାସୀଙ୍କୁ ବିଜେଡି ଲଜ୍ଜିତ କରିଛି, ବହୁମୂଲ୍ୟ ଦେବାକୁ ପଡ଼ିବ : ଭକ୍ତ
- କଂଗ୍ରେସ ସଂଗଠନ ସୃଜନ ଅଭିଯାନ : ତୃତୀୟ ଦିନରେ ଓଡିଶା ପହଁଞ୍ଚିଲେ ୭ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ
- 2025 ମସିହା ଶେଷକୁ ଜନଗଣନା ଆରମ୍ଭ ହେବ- ରାଜସ୍ୱ ମନ୍ତ୍ରୀ
୬୦ ବର୍ଷ ହେଲା ନାଗରିକତା ପାଇନଥିବା ମହିଳା ଚିନ୍ତାରେ ,ବଲାଙ୍ଗିର ସହରରେ ପାକିସ୍ତାନୀ ମହିଳା

ବଲାଙ୍ଗିର, 27 ଏପ୍ରିଲ୍ :: ବଲାଙ୍ଗିର ସହରରେ ପାକିସ୍ତାନ ମହିଳା । ୬୦ ବର୍ଷ ଆଗରୁ ଭାରତ ଆସିଥିଲେ ମହିଳା । ବଲାଙ୍ଗିରରେ ୩୫ ବର୍ଷ ଆଗରୁ ବାହା ହୋଇ ରହିଛନ୍ତି । କୋୖଣସି ନୋଟିସ ଆସିନଥିବା ବେଳେ ଆଜି ପର୍ଯ୍ୟନ୍ତ ଭାରତୀୟ ନାଗରିତ୍ୱ ପାଇଁ ଆବେଦନ କରିଆସୁଛନ୍ତି । ଏବେ ଚିନ୍ତାରେ କୁକ୍ରେଜା ପରିବାର । କରିବେ କଣ ? କିଏ ଶୁଣିବ ଗୁହାରି ? ବଲାଙ୍ଗିର ସହରର ଠିକାଦାରପଡାରେ ଦୀର୍ଘ ୩୫ ବର୍ଷ ହେଲା ରହି ଆସୁଛନ୍ତି ସାରଦା କୁକ୍ରେଜା । ସେ ଦୀର୍ଘ ୬୦ ବର୍ଷ ଆଗରୁ ପାକିସ୍ତନରୁ ତାଙ୍କ ପରିବାର ସହ ଆସିଥିଲେ ଭାରତ । ଓଡିଶାର କୋରାପୁଟରେ ଆସି ରହିଥିଲେ । ୩୫ ବର୍ଷ ତଳେ ମହେଶ କୁକ୍ରେଜାଙ୍କୁ ବାହାହେବା ପରେ ସେ ବଲାଙ୍ଗିରକୁ ସ୍ଥାନାନ୍ତର ହୋଇଥିଲେ । ସେବେଠୁ ସେ ବଲାଙ୍ଗିରରେ ରହିଛନ୍ତି । ତାଙ୍କ ପୁଅ ବୋହୁ ଓ ନାତି ନାତୁଣୀଙ୍କ ସହ ରହୁଛନ୍ତି । ବଲାଙ୍ଗିରରେ ତାଙ୍କ ଭୋଟର କାର୍ଡ ଥିବା ବେଳେ ଭୋଟ୍ ମଧ୍ୟ ଦେଉଛନ୍ତି । ସରକାର ବାଛିବାରେ ମଧ୍ୟ ଭାଗ ନେଉଛନ୍ତି । ତା ସହ ଦୀର୍ଘ ୬୦ ବର୍ଷ ହେଲା କୌଣସି ଲିଙ୍କ୍ ପାକିସ୍ତାନ ସହ ନଥିବା ସେ କହିଛନ୍ତି । ପ୍ରତିବର୍ଷ ସେ ସିଟିଜନସିଭ୍ ପାଇଁ ଆବେଦନ ମଧ୍ୟ କରିଆସୁଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ପାଖକୁ କୌଣସି ନୋଟିସ ଆସିନଥିବା ସେ କହିଛନ୍ତି । ତେବେ ଏଭଳି ପରିସ୍ଥିତିରେ କେମିତି ପାକିସ୍ତାନ ଯିବେ, ପୁଣି ପାକିସ୍ତାନରେ କେହି ବନ୍ଧୁ ବାନ୍ଧବ, ଜ୍ଞାତି କୁଟୁମ୍ବ ନଥିବା ବେଳେ କାହା ପାଖକୁ ଯିବେ, ତାକୁ ନେଇ ଚିନ୍ତାରେ ପରିବାର ଲୋକେ ।