- ଟ୍ରମ୍ପଙ୍କ ୨୫ ପ୍ରତିଶତ ଟାରିଫ୍ ଭାରତର ଜିଡିପି ଉପରେ ନକାରାତ୍ମକ ପ୍ରଭାବ ପକାଇବ: ବିଶେଷଜ୍ଞ
- ଟ୍ରମ୍ପଙ୍କ ଭାରତ ଉପରେ ୨୫% ଟାରିଫ ଲାଗୁକୁ ନେଇ କଂଗ୍ରେସର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ
- ବଳଙ୍ଗା ନାବାଳିକାଙ୍କୁ ପୋଡି ମାରିବା ଉଦ୍ୟମ ଘଟଣା : ରୂପା ମୁଦିକୁ ନେଇ ଖୋଳତାଡ଼, ମୁଦିକୁ ଚିହ୍ନିଲେ ଗହଣା ଦୋକାନୀ
- ମେଟ୍ରୋ ପ୍ରକଳ୍ପରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ନାହିଁ: ବିଜେଡି
- ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ସେବାୟତ ଜଣାଇଲେ ମନ୍ଦିର ସମସ୍ୟା ଏବଂ ସେବାୟତଙ୍କ ଦୁଃଖ
ଆରଏସପି ୩ୟ ରେଳ ଲାଇନ ନିର୍ମାଣକୁ ବିରୋଧ ଘଟଣା : ମୃତଦେହକୁ ରଖି ଆନ୍ଦୋଳନ ଜାରି

ରାଉରକେଲା, ୨୦ ଅପ୍ରେଲ - ରାଉରେଲା ଇସ୍ପାତ କାରଖାନା ଜମି ଉପରେ ଦୀର୍ଘ ବର୍ଷ ଧରି ଜବର ଦଖଲ କରି ରହିଥିବା ବସ୍ତିବାସିନ୍ଦା ସଂପୃକ୍ତ ଯାଗା ଛାଡୁନଥିବା ବେଳେ ଆରଏସପିର ସଂପ୍ରସାରଣ ଲାଗି ଆବଶ୍ୟକ ହେଉଥିବା ୩ୟ ରେଳ ଲାଇନ ନିର୍ମାଣ କାମ ଚାଲିବା ବେଳେ ବସ୍ତିବାସିନ୍ଦା ଏହାକୁ ବିରୋଧ କରିଥିଲେ। ଏହି ସମୟରେ ଗତକାଲି ବସ୍ତି ବାସୀ ଓ ପୁଲିସ ମୁହାଁ ମୁହିଁ ହେବାରୁ ଏକ ଜେସିବିରେ ଚାପି ହୋଇ ଜଣେ ଯୁବକର ମୃତ୍ୟୁ ଘଟିଥିଲା। ଯାହାକୁ ନେଇ ଅଁଚଳରେ ତୀବ୍ର ଉତେଜନା ପ୍ରକାଶ ପାଇବା ସହ ଗ୍ରାମବାସୀ ମାନେ ମୃତ ଯୁବକ ଏତୁଆ ଏକ୍କାଙ୍କ ମୃତ ଶରୀରକୁ ରଖି ଆନ୍ଦୋଳନ ଜାରି ରଖିଛନ୍ତି । ତେବେ ଏହି ଘଟଣା ପଛରେ ଯାହା ଦାବି ରହିଥିଲା ଗ୍ରାମବାସୀ ମାନେ ଓ କିଛି ଜବରଦଖଲକାରୀ ମାନେ ସେମାନଙ୍କର ଘର ଓ ଯାଗା ଛାଡିବେ ନାହିଁ, କିନ୍ତୁ ବର୍ତମାନ ଅନ୍ୟ ଏକ ଦାବି ଉଠିଛି ଆରଏସପି ନିର୍ମାଣ ବେଳେ ଏହି ଲୋକ ମାନେ ତାଙ୍କର ଯାଗା ବାଡି ଦେଇଥିଲେ ବି ସେମାନଙ୍କୁ ଆଜିଯାଏ କ୍ଷତିପୁରଣ ଦିଆଯାଇନାହିଁ, ତେଣୁ ସେମାନେ ଆଉ ଯାଗା ଛାଡିବେ ନାହିଁ । ଫଳରେ ଜିଲ୍ଲା ପ୍ରଶାସନ ଦୀର୍ଘ ଆଠରୁ ଦଶ ବର୍ଷ ତଳେ ପଡିଥିବା ଅଡୁଆରେ ପୁଣି ପଡିଯାଇଥିବା ଜଣାପଡିଛି । ଆରଏସପି ୯ ମିଲିଅନ ଟନ ସଂପ୍ରସାରଣ ଲାଗି ବର୍ତମାନ କାମ ଆରମ୍ଭ ହୋଇଥିବା ବେଳେ, ଅତିତରେ ମାତ୍ର ଗୋଟିଏ କାରଖାନାର ସଂପ୍ରଶାରଣ ଲାଗି ସେତେବେଳେ ଉଦ୍ୟମ ହୋଇଥିଲା। ସେତେବେଳେ ମଧ୍ୟ ବର୍ତମାନର ଆଦିବାସୀ ନେତା ଜର୍ଜ ତିର୍କୀଙ୍କ ନେତୃତ୍ୱରେ ଡିଜେଲ କଲୋନୀ ପାଖରେ ବଡ ଧରଣର ଆନ୍ଦୋଳନ ହୋଇଥିଲା ଓ ଢେଙ୍କାନାଳର ଠିକାଦାର ତଥା ପୂର୍ବତନ ବିଧାୟକ ଏହି ଠିକା କାମ ପାଇ କାମ କରିବାର ସୁଯୋଗ ନପାଇ ଏଠାରୁ ଫେରିଯାଇଥିଲେ । ଏହା ଭିତରେ ବାସଚ୍ୟୁତ ମାନେ ତାଙ୍କ ଆସୋସିଏସନ ମାଧ୍ୟମରେ ଆରଏସପିରେ ଚାକିରୀ ଓ ସେମାନଙ୍କୁ କ୍ଷତିପୁରଣ ଦେବା ଲାଗି ଆନ୍ଦୋଳନ ବିଭିନ୍ନ ସମୟରେ କରିଆସୁଛନ୍ତି । ତେବେ ପୁଣି ଆନ୍ଦୋଳନକାରୀ ମାନେ ସେହି ଦାବି ଉଠାଇବା ସହ ମୃତଦେହକୁ
ଧରି ଆନ୍ଦୋଳନକାରୀ ବରକାନି ଗ୍ରାମ ନିକଟରେ ବସି ରହିଛନ୍ତି । ତେବେ ସେତେବେଳେ ବିଜେଡି ସରକାର ଥିଲା କେନ୍ଦ୍ରରେ ସରକାର ଅଲଗା ଥିଲା, ବର୍ତମାନ ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର, ହେଲେ ବିରୋଧୀ ଭାବେ ବିଜେଡି ରହିଛି। ରାଉରକେଲା ବିଧାୟକ ମଧ୍ୟ ବିଜେଡିର, ବିଜେଡି ସହ ବର୍ତମାନ ବିରୋଧୀ ଶକ୍ତି ମାନେ ମିଶି ରହିଛନ୍ତି ଓ ଜବରଦଖଲକାରୀ ଯେଉଁମାନେ କେବଳ ଜବରଦଖଲକାରୀ, ସେମାନେ ଭିତିରି ଭାବେ ଏହି ଆନ୍ଦୋଳନକୁ ଖୋରାକ ଦେଉଥିବାରୁ ସମସ୍ୟା ଦ୍ୱିଗୁଣିତ ହେବାରେ ଲାଗିଛି । ଘଟଣାସ୍ଥଳକୁ ରିପୋର୍ଟିଂ ଲାଗି ଯାଉଥିବା ମିଡିଆ ବିରୋଧରେ ଏହି କୁଚକ୍ରୀ ମାନେ ଭୁଲ ତଥ୍ୟ ଦେଉଥିବାରୁ ମିଡିଆ ମଧ୍ୟ ଅଡୁଆରେ ପଡୁଥିବା ଖବର ମିଳିଛି ।
ଆରଏସପି ଲାଗି ଯଦି ଯାଗା ଯାଇଛି ତେବେ ସେମାନେ କ୍ଷତି ପୁରଣ ପାଇବା କଥା, କିନ୍ତୁ ଆଜିଯାଏ ଏହି ସମସ୍ୟାର ସମାଧାନ ନକରି ଏଭଳି ବଡ ଧରଣର ପ୍ରକଳ୍ପ ଅଣାଜିବା ଓ ବିବାଦୀୟ ସ୍ଥିତି ସୃଷ୍ଟି ହେବା ଲାଗି କାହାକୁ ଦାୟୀ କରାଜିବ ଓ ସମସ୍ୟାର ସମାଧାନ କିଭଳି ହେବ ବୋଲି ସାଧାରଣରେ ପ୍ରଶ୍ନ ହେଉଛି।