- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
- ଆଉ ଦେଖିବାକୁ ମିଳୁ ନାହିଁ ହଳ, ବଳଦ
- କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା
- ପ୍ରଦୂଷଣ ସାର୍ଟିଫିକେଟ ନାମରେ ଗାଡିଚାଳକଙ୍କୁ ଲୁଟ୍ କରିବା ବନ୍ଦ କର : ସିପିଆଇ
- ଆରଡି ବସଷ୍ଟାଣ୍ଡ ନାମ ପରିବର୍ତନକୁ ନେଇ ରାଜଧାନୀରୁ ଶୈବପୀଠ ସବୁଠି ବିରୋଧ
ବିରୋଧୀ ବିଧାୟକ ମାନଙ୍କର ହଟ୍ଟଗୋଳ କାରଣରୁ ବିଧାନସଭାରେ ଚାଲି ପାରିଲା ନାହିଁ ପ୍ରଶ୍ନୋତର କାର୍ଯ୍ୟକ୍ରମ
ଭୁବନେଶ୍ୱର, 17 ମାର୍ଚ୍ଚ ବିରୋଧୀ ବିଜେଡି ଓ କଂଗ୍ରେସ ଦଳର ବିଧାୟକ ମାନଙ୍କର ହଟ୍ଟଗୋଳ କାରଣରୁ ସୋମବାର ପ୍ରଥମାର୍ଧ ବୈଠକ ବାଧାପ୍ରାପ୍ତ ହୋଇଛି । ବିରୋଧୀ ବିଧାୟକ ମାନେ ଗୃହର ମଧ୍ୟଭାଗରେ ଆସି ହଟ୍ଟଗୋଳ କରିବା କାରଣରୁ ପ୍ରଶ୍ନକାଳ କାର୍ଯ୍ୟକ୍ରମ ହୋଇ ପାରି ନାହିଁ । ବାଚସ୍ପତି ସୁରମା ପାଢୀ ଗୃହକୁ 12.15 ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଛନ୍ତି ।
ଆଜି ଗୃହର କାର୍ଯ୍ୟ ନିର୍ଧାରିତ 10.30 ମିନିଟରେ ଆରମ୍ଭ ହୋଇଥିଲା । ବାଚସ୍ପତି ସୁରମା ପାଢୀ ନିର୍ଧାରିତ କାର୍ଯ୍ୟ ସୂଚୀ ଅନୁସାରେ ପ୍ରଶ୍ନକାଳ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଚାହିଁଥିଲେ । ସେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କୁ ପ୍ରଶ୍ନର ଉତର ଦେବାକୁ ଡାକିଥିଲେ । ତଦନୁଯାୟୀ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଉତର ପଢିବା ଆରମ୍ଭ କରିଥିଲେ । ହେଲେ ଅନ୍ୟ ପକ୍ଷରେ କଂଗ୍ରେସ ବିଧାୟକ ମାନେ ରାଜ୍ୟରେ ମହିଳା ମାନଙ୍କ ପ୍ରତି ବଢୁଥିବା ଅତ୍ୟାଚାର ପ୍ରସଙ୍ଗକୁ ନେଇ ହଟ୍ଟଗୋଳ କରିଥିଲେ । ସେହିପରି ବିଜେଡି ବିଧାୟକ ମାନେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଥିବା ଅଭିଯୋଗ କରି ନାରାବାଜୀ କରିଥିବା ଦେଖିବାକୁ ମିଳିଥିଲା । କଂଗ୍ରେସ ବିଧାୟକ ମାନେ ହାତରେ ପ୍ଲାକାର୍ଡ ଧରି ଗୃହର ମଧ୍ୟ ଭାଗକୁ ଆସି ନାରାବାଜି କରିଥିଲେ ଓ ବିଜେଡି ବିଧାୟକ ମାନେ ମଧ୍ୟ ଗୃହର ମଧ୍ୟଭାଗକୁ ଆସି ସରକାର ବିରୋଧୀ ସ୍ଲୋଗାନ ମାନ ଦେଇଥିଲେ । ନାରାବାଜୀ ଓ ହଟ୍ଟଗୋଳ କାରଣରୁ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଦେଉଥିବା ଉତର ପ୍ରେସ ଗ୍ୟାଲେରୀକୁ ସ୍ପଷ୍ଟ ଭାବେ ଶୁଣା ଯାଉ ନଥିଲା । ବାଚସ୍ପତି ସୁରମା ପାଢୀ ବାରମ୍ବାର ବିରୋଧୀ ବିଧାୟକ ମାନଙ୍କୁ ନିଜ ନିଜ ଆସନକୁ ଯାଇ ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ନିବେଦନ କରୁଥିଲେ । ହେଲେ ବିରୋଧୀ ବିଧାୟକ ମାନେ ତାଙ୍କ କଥାକୁ କର୍ଣପାତ ନ କରି ନାରାବାଜୀ ଜାରୀ ରଖିଥିଲେ । ଏହି କାରଣରୁ ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ଗୃହକୁ 12.15 ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।