Breaking News
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
- ଆଉ ଦେଖିବାକୁ ମିଳୁ ନାହିଁ ହଳ, ବଳଦ
- କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା
- ପ୍ରଦୂଷଣ ସାର୍ଟିଫିକେଟ ନାମରେ ଗାଡିଚାଳକଙ୍କୁ ଲୁଟ୍ କରିବା ବନ୍ଦ କର : ସିପିଆଇ
- ଆରଡି ବସଷ୍ଟାଣ୍ଡ ନାମ ପରିବର୍ତନକୁ ନେଇ ରାଜଧାନୀରୁ ଶୈବପୀଠ ସବୁଠି ବିରୋଧ
ନଭେମ୍ବର କିମ୍ବା ଡିସେମ୍ବରରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ
FMNEWS.IN
31-08-2025
(FM News):-- ଆସନ୍ତା ନଭେମ୍ବର କିମ୍ବା ଡିସେମ୍ବର ମାସରେ ଓଡିଶା ଗସ୍ତରେ ଆସିବେ ରାହୁଲ ଗାନ୍ଧୀ। ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ସେ କହିଛନ୍ତି ରାହୁଲ ଗାନ୍ଧୀ ନଭେମ୍ବର କିମ୍ବା ଡିସେମ୍ବର ମାସରେ ଓଡ଼ିଶା ଗସ୍ତରେ ଆସିଲେ ରାଜ୍ୟରେ ବଡ଼ କାର୍ଯ୍ୟକ୍ରମ ହେବ। ଭୋଟ ଚୋରି, ଗରିବୀ, ନାରୀ ସୁରକ୍ଷା ଆଦି ପ୍ରସଙ୍ଗକୁ ନେଇ ବିଶାଳ କାର୍ଯ୍ୟକ୍ରମ ହେବ ।ରାହୁଲ ଗାନ୍ଧୀ ରୋଡ଼ ଶୋ କରିବେ ଓ ସଭାରେ ଯୋଗ ଦେବେ। ବିଭିନ୍ନ ଜିଲ୍ଲାରେ ମଧ୍ୟ କାର୍ଯ୍ୟକ୍ରମ ହେବ, ସେଠାରେ କାର୍ଯ୍ୟକ୍ରମରେ ମଧ୍ୟ ରାହୁଲ ଗାନ୍ଧୀ ଗସ୍ତ କରିବେ। ରାହୁଲ ଗାନ୍ଧୀ ରାଜ୍ୟର ବିଭିନ୍ନ ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ. ସୂଚନା ଦେଇଛନ୍ତି।