- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
- ଆଉ ଦେଖିବାକୁ ମିଳୁ ନାହିଁ ହଳ, ବଳଦ
- କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା
- ପ୍ରଦୂଷଣ ସାର୍ଟିଫିକେଟ ନାମରେ ଗାଡିଚାଳକଙ୍କୁ ଲୁଟ୍ କରିବା ବନ୍ଦ କର : ସିପିଆଇ
- ଆରଡି ବସଷ୍ଟାଣ୍ଡ ନାମ ପରିବର୍ତନକୁ ନେଇ ରାଜଧାନୀରୁ ଶୈବପୀଠ ସବୁଠି ବିରୋଧ
ରାହୁଲଙ୍କ ଗସ୍ତ ନେଇ ପିସିସିର ପ୍ରସ୍ତୁତି ବୈଠକ
ଭୁବନେଶ୍ୱର :-ଆସନ୍ତା ଜୁଲାଇ ୧୧ ତାରିଖ ଦିନ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ, ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ସଙ୍ଗଠନ ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଉକ୍ତ ନେତୃବୃନ୍ଦ ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ପଡିଆ ଠାରେ ଅନୁଷ୍ଠିତ ସମ୍ବିଧାନ ବଞ୍ଚାଅକାର୍ଯ୍ୟକ୍ରମରେ ଯୋଗଦେବେ । ରାହୁଲ ଗାନ୍ଧୀ ଓଡ଼ିଶା ଖବର ଶୁଣି କଂଗ୍ରେସ ମହଲରେ ଉତ୍ସାହ ପରିଲିଖିତ ହେଉଛି।
ଏହି ପରିପ୍ରେକ୍ଷୀରେ କଂଗ୍ରେସ ଭବନ ରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ପ୍ରଭାରୀ ଅଜୟ କୁମର ଲଲ୍ଲୁ, ବିଧାୟକ ଦଳ ନେତା ରାମ ଚନ୍ଦ୍ର କାଡମ୍ ଉପସ୍ଥିତି ରେ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ବିଶେଷ କରି ରାହୁଲ ଗାନ୍ଧୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ କିପରି ସୁଚାରୁରୂପେ ଏବଂ ସଫଳ କରାଯାଇପାରିବ ସେଥିନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ପ୍ରଦେଶ କଂଗେସ କମିଟିର ସମସ୍ତ ପଦାଧିକାରୀ, ସାଂସଦ ପ୍ରାର୍ଥୀ, ବିଧାୟକ ପ୍ରାର୍ଥୀ, ନୂତନ ଜିଲ୍ଲା ସଂଯୋଜକ, ଜିଲ୍ଲା ପ୍ରଭାରୀ,ବିଭିନ୍ନ ପ୍ରକୋଷ୍ଠ,ବିଭାଗ ର ମୁଖ୍ୟମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରି ସୁଚିନ୍ତିତ ମତାମତ ଦେଇଥିଲେ।